Search for:
  • Home/
  • ରାଜ୍ୟ/
  • ବିଜେପି ପ୍ରତି ଜନସାଧାରଣ ଙ୍କ ଅଦ୍ଭୁତପୂର୍ବ ଜନ ସମର୍ଥନ

ବିଜେପି ପ୍ରତି ଜନସାଧାରଣ ଙ୍କ ଅଦ୍ଭୁତପୂର୍ବ ଜନ ସମର୍ଥନ

Spread the love

Loading

ବିଜେପି ପ୍ରତି ଜନସାଧାରଣ ଙ୍କ ଅଦ୍ଭୁତପୂର୍ବ ଜନ ସମର୍ଥନ

ଭୁବନେଶ୍ୱର:ଆଜି ତା 25/04/2024ରିଖ ଗୁରୁବାର ପୂର୍ବାହ୍ନ ରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଂଜଣା ଗ୍ରାମପଂଚାୟତ ର ପଦ୍ମାକେଶରୀପୁର ଠାରେ ବିଜେପି ସ୍ଥାନୀୟ କର୍ମୀଙ୍କ ଦ୍ୱାରା ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାଯ୍ୟକ୍ରମ ରେ ବିଜେପି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଓ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସେମାନଙ୍କର ମୌଳିକ ସମସ୍ୟା ଦୁରକରିବାରେ ବିଫଳ ବିଜେଡ଼ି ସରକାର କୁ ହଟାଇ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଗଢ଼ିବାରେ ଓଡ଼ିଶାରେ ଡବଲ ଇଂଜିନ ଗଢିବା ପାଇଁ ବିଜେପି କୁ ପଦ୍ମଫୁଲ ଚିହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ l ସଞ୍ଜୟ ପତି ଙ୍କ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୁନାଲ ରାଉତ, ଅଜୟ ବେହେରା, ଅଭୟ ଦାସ, ପ୍ରଭାତ ଦାସ, ବେଣୁଧର ଦାସ, ସ୍ନେହାଶିଷ ପତି, କୁନା ଜେନା, ବସନ୍ତ ରାଉତ, ଟୁଟୁ ହାତୀ, ଚନ୍ଦନ ପାତ୍ର, ହୃଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Leave A Comment

All fields marked with an asterisk (*) are required