Search for:
  • Home/
  • ରାଜ୍ୟ/
  • ତେଲେଙ୍ଗାନା ମଡେଲ ରେ ଇଲେକ୍ସନ ଲଢିବ ଓଡ଼ିଶା କଂଗ୍ରେସ

ତେଲେଙ୍ଗାନା ମଡେଲ ରେ ଇଲେକ୍ସନ ଲଢିବ ଓଡ଼ିଶା କଂଗ୍ରେସ

Spread the love

Loading

*ରାହୁଲ୍ ଙ୍କ ପାନ୍ ଥିଓରୀ।*

*Paann (Paandian, ଅମିତ୍ ଶାହା, ନରେନ୍ଦ୍ର ମୋଦୀ, ନବୀନ ପଟ୍ଟନାୟକ)*

ଭୁବନେଶ୍ୱର:ତେଲେଙ୍ଗାନା ମଡେଲ ରେ ଇଲେକ୍ସନ ଲଢିବ ଓଡ଼ିଶା କଂଗ୍ରେସ

କଂଗ୍ରେସ ର କାର୍ଯ୍ୟକର୍ତ୍ତାଙ୍କୁ *ବବର୍ ଶେର* କହି ସମ୍ବୋଧିତ କଲେ ରାହୁଲ। ତେଲେଙ୍ଗାନା ରେ ବିଜେପି ଓ brs ର ବାହାଘର ହୋଇଥିଲା। ନିର୍ବାଚନ ହେଲା brs ଉଡିଗଲା କଂଗ୍ରେସ ଆସିଲା। ଓଡ଼ିଶା ରେ ବିଜେପି ଓ ବିଜେଡ଼ି ରେ ବାହାଘର ହୋଇଛି। ଦୁଇ ଜଣ ମିଶି କି ଅଛନ୍ତି। ବାହାଘର ପରେ ଓଡ଼ିଶା ବାସୀ ଙ୍କୁ ପାନ ଦେଇଛନ୍ତି। ପାନ୍ ଅର୍ଥ ରାଜ୍ୟ କୁ ପାଣ୍ଡିଆନ। ଆଦାନୀ କୁ ରାଜ୍ୟ ଦେଇ ଦେଇଛନ୍ତି। କଂଗ୍ରେସ ଶାସନକୁ ଆସିଲେ ଲୁଟ୍ ପଇସା ଫେରିବ।

*ମିଡ଼ିଆ ଉପରେ ବର୍ଷିଲେ ରାହୁଲ*

ମୋଦି ଙ୍କୁ ଅଙ୍କଲ୍ କହି କଟାକ୍ଷ କଲେ। ମିଡ଼ିଆ କେବଳ ଅଙ୍କଲ କଥା ଦେଖେଇବ ନଚେତ୍ ନବୀନ ଙ୍କ କଥା। ଓଡ଼ିଶାରେ ସରକାର ଆସିଲେ ୨ହଜାର ଟଙ୍କା ମାସିକ ମହିଳା ଙ୍କୁ ଦିଆଯିବ। ୩ହଜାର ଟଙ୍କା ବେକାର ଯୁବକ ଙ୍କୁ ଦିଆଯିବ। ୨୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ। ଗ୍ୟାସ୍ ସିଲିଣ୍ଡର୍ ୫୦୦ ରେ ଦିଆଯିବ। ଧାନ ପ୍ରତି କୁଇଣ୍ଟାଲ୍ ପିଛା ୩ହଜାର ଟଙ୍କା ଦିଆଯିବ। ଦିଲ୍ଲୀ ସରକାର ଆସିଲେ, ଆମେ କ୍ରାନ୍ତିକାରୀ କାମ ହେବ। ବିଶ୍ଵ କୁ ଦୋହଲାଇ ବା ଭଳି ୫ କ୍ରାନ୍ତିକାରୀ କାମ ହେବ। ୨୨ଲୋକ ଙ୍କୁ ୧୬ଲକ୍ଷ କୋଟି ଟଙ୍କା ଦେଲେ ମୋଦି। ଆମେ ଆସିଲେ ଗରିବ ଲୋକ ଙ୍କ ତାଲିକା ହେବ। ପ୍ରତି ପରିବାର ର ଜଣେ ମହିଳା ଙ୍କ ନାଁ ଚୟନ ହେବ। ଏବଂ ବର୍ଷକୁ ୧ ଲକ୍ଷ ଟଙ୍କା ଦିଆଯିବ। ମାସକୁ ପଡ଼ିଲା ୮୫୦୦ ଟଙ୍କା। ନିଯୁକ୍ତି ନାହିଁ।

*ପେହଲି ନୌକରି ପକ୍କି* ଯୋଜନା ଆସୁଛି କଂଗ୍ରେସ ର। ଆମ ସରକାର ଆସିଲେ ବର୍ଷେ ନିଯୁକ୍ତି ର ସୁଯୋଗ ମିଳିବ। ଗରିବ ଆଉ ଚାଷୀ ଙ୍କ ସରକାର ଆଣନ୍ତୁ। ଅରବ ପତି ଙ୍କ ଋଣ ଛାଡ ହୋଇଛି ଆମେ ଆସିଲେ କୃଷକ ଋଣ ଛାଡ ହେବ। ଆଶା, ଅଙ୍ଗନୱାଡ଼ି କର୍ମୀ ଙ୍କୁ ଦୁଇଗୁଣା ପାରିଶ୍ରମିକ ମିଳିବ। ଆଦିବାସୀ ନୁହେଁ ବନ ବାସୀ କହିଲେ ମୋଦି। କିନ୍ତୁ ଆପଣ ହେଉଛନ୍ତି ଆଦିବାସୀ। ପ୍ରଥମ ମାଲିକ ହେଉଛନ୍ତି ଆଦିବାସୀ। ହରାଇଥିବା ଜମି ଫେରିବ ଆପଣ ଙ୍କ ପାଖକୁ।

Leave A Comment

All fields marked with an asterisk (*) are required