Search for:

ଫଟୋ ସାମ୍ବାଦିକଙ୍କ ପିତୃ ବିୟୋଗ.

Spread the love

Loading

ଫଟୋ ସାମ୍ବାଦିକଙ୍କ ପିତୃ ବିୟୋଗ

ଭୁବନେଶ୍ୱର :ରାଜ୍ୟର ଜଣାଶୁଣା ଫଟୋ ସାମ୍ବାଦିକ ଅଶ୍ବିନୀ ପତିଙ୍କ ପିତା ଶ୍ରୀଯୁକ୍ତ ଅନନ୍ତ ଚରଣ ପତିଙ୍କ 91 ବର୍ଷ ବୟସ ରେ ବିୟୋଗ ହୋଇଛି. ଶ୍ରୀଯୁକ୍ତ ପତି ରାଜ୍ୟର ଜଣେ ଜଣାଶୁଣା ହାଇସ୍କୁଲ ଶିକ୍ଷକ ଭାବେ ପରିଚିତ ଥିଲେ. ସେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ରେ ଶିକ୍ଷକ ଭାବେ ନିଯୁକ୍ତି ହୋଇ ଅନେକ କୃତି ଛାତ୍ରଛାତ୍ରୀ ତିଆରି କରିଛନ୍ତି. ଯେଉଁଥିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗିରିଧାରୀ ଗମାଙ୍ଗୋ ମଧ୍ୟ ସାମିଲ ଅଛନ୍ତି. ଏହା ବ୍ୟତୀତ ଶ୍ରୀଯୁକ୍ତ ପତି ଜଣେ ଜଣାଶୁଣା ଗଣିତ ଶିକ୍ଷକ ଭାବେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ନିକଟରେ ପରିଚିତ ମଧ୍ୟ ଥିଲେ. ଅଧୁନା ରାଜଧାନୀ ରେ ଗଣିତ ଶିକ୍ଷା ଦାନ ରେ ଚର୍ଚିତ ଥିବା ଅରୁଣ ପତି ଙ୍କ ମଧ୍ୟ ପିତା ଅଟନ୍ତି.ସ୍ବର୍ଗତ ପତି ମାଥ ମେଟିକ୍ସ ଅଲଂପିଆଡ଼ ମେଡାଲ ସହ ଅନେକ ସରକାରୀ ସ୍ୱୀକୃତି ପାଇଥିଲେ.
ନିଜ ଚାକିରୀ ସମୟରେ ସେ ମୁଖ୍ୟତଃ ଉପାନ୍ତ ଆଦିବାସୀ ଅଞ୍ଚଳରେ ଜଣେ ଭଲ ଶିକ୍ଷକ ଭବେ ନାମ ଅର୍ଜନ କରିବା ସହ ସେମାନଙ୍କ ସୁଖ ଦୁଃଖ ରେ ନିଜକୁ ସାମିଲ କରିଥିଲେ.1933 ମସିହା ସେପ୍ଟେମ୍ବର 26 ତାରିଖରେ ଜନ୍ମଲାଭ କରିଥିବା ଶ୍ରୀଯୁକ୍ତ ପତି 1988 ମସିହାରେ ସେବା ନିବୃତ ହେବା ପରେ ନିଜ ପରିବାର ସହ ସ୍ଥାନୀୟ ବ୍ରାହମେଶ୍ୱର ବାଗ ଅଞ୍ଚଳରେ ରହି ଆସୁଥିଲେ. କିଛିଦିନ ପୂର୍ବେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ କଟକ ର scb ମେଡିକାଲ ରେ ଚିକିତ୍ସିତ ହେଉଥିଲେ. ଆଜି ସନ୍ଧ୍ୟା 6.20 ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି. ତାଙ୍କ ମୃତ୍ୟୁ ରେ ଅନେକ ଶୁଭେଛୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି.
ସୂଚନାଯୋଗ୍ୟ କି ସ୍ବର୍ଗତ ପତି ଙ୍କ ୫ ପୁଅ ଓ ୪ ବୋହୂ ଥିବା ବେଳେ ଅଶ୍ବିନୀ ତାଙ୍କ ସାନ ପୁଅ ଅଟନ୍ତି.

Leave A Comment

All fields marked with an asterisk (*) are required