Search for:
  • Home/
  • ବିଜେପି/
  • ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ପାଳିଲା ବିଜେପି

ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ପାଳିଲା ବିଜେପି

Spread the love

Loading

ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ପାଳିଲା ବିଜେପି

ଭୁବନେଶ୍ୱର ମହାନଗର ନିଗମରେ “ସ୍ୱାୟତ୍ତ ଶାସନ” ନୁହେଁ ବରଂ “ଅଣାୟତ୍ତ” ହୋଇଛି ଶାସନ: ବାବୁ ସିଂ

•ଜାଗା ମିଶନ ନାମରେ ଡାହା ମିଛ କହିବା ଓ ଧୋକା ଦେବାରେ ବିଏମସି ବିଶ୍ବସ୍ତରୀୟ

•କୃତ୍ରୀମ ବନ୍ୟା ଓ ପରିମଳ ପରିଚାଳନାରେ ବିଏମସି ସମ୍ପୂର୍ଣ ବିଫଳ ହେବା ପରେ ରାଜଧାନୀବାସୀଙ୍କୁ ଦେଇଥିବା ଡେଙ୍ଗୁ ଉପହାର ମଧ୍ଯ ବିଶ୍ବସ୍ତରୀୟ

•ମୌଳିକ ସେବା ଯୋଗାଇବାରେ ନିଷ୍କ୍ରିୟ ଓ ଟିକସ ଆଦାୟ କରିବାରେ ସକ୍ରିୟ ବିଏମସି ମଧ୍ୟ ବିଶ୍ବସ୍ତରୀୟ

ଭୁବନେଶ୍ୱର,ତା.୩୧/୦୮:ଭୁବନେଶ୍ୱର ମହାନଗର ନିଗମରେ “ସ୍ୱାୟତ୍ତ ଶାସନ” ନୁହେଁ ବରଂ “ଅଣାୟତ୍ତ” ହୋଇଛି ଶାସନ। ଜାଗା ମିଶନ ନାମରେ ଡାହା ମିଛ କହିବା ଓ ଧୋକା ଦେବାରେ ବିଏମସି ବିଶ୍ବସ୍ତରୀୟ,କୃତ୍ରୀମ ବନ୍ୟା ଓ ପରିମଳ ପରିଚାଳନାରେ ବିଏମସିସମ୍ପୂର୍ଣ ବିଫଳ ହେବା ପରେ ରାଜଧାନୀବାସୀଙ୍କୁ ଦେଇଥିବା ଡେଙ୍ଗୁ ଉପହାର ମଧ୍ଯ ବିଶ୍ବସ୍ତରୀୟ, ମୌଳିକ ସେବା ଯୋଗାଇବାରେ ନିଷ୍କ୍ରିୟ ଓ ଟିକସ ଆଦାୟ କରିବାରେ ସକ୍ରିୟ ବିଏମସି ମଧ୍ୟ ବିଶ୍ବସ୍ତରୀୟ,ସ୍ମାର୍ଟ ସିଟି ଆଜି ଦୁର୍ଗନ୍ଧମୟ ଅଳିଆ,କୃତିମ ବନ୍ୟା,ଡେଙ୍ଗୁ,ଲୋକଙ୍କୁ ନକଲି ପଟ୍ଟା ବଣ୍ଟନ ଆଦି ସମସ୍ୟା ଘେରରେ। ଭୁବନେଶ୍ୱର ସହରକୁ ୧ନମ୍ବର ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ ଭିନ୍ନ। ରାଜଧାନୀ ରେ ମାଳ ମାଳ ସମସ୍ୟା ରହିଛି କିନ୍ତୁ ବିଏମସି ଅଧିକାରୀ ଓ ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ କରୁନାହାନ୍ତି। ରାଜଧାନୀ ରେ ଘଂଟାଏ ବର୍ଷା ହେଲେ ସହର ର ମୁଖ୍ୟ ରାସ୍ତାରୁ ଗଳିକନ୍ଦି ଜଳ ଭରିଯାୟେ ଓ ରାସ୍ତା ବି ଲୋକ ନଜାଣି ପାରି ଡ୍ରେନ୍ ରେ ପଡ଼ି ଜୀବନ ହାରୁଛନ୍ତି। ରାଜଧାନୀ ଭୁବନେଶ୍ବରରେ ଅଳିଆ ସମସ୍ୟା, ଡ୍ରେନେଜ ଅବ୍ୟବସ୍ଥା, ଡେଙ୍ଗୁ ସମସ୍ୟା ଅଣାୟତ୍ତ, ବସ୍ତି ବାସିନ୍ଦାଙ୍କୁ ନକଲି ପଟ୍ଟା ବଣ୍ଟନ,ରାସ୍ତାଘାଟ ମରଣଜନ୍ତା ଓ ବର୍ଷା ପାଣିରେ ରାସ୍ତା ସମସ୍ୟା ରହିଥିଲେ ମଧ୍ୟ ବିଏମସି ଏସବୁର ସମାଧାନ କରିବାରେ ସମ୍ପୂର୍ଣ ବିଫଳ ଏହାକୁ ନେଇ ସ୍ୱାୟତ୍ତ ଶାସନ ଦିବସକୁ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବାବୁ ସିଂ ଙ୍କ ନେତୃତ୍ୱରେ ସହ ସହ କାର୍ଯ୍ୟକର୍ତ୍ତା କଳା ବ୍ୟଚ ପରିଧାନ କରି ବିଏମସି ଅଫିସ୍ ସମ୍ମୁଖରେ ଧାରଣା ରେ ବସି କଳା ଦିବସ ପାଳନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭପତି ବାବୁ ସିଂ କହିଥିଲେ ଯେ ବାସ୍ତବତା ହେଲା ଏୟା ବିଏମସି କହିଥିଲା ଏଥର ଭୁବନେଶ୍ୱର ରେ ବର୍ଷା ପାଣି ଜମିବ ନାହିଁ ହେଲେ ବର୍ଷା ହେଲା ଘରେ ଘରେ ପାଣି ପଶିଲା, ଡ୍ରେନ ସଫା କଲେ ନାହିଁ ଘରେ ଘରେ ଡ୍ରେନ ପାଣି ପଶିଲା। ମେୟର କହିଥିଲେ ଏଥର ଡେଙ୍ଗୁ ଆମ ନିୟନ୍ତ୍ରଣରେ ରହିବ ଡେଙ୍ଗୁତ ତାଙ୍କ ନିୟନ୍ତ୍ରଣରେ ରହିଲା ନାହିଁ ଓଲଟା ଡେଙ୍ଗୁ ରୋଗକୁ ଏମାନେ ନିମନ୍ତ୍ରଣ କଲାଭଳିଆ ଡାକିଲେ। ଆଜି ଦେଖନ୍ତୁ ସାରା ଭାରତ ବର୍ଷ ରେ ପ୍ରତିଯୋଗୀତା ଭଳିଆ ଭୁବନେଶ୍ୱର ଡେଙ୍ଗୁ ରେ ଆଗରେ ରହିଛି। ସେହିଭଳି ଏ ସପ୍ତାଧିର ସବୁଠୁ ବଡ଼ ବିଶ୍ୱାସ ଘାତକତା ଓ କେଳେଙ୍କାରି ନକଲି ପଟ୍ଟା କରି ବସ୍ତିବାସିନ୍ଦାଙ୍କୁ ଯୋଗାଇଛନ୍ତି। ନକଲି ପଟ୍ଟା ବସ୍ତି ବାସିନ୍ଦାଙ୍କୁ ଧରେଇଛନ୍ତି ଓ କହିଛନ୍ତି ଏ ହେଉଛି ତମର ଘର ପଟ୍ଟା ବୋଲି। ଦୁର୍ଭାଗ୍ୟର ବିଷୟ ରାଜ୍ୟର ଯେ ମୁଖ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସେ ନକଲି ପଟ୍ଟା ବାଣ୍ଟୁଛନ୍ତି ଓ ନିଜେ ଆତ୍ମସନ୍ତୋଷ ଲାଭ କରିଛନ୍ତି। ବିଜୁଜନତା ଦଳର ନେତା ମାନେ ସେଥିରେ ଖୁସୀ ହେଉଛନ୍ତି। ନକଲି ପଟ୍ଟା ବାଣ୍ଟିଲେ ଜେଲକୁ ଯିବା କଥା ସରକାରଙ୍କ ନିୟମ ଅଛି ଆଇନି ଅଛି। ତମେ ଯଦି କୌଣସି ଜିନିଷ ଦୁପ୍ଲିକେଟ୍ କଲ ଓ ସାଧାରଣ ଲୋକଙ୍କୁ ଦୁପ୍ଲିକେଟ୍ ଜିନିଷ ଧରେଇଲ ତମେ ଜେଲ ରେ ରହିବା କଥା ରାଜ୍ୟର ମୁଖ୍ୟ ଯଦି ଏହା କରିବେ ଆମେ କହିବା କାହାକୁ ଏଣୁ ଏ ରାଜ୍ୟ କୁ ଓ ଭୁବନେଶ୍ୱର କୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଭରଷା। କାହିଁକି ଆମେ ନକଲି ପଟ୍ଟା କହୁଛୁ ନା ଆପଣ ଜାଣନ୍ତି ବସ୍ତିରେ ଛୋଟ ଛୋଟ ଜମି ଦଲାଲ ପଇସା କିଛି ନେଇ ବସ୍ତି ଜାଗା ବିକନ୍ତି ଓ ମାଲିକନା ହିସାବରେ ନକଲି କାଗଜ ଖଣ୍ଡେ ଧରେଇ ଦିଅନ୍ତି। ରାଜ୍ୟ ସରକାର ଠିକ୍ ସେୟା କରିଛନ୍ତି। ବସ୍ତି ଲୋକଙ୍କଠୁ ଟଙ୍କା ନେଇ ପଟ୍ଟା ନୁହେଁ ଗୋଟିଏ କାଗଜ ଦେଇଛନ୍ତି ସେ କାଗଜର କିସମ ଆଜି ଆମେ ବାହାର କଲାବେଳକୁ କୋଉଟା ବାହାରୁଛି ନାଳ, କୋଉଟା ଅଛି ଗୋଚର ତେଣୁ କୌଣସି ଜାଗର ଘରବାଡ଼ି କିସମ ହୋଇନାହିଁ ଏବଂ ସବୁ ଜାଗା ସାଧାରଣ ପ୍ରଶାସନ ନାମରେ ବାହାରୁଛି। କୌଣସି ଜମି ମାଲିକ ଏମାନେ ଯାହାକୁ ଦେଇଛନ୍ତି ପଟ୍ଟା କାହା ନାମରେ ବହାରୁନାହି। କେଉଁଠିନା କେଉଁଠି ଏମାନେ ବସ୍ତି ବାସିନ୍ଦାଙ୍କୁ ପ୍ରତାରଣା ଓ ବିଶ୍ୱାସଘାତକତାର କରିଛନ୍ତି ଏବଂ ଏକଥାକୁ ଅନ୍ଧ ଧୃତରାଷ୍ଟ୍ର ଭଳିଆ ମୁଖ୍ୟମନ୍ତ୍ରୀ କଳା ପଟି ବାନ୍ଧି ଆଖିରେ ମଞ୍ଚ ଉପରେ ବସ୍ତି ବାସିନ୍ଦାଙ୍କୁ,ତେଣୁ ଏ ସପ୍ତାଦ୍ଧିର ସବୁଠୁ ବଡ଼ ମିଛ ଓ ବିଶ୍ୱାସଘତକତା କରିଛନ୍ତି ନବୀନ ପଟ୍ଟନାୟକ।ଯେହେତୁ ଏମାନେସବୁ ଥିରେ ଫେଲ୍ ମୌଳିକସେବା ଯୋଗାଇବାରେ ଭୁବନେଶ୍ୱର ମହାନଗର ନିଗମ ଓ ରାଜ୍ୟ ସରକାର ସମ୍ପୂର୍ଣ ଫେଲ ହୋଇଛି। ଆଜି ଆମେ ଭୁବନେଶ୍ୱର ବାସୀଙ୍କ ତରଫରୁ ବିଏମସିମୁଖ୍ୟ କାର୍ଯ୍ୟଳୟ ଆଗରେ କେବଳ ବସି ନାହିଁୂ । କଳା ବ୍ୟାଚ ପିନ୍ଧି ତାଙ୍କୁ ଚେତେଇଦେବାକୁ ଆସିଛୁ। ଭୁବନେଶ୍ୱର ବାସୀଙ୍କି ତମେ ଆଉ ବାରମ୍ବାର ପ୍ରତାରଣା କର ନାହିଁ। ଏମିତି ଯଦି ପ୍ରତାରଣା କରିବ ଆଗକୁ ବହୁତ୍ ଖରାପ ସମୟ ତମର ଆସୁଛି। ସାର୍ଟ ସିଟି କଥା କୁହନ୍ତୁ ୧୦, ବର୍ଷ ହେଇଗଲାଣି ୫ଟି ୱାର୍ଡ ଭିତରେ ସ୍ମାର୍ଟ ସିଟି ସୀମିତ ହୋଇଗଲା। ଯେଉଁ କଥାକୁ କାଗଜକଲମରେ କରି ଏକ ନମ୍ବର ସ୍ମାର୍ଟ ସିଟି ର ମାନ୍ୟତା ପାଇଥିଲେ ଆଜି କେତେ ନମ୍ୱର ମାନ୍ୟତା ଅଛି ସ୍ମାର୍ଟ ସିଟିର। କେଉଁଠି ନା କେଉଁଠି ଭୁବନେଶ୍ୱର ବାସୀଙ୍କ ପ୍ରତି ଚରମ ଅବହେଳା ଓ ବିଶ୍ୱାସଘତକତା କରିଛନ୍ତି ଏମାନେ, ତେଣୁ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଆଜି କଳା ଦିବସ ପାଳନ କରୁଛି। ସ୍ୱାୟତ୍ତ ଶାସନ ନାମରେ ଏମାନେ ଯେଉଁ ପାଳନ କରୁଛନ୍ତି ଆଉ “ସୋ”ଆୟତ ରେ ନାହିଁ ଅଣାୟତ ହୋଇଛି। ରାଜ୍ୟ ଓ ଭୁବନେଶ୍ୱର ବାସୀଙ୍କି ଏମାନେ ବିଶ୍ୱାସଘାତକତା ଦେଇଛନ୍ତି। ଗତ ବର୍ଷ ବିଏମସି ଯେଉଁ ପ୍ରତିଶୃତିର ପାହାଡ ଛିଡ଼ା କରିଥିଲା ଓ ପ୍ରତ୍ୟେକ ୱାର୍ଡ କୁ କୋଟି କୋଟି ଟଙ୍କା ବିକାଶ ପାଇଁ ଦେଇଥିଲା ଆମେ ପ୍ରଶ୍ନ କରୁଛୁ କେତେ ବିକାଶ ହୋଇଛି ୱାର୍ଡ଼ ଗୁଡ଼ିକର ଜବାବ ଦିଅନ୍ତୁ। ସମସ୍ୟା ଘେରରେ ବିଏମସି ଏଠି ଶ୍ୱାସରୁଦ୍ଧ। ନା ଅଛି ରାସ୍ତା ନା ଅଛି ଆଲୋକ ନା ଅଛି ପାଣିର ସଠିକ୍ ବ୍ୟବସ୍ଥା। ଆଜ୍ଞା ବିଏମସି ଆଜି ଧୁମ୍ ଧାମ ର ସ୍ୱାୟତ୍ତ ଶାସନ ଦିବସ ପାଳନ କରି ଲୋକଙ୍କୁ ଉପହାସ କରୁଛନ୍ତି। ଯେଉଁଥିପାଇଁ ଏମାନଙ୍କୁ ଲୋକ ଭୋଟ ଦେଇଥିଲେ ଯେଉଁ ମୌଳିକ ସେବା ଯୋଗାଇବା ପାଇଁ ଏ ସରକାର ଓ ବିଏମସି ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ସେ କଥାରୁ ଏମାନେ ଦୂରେଇ ଯାଇଛନ୍ତି ବୋଲି ଜିଲ୍ଲା ସଭପତି ଶ୍ରୀ ସିଂ କହିଛନ୍ତି।ବିଏମସି ରେ କାହାର କାହା ସହ ତାଳମେଳ ରହୁ ନାହିଁ। ଆଜି ଗୋଟେ ରାସ୍ତା ନିର୍ମାଣ ହେବା ପରେ ଆଉ ଜଣେ ସ୍ୱରେଜ ପାଇଁ ନୂଆ ରାସ୍ତାକୁ ଖୋଳି ପକାଉଛି।ଭୁବନେଶ୍ୱର ବାସୀଙ୍କୁ ସର୍ବ ନିମ୍ନ ମୌଳିକ ସୁବିଧା ବିଏମସି ନଯୋଗାଇବା ପର୍ଯ୍ୟନ୍ତ ଜିଲ୍ଲା ବିଜେପି ରାଜ ରାସ୍ତାରେ ସର୍ବଦା ପ୍ରତିବାଦ କରିବ ସହିତ ଲୋକଙ୍କ ପାଖକୁ ଯିବ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଛନ୍ତି।୧୦୦ ସାର୍ଟ ସିଟି ମଧ୍ୟରେ ବିଏମସି ଏକ ନମ୍ବର ସ୍ମାର୍ଟ ସିଟି ପୁରସ୍କାର ପାଇଥିଲା। ଆଜି ତାର ଅବସ୍ଥା ଦେଖନ୍ତୁ। ସ୍ମାର୍ଟ ସିଟି ଯୋଜନାରେ ବିପୁଳ ଅର୍ଥ ଆସୁଛି କେନ୍ଦ୍ର ସରକାରଙ୍କ ଠାରୁ ମାତ୍ର ତାକୁ ବିଏମସି ହରିଲୁଟ୍ କରୁଛି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।
ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ର ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ,ଦିଲ୍ଲୀପ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ଵଂୟ ସେବକ ରାୟ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ,ଜିଲ୍ଲା ଉପ ସଭାପତି ରାଜେନ୍ଦ୍ର ଦାସ, ସୁଶାନ୍ତ ସାବତ,ନିରଞ୍ଜନ ରାଉତରାୟ, ତୃପ୍ତିମଇ ମକଦ୍ଦମ, ଧୀରେନ୍ ପାତ୍ର, ମନୋରଞ୍ଜନ ସ୍ବାଇଁ, ଜିଲ୍ଲା ମଣ୍ଡଳ ସଭାପତି ବିଜୟ ରାଉତ, ଦାମୋଦର ବେହେରା,ସୋୟମ୍ଭୁ ପଟ୍ଟନାୟକ, ଜଗନ୍ନାଥ ବେହେରା, ଜିତେନ୍ଦ୍ର ମହାନ୍ତି, ସୁଶାନ୍ତ ଦାସ,ବିଜେପି କର୍ପୋରେଟର ଜୀବନ ରାଉତ, ଜିଲ୍ଲା ସମ୍ପାଦକ ନିର୍ମଳ ପଣ୍ଡା, ରଜନୀବାଳା ଦାସ, ଜିଲ୍ଲା କାର୍ଯ୍ୟକର୍ତ୍ତା ସୁନିଲ ପ୍ରଧାନ,ମନୋଜ ପଶ୍ଚିମକବାଟ, ବିଶ୍ଵନାଥ ସେଠୀ, ସୁନୀତା ପତି , ରାମଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required