Search for:
  • Home/
  • ରାଜ୍ୟ/
  • ବିଜେଡ଼ିରେ ଯୋଗଦେଲେ ଡାକ୍ତର ଅୟସକାନ୍ତ ମହାନ୍ତି ଓ ଡାକ୍ତର ପି.କେ ସାହୁ

ବିଜେଡ଼ିରେ ଯୋଗଦେଲେ ଡାକ୍ତର ଅୟସକାନ୍ତ ମହାନ୍ତି ଓ ଡାକ୍ତର ପି.କେ ସାହୁ

Spread the love

Loading

ବିଜେଡ଼ିରେ ଯୋଗଦେଲେ ଡାକ୍ତର ଅୟସକାନ୍ତ ମହାନ୍ତି ଓ
ଡାକ୍ତର ପି.କେ ସାହୁ
ଭୁବନେଶ୍ୱର, ୨୨/୦୫/୨୦୨୪: ରାଜ୍ୟର ଦୁଇ ପ୍ରତିଷ୍ଠିତ ଡାକ୍ତର ଅୟସକାନ୍ତ ମହାନ୍ତି ଓ ଡାକ୍ତର ପି.କେ ସାହୁ ଆଜି
ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍
ହୋଇଥିବା ଡାକ୍ତର ଅୟସକାନ୍ତ ମହାନ୍ତି ଓ ଡାକ୍ତର ପି.କେ ସାହୁଙ୍କୁୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।
ଆଜି ଉଭୟ ଡାକ୍ତରଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଉଭୟ ଡାକ୍ତର ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର
ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ
ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ
ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ
କରୁଛୁ ।
ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Comment

All fields marked with an asterisk (*) are required