Search for:
  • Home/
  • ରାଜ୍ୟ/
  • ମୋଦି ସରକାରଙ୍କ ୯ ବର୍ଷରେ ହୋଇଥିବା କାର୍ଯ୍ୟକୁ ନେଇ ପିପିଆରସି ଦ୍ୱାରା ପ୍ରସ୍ତୁତ ତୁଳନାତ୍ମକ ରିପୋର୍ଟର ଉନ୍ମୋଚନ

ମୋଦି ସରକାରଙ୍କ ୯ ବର୍ଷରେ ହୋଇଥିବା କାର୍ଯ୍ୟକୁ ନେଇ ପିପିଆରସି ଦ୍ୱାରା ପ୍ରସ୍ତୁତ ତୁଳନାତ୍ମକ ରିପୋର୍ଟର ଉନ୍ମୋଚନ

Spread the love

Loading

ମୋଦି ସରକାରଙ୍କ  ବର୍ଷର ସେବା ଅବସରରେ ଆୟୋଜିତ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଉପରେ ଜନ ଭରସା କୋଭିଡ୍

ମୁକାବିଲାର ବଡ଼ ଅସ୍ତ୍ର ଥିଲା ଧର୍ମେନ୍ଦ୍ର ପ୍ରଧାନ

·        କଂଗ୍ରେସ ସରକାରର ଶେଷ ୧୦ ବର୍ଷ ଏବଂ ମୋଦି ସରକାରଙ୍କ  ବର୍ଷରେ ହୋଇଥିବା କାର୍ଯ୍ୟକୁ ନେଇ ପିପିଆରସି ଦ୍ୱାରା ପ୍ରସ୍ତୁତ ତୁଳନାତ୍ମକ ରିପୋର୍ଟର ଉନ୍ମୋଚନ କଲେ

·        ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କୀତ କଥାବସ୍ତୁ ଉପରେ ଆୟୋଜିତ କନକ୍ଲେଭରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ

·        ଆଜି କ୍ୱଏତ  ପାପୁଆ ନ୍ୟୁଗିନି ଭଳି ଦେଶରେ ବି ମୋଦିଙ୍କ ବିଶ୍ୱସନୀୟତା ବଢୁଛି

·        ଆମର ଶିକ୍ଷା ବ୍ୟବସ୍ଥା ଭାରତୀୟ ଜ୍ଞାନ ପ୍ରଣାଳୀ  ବୈଶ୍ୱିକ କଲ୍ୟାଣ ଉପରେ ଆଧାରିତ

 

ନୂଆଦିଲ୍ଲୀଜୁଲାଇ ୦୨   କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନ ଭରସା କୋଭିଡକୁ ମୁକାବିଲା କରିବାର ବଡ଼ ଅସ୍ତ୍ର ଥିଲା ବୋଲି ରବିବାର ଦିଲ୍ଲୀରେ ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପବ୍ଲିକ ପଲିସି ରିସର୍ଚ୍ଚ ସେଣ୍ଟର(ପିପିଆରସି) ଦ୍ୱାରା ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କୀତ କଥାବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୋଦି ସରକାରରେ ଆସିଥିବା ସଂସ୍କାରଉପଲବ୍ଧିନୀତି ନିର୍ଦ୍ଧାରଣ ଓ କାର୍ଯ୍ୟ ଉପରେ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କୋଭିଡ୍ ମହାମାରୀକୁ ସୁବ୍ୟବସ୍ଥିତ ଭାବେ ପରାଜୟ କରାଯାଇପାରିଛି । କେବଳ ଭାରତ ନୁହେଁ ବିଶ୍ୱର ଅନେକ ଶକ୍ତିଶାଳୀ ରାଷ୍ଟ୍ର କୋଭିଡ୍ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିଲେ । ମାତ୍ର ଦେଶରେ କୋଭିଡର ସଫଳ ପରିଚାଳନା କାରଣରୁ ଅଧିକ ଲୋକଙ୍କୁ ସ୍ୱଦେଶୀ ଟିକା ଲଗାଯାଇଛି ଏବଂ ପିପିଇ କିଟ୍, କୋଭିଡ୍ ଟିକା ପ୍ରସ୍ତୁତ କରିବା ସହ ବାହାର ରାଷ୍ଟ୍ରକୁ ମଧ୍ୟ ରପ୍ତାନୀ କରାଯାଇଛି । ଆଜି ମୋଦି ସରକାରରେ ଦେଶରେ ଅଧିକ ମେଡିକାଲ ନିର୍ମାଣ କରାଯିବା ସହ ମେଡିକାଲ ସିଟ୍ ସଂଖ୍ୟା ବଢିଛି ।

କେବଳ ଭାରତ ନୁହେଁ ବଡ ବଡ ରାଷ୍ଟ୍ର ବ୍ୟତିତ କ୍ୱଏତ ଓ ପାପୁଆ ନ୍ୟୁ ଗିନି ଭଳି ଦେଶରେ ମୋଦିଙ୍କ ବିଶ୍ୱସନୀୟତା ବଢିଛି । ପାପୁଆ ନ୍ୟୁ ଗିନି ଗସ୍ତ କାଳରେ ସେଠାକାର ମାନ୍ୟବର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ସ୍ୱାଗତ କରୁଛନ୍ତି । ଏହା ଥିଲା ୧୪୦ କୋଟି ଭାରତୀୟଙ୍କ ସମ୍ମାନଯାହାକୁ ବିଶ୍ୱ ଦେଖିଲା । ଏକ ଦୃଢ଼ ଓ ଓଜସ୍ଵୀ ନେତୃତ୍ଵରେ ଭାରତର ସମ୍ମାନ ଆଜି ବିଶ୍ଵର କୋଣ ଅନୁକୋଣରେ ବୃଦ୍ଧି ପାଉଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତ ଏକ ଜ୍ଞାନ ଆଧାରିତ ରାଷ୍ଟ୍ର । ମୋଦି ସରକାରରେ ଗୁଣାତ୍ମକ ଶିକ୍ଷା ସହ ଟେକ୍ନୋଲୋଜି ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ତେବେ ଜାତୀୟ ଶିକ୍ଷା ନୀତିର କାମ ୨୦୧୪ରୁ ଆରମ୍ଭ ହୋଇଯାଇଥିଲା । ଆମର ଶିକ୍ଷା ବ୍ୟବସ୍ଥାରେ ଭାରତୀୟ ଜ୍ଞାନ ପ୍ରଣାଳୀ ଓ ବୈଶ୍ୱିକ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଇଛି, ଯେଉଁ ଶିକ୍ଷା କେବଳ ଦେଶର ନୁହେଁ ବରଂ ବିଶ୍ୱର ଆବଶ୍ୟକତାକୁ ମଧ୍ୟ ପୂରଣ କରିବ ।

ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ୨୦୦୪ ରୁ ୨୦୧୪ ମସିହା ତଥା କଂଗ୍ରେସ ଶାସନରେ ବିଗତ ୧୦ ଭିତରେ ହୋଇଥିବା କାମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସେବା ଓ ସୁଶାସନର ପିଆରଆରସି ଦ୍ୱାରା ପ୍ରସ୍ତୁତ ଏକ ତୁଳନାତ୍ମକ ରିପୋର୍ଟର ମଧ୍ୟ ଉନ୍ମୋଚନ କରିଥିଲେ ।  

Leave A Comment

All fields marked with an asterisk (*) are required