Search for:
  • Home/
  • ରାଜ୍ୟ/
  • ସାଧବ ଓଡ଼ିଶାରୁ ଦାଦନ ଓଡ଼ିଶା ଆଲୋଚନା ଚକ୍ର

ସାଧବ ଓଡ଼ିଶାରୁ ଦାଦନ ଓଡ଼ିଶା ଆଲୋଚନା ଚକ୍ର

Spread the love

Loading

ସାଧବ ଓଡ଼ିଶାରୁ ଦାଦନ ଓଡ଼ିଶା

ଆଲୋଚନା ଚକ୍ର

ଓଡ଼ିଶା ଶାସନ ନ ବଦଳିଲେ ରାଜ୍ୟର ବିକାଶ ଅସମ୍ଭବ :

ମୋ ଦଳ

ଭୁବନେଶ୍ୱର, ୧.୧୦ : ମୋ ଦଳ ତରଫରୁ ରବିବାର ଦିନ ହୋଟେଲ ପ୍ରେସିଡେନ୍ସିରେ ସାଧବ ଓଡ଼ିଶାରୁ
ଦାଦନ ଓଡ଼ିଶା ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଯାଇଛି । ମୋ ଦଳର କାର୍ଯ୍ୟକାରୀ ସଭାପତି ଅକ୍ଷୟ
କୁମାରଙ୍କ ନେତୃତ୍ୱରେ ଆୟୋଜିତ ଆଲୋଚନାରେ ଆଲୋଚକ ଭାବେ ଯୋଗଦେେଇ ପୂର୍ବତନ
କୁଳପତି ବିନାୟକ ରଥ କହିଲେ ଯେ, ଜଳ, ଜମି, ଜଙ୍ଗଲ ସାଧାରଣ ଲୋକଙ୍କ କାମରେ ଲାଗୁନାହିଁ ।
ସାମ୍ପ୍ରଦାୟିକତାବାଦ, ଜାତିବାଦକୁ ରାଜନୀତିରେ ବିରୋଧ କରିବାକୁ ପଡ଼ିବ । ଶାସନ ଲୋକଙ୍କ ସହ
ସମ୍ପୃକ୍ତି ଓ ଲୋକ ପରାମର୍ଶରେ ·ଲିବା ଉଚିତ୍‌ ଯାହା ଆଦୌ ହେଉନାହିଁ । ସେହିଭଳି ଶିକ୍ଷା ଓ ସ୍ୱାସ୍ଥ୍ୟର
ଘରୋଇକରଣ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛି । ଭାଷା ଆନ୍ଦୋଳନର ନେତା ସୁବାସ
ପଟ୍ଟନାୟକ କହିଲେ ଯେ, ସାଧବମାନେ କେବଳ ବାଣିଜ୍ୟରେ ନିପୂଣ ନଥିଲେ, କୁଶଳୀ ଯୋଦ୍ଧା ମଧ୍ୟ ଥିଲେ ।
ସେତେବେଳର ଗୋଷ୍ଠୀଗତ ଗଣତନ୍ତ୍ର ଶାସନ ଏବର ଶାସନ ଠାରୁ ଉକ୍ରୃଷ୍ଟ ଥିଲା । ବିଶିଷ୍ଟ ଅଧିବକ୍ତା କ୍ଷୀରୋଦ
ରାଉତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସେହି ହେଉଛି ବିଶିଷ୍ଟ ଶାସକ, ଯିଏ ନିଜ ଶାସନକୁ କମ୍‌ ବ୍ୟବହାର
କରେ । ମଣ୍ଟେସ୍କୋ, ଭୋଲ୍‌ଟେୟାର ଯେମିତି ଅତ୍ୟା·ରୀ ଶାସନ ବିରୁଦ୍ଧରେ ଜନମତ କରିଥିଲେ, ଆମେ
ସେମିତି ଶାସନ ବ୍ୟବସ୍ଥାକୁ ବଦଳାଇବାକୁ ସଂକଳ୍ପ ନେବା । ଅର୍ଥନୀତିଜ୍ଞ ଅବସରପ୍ରାପ୍ତ ଅଧ୍ୟାପକ କୁମରବର
ଦାସ କହିଥିଲେ ଯେ, ପଞ୍ଜାବ ଓ ହରିୟାଣାରେ ବୃହତ୍‌ ଶିଳ୍ପ ନାହିଁ, ସେଠି କିନ୍ତୁ ଲୋକଙ୍କର ବିକାଶ ହୋଇଛି ।
ଏଠି ବୃହତ୍‌ ଶିଳ୍ପ, ବିକାଶ ଲୋକଙ୍କ ପାଇଁ ବୁମେରାଂ ହୋଇଛି । ଆମେ ଗୋରୀ ଝିଅ ବଦଳରେ କାଳୀ
ନୁହେଁ, ସୁନ୍ଦରୀ ଝିଅ ଭଳି ଶାସନ ଓ ଉନ୍ନତି ·ହୁଁ । ପୂର୍ବତନ ପ୍ରଶାସକ ଦେବ ପ୍ରସାଦ ଦାସ ଅତ୍ୟନ୍ତ ଶାଣିତ
ଭାବେ ସରକାରଙ୍କ ବିଫଳତାକୁ ଦର୍ଶାଇବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରର ବିକଳ ସ୍ଥିତିରେ ଓଡ଼ିଶା
କିଭଳି ଅଛି ତାର କରୁଣ ଚିତ୍ର ଉପସ୍ଥାପନ କରିଥିଲେ । ସେହିଭଳି ସ୍ଥାୟୀତ୍ୱ ଶାସନ ବିକାଶର
ମାପକାଠି ଆଦୌ ଉଚିତ୍‌ ନୁହେଁ ବୋଲି କହିଥିଲେ । ବିଶିଷ୍ଟ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ
ବିଜେଡ଼ିକୁ ସମାଲୋଚନା କରି କହିଲେ ଯେ, ବିଜେଡ଼ିର ଲମ୍ବା ଶାସନରେ ନିଜ ଦଳର ପାଣ୍ଠି ବୃଦ୍ଧି କଲା,
ସୁନ୍ଦର ଶଙ୍ଖ ଭବନ କଲା, କିନ୍ତୁ ଓଡ଼ିଶାର କିମ୍ବା ଓଡ଼ିଆଙ୍କ ବିକାଶ ହେଲା ନାହିଁ । ଶିକ୍ଷାବିତ୍‌ ଅନିଲ
ପ୍ରଧାନ ଶିକ୍ଷା ଉପରେ ମତ ଦେଇ କହିଲେ ଯେ, ଶକ୍ଷା ଅଧିକାର ଆଇନ ଆସିଲା ପରେ ସରକାରୀ ଶିକ୍ଷା
ସୁଧୁରିବା ପରିବର୍ତ୍ତେ ସରକାରୀ ସ୍କୁଲ୍‌ର ସମାଧି ହେଲା । କାହିଁକି ଏମିତି ହେଲା ତାର ସମୀକ୍ଷା ହେଲାନାହିଁ ।
ସାମ୍ବାଦିକ ପ୍ରଭାସ ପ୍ରଧାନ କହିଲେ ଯେ, ପଡ଼ିଶା ଆନ୍ଧ୍ର ଉତ୍ପାଦନରେ ସବୁଥିରେ ଆଗରେ ଥିଲାବେଳେ
ଆମେ ପଛପଟୁ ଆଗରେ । ସ୍ୱାସ୍ଥ୍ୟବସ୍ଥାର ଦୂରାବସ୍ଥା ସମ୍ପର୍କରେ ଗୌରାଙ୍ଗ ମହାପାତ୍ର କହିଲେ ଯେ,
ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିଲେ ଲୋକେ ଦାରିଦ୍ର୍ୟ କବଳରୁ ହୁଗୁଳି ପାରିବେ ନାହିଁ । ସାମାଜିକ
କର୍ମୀ ସୁବାସ ପଣ୍ଡା କହିଲେ ଯେ, ଏନ୍‌ଟିଆର ଯେଭଳି ତେଲୁଗୁ ଅସ୍ମିତାକୁ ନେଇ ଦଳ ଗଢି ସଫଳ
ହୋଇଥିଲେ, ଏବେ ସେଭଳି ଓଡ଼ିଆ ଅସ୍ମିତାକୁ ନେଇ ନୂତନ ଆଞ୍ଚଳିକ ଦଳକୁ ବଢାଇବାର ଅଛି ।
ଗୋତିମୁକ୍ତି ଆନ୍ଦୋଳନର ନେତା ବାଘାମ୍ବର ପଟ୍ଟନାୟକ କହିଲେ ଯେ, ଲୋକଙ୍କ ସପକ୍ଷରେ ଯେଉଁ ଆଇନ
ଅଛି, ତାର ପ୍ର·ର କିମ୍ବା ଉପଯୋଗ ହେଉନାହିଁ । ଗାନ୍ଧୀଙ୍କ ରାସ୍ତାରେ ଏସବୁର ବିରୋଧ ହେଉ ।
ସୂଚନା ଅଧିକାରୀ ଆନ୍ଦୋଳନର ନେତା ପ୍ରଦୀପ ପ୍ରଧାନ କହିଲେ ଯେ, ନବୀନ ପଟ୍ଟନାୟକ ସରକାର
ଅଘୋଷିତ ଲୁଣ୍ଠନ ଓ ମିଥ୍ୟା ପ୍ର·ର ·ଲିଛି । ଏହି ମିଛ ପ୍ର·ର ପଟଳକୁ କାଟିଲ ସରକାର ହାରିଯିବ ।
ପ୍ର·ର କମିଟିର ଅଧ୍ୟକ୍ଷ ଶେଷଦେବ ନନ୍ଦ କହିଲେ ଯେ, ନବୀନ ସରକାରଙ୍କ ବିରୁଦ୍ଧରେ ମୋ ଦଳ କର୍ମୀଙ୍କ ଅହରହ କାମ
ନବୀନଙ୍କୁ ପରାସ୍ତ କରିପାରିବ । କାର୍ଯ୍ୟକାରୀ ଅଧ୍ୟକ୍ଷ ଅକ୍ଷୟ କୁମାର କହିଥିଲେ ଯେ, ରାଜ୍ୟରେ ନୂଆ
ସରକାର ହେବା ଆଦୌ ସ୍ୱପ୍ନ ନୁହେଁ । ଆମର ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପ ଓ ଏକନୀଷ୍ଠ ସାଧନା
ନବୀନଙ୍କୁ କ୍ଷମତାକୁ ହଟାଇବାରେ ସଫଳ ହେବ । ଏନଆରଆଇ ସୂର୍ଯ୍ୟ ମିଶ୍ର ଓ ନିରାକାର ବେଉରା ଓଡ଼ିଶା
ଦିନକୁ ଦିନ ରସାତଳଗାମୀ ହେଉଛି କହିଥିଲେ ।

ଆଜି ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ରାଜ୍ୟ ସଭାପତି ନିତ୍ୟସୁନ୍ଦର ଦାସ, ଉମାକାନ୍ତ ଭାରତ,
ଡଃ କୁଳମଣି, ବସନ୍ତ ସାହୁ, ଅଶୋକ ମହାନ୍ତି, ଦେବୀ ପ୍ରସାଦ ମହାରଣା, ପ୍ରସନ୍ନ କୁଅଁର, ଅରୁଣ ମହାପାତ୍ର
ପ୍ରମୁଖ ଯୋଗ ଦେଇଥିଲେ ।

Leave A Comment

All fields marked with an asterisk (*) are required