Search for:
  • Home/
  • ରାଜ୍ୟ/
  • ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର 

୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର 

Spread the love

Loading

ଭୋଗରାଇ ବାରବାଟିଆ ଗାଁରୁ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର
ଚନ୍ଦନେଶ୍ବର:୧୩/୧୧ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ବାରବାଟିଆ ପଞ୍ଚାୟତ ଅନ୍ତର୍ଗତ ସେହି ଗାଁରୁ ଦେବେନ୍ଦ୍ର ନାୟକ ଙ୍କ ଘରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି। ଶ୍ରୀ ନାୟକଙ୍କ ବାଡ଼ିରେ ଘେରା ଯାଇଥିବା ଜାଲରେ ଏକ ବିରାଟକାୟ ସାପ ଛନ୍ଦି ହୋଇଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ମାନେ ଭୟଭୀତ ହୋଇ କୌଣସି ଉପାୟ ନପାଇ ବନବିଭାଗକୁ ଖବର ଦେଇଥିଲେ।ଖବର ପାଇ ବନବିଭାଗର ଉଦୟପୁର ବନପାଳ ପରମାନନ୍ଦ ନାୟକ, ଖଡିବିଲ ବନରଖି ସଞ୍ଜୟ କୁମାର ମହାନ୍ତି ,ସବୁଜ ବାହିନୀ ପ୍ରମୁଖ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଳେଶ୍ୱର ସ୍ଥିତ ରାଇବଣିଆ ଜଙ୍ଗଲରେ ଛାଡ଼ିବେ ବୋଲି ସୂଚନା ମିଳିଛି । ସାପଟି ଅଜଗର ହୋଇଥିବା ବେଳେ ଲମ୍ବ ୧୦ ଫୁଟ ହୋଇଥିବା ବେଳେ ୧୩,୪୦୦ କିଲୋଗ୍ରାମରୁ ଅଧିକ ଓଜନ ହୋଇଥିବା ଜଣାପଡିଛି ।ତେବେ ଭୋଗରାଇ ଅଞ୍ଚଳରେ ବାରମ୍ବାର ଏଭଳି ଅଜଗର ସାପ ବାହାରିବାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

Leave A Comment

All fields marked with an asterisk (*) are required