Search for:
  • Home/
  • ରାଜ୍ୟ/
  • ଶୈଳଶ୍ରୀବିହାର ଲଷ୍ମୀ ପୂଜା ପଡ଼ିଆ ଠାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ

ଶୈଳଶ୍ରୀବିହାର ଲଷ୍ମୀ ପୂଜା ପଡ଼ିଆ ଠାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ

Spread the love

Loading

ଭୁବନେଶ୍ୱର ତା.29/04/2024 ରିଖ ସୋମବାର ଅପରାହ୍ନ 5:30ମିନିଟ ସମୟରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ 7
ଶୈଳଶ୍ରୀବିହାର ଲଷ୍ମୀ ପୂଜା ପଡ଼ିଆ ଠାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମେ ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ନୀଳକଣ୍ଠେଶ୍ଵର ମନ୍ଦିର ଠାରୁ ଶୋଭାଯାତ୍ରା ରେ ପାଛୋଟି ନେଇ ଲଷ୍ମୀ ପୂଜା ପଡ଼ିଆ ନିକଟ ସଭା ସ୍ଥଳରେ ପହଞ୍ଚାଇ ଥିଲେ l ଉପସ୍ଥିତ ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇ ଶ୍ରୀ ମିଶ୍ର ବିଭିନ୍ନ ସମସ୍ୟା ରେ କବଳିତ ଜନତା ଙ୍କ ଦୁଃଖ ଦୂର ପାଇଁ ଶୋଷଣକାରି ଜନ ବିରୋଧୀ ବିଜେଡ଼ି ସରକାର କୁ ହଟାଇ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିକଶିତ ଭାରତ ଗଠନ ଦିଗରେ ଆମର ସହ ଭାଗିତା ନିମନ୍ତେ ବିଜେପିକୁ ପଦ୍ମ ଫୁଲ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ l ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଯଶୋଧାରା ପ୍ରଧାନଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାପତି ନଗେନ ବିଷୋୟୀ, ନାରୀନେତ୍ରୀ ରଶ୍ମିରେଖା ଜେନା,ଯୁବ ନେତା ସ୍ଵାକ୍ଷର ମହାନ୍ତି, ସ୍ଥାନୀୟ ଯୁବ, ମହିଳା, ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସହଯୋଗ କରିଥିଲେ l

Leave A Comment

All fields marked with an asterisk (*) are required