Search for:
  • Home/
  • ଜିଲ୍ଲା/
  • ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା।

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା।

Spread the love

Loading

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା। ମେଳା ପରିସର ସ୍ଥିତ ଓଡ଼ିଶା ପାଭିଲିୟନକୁ ମଙ୍ଗଳବାର ଦିନ ଉଦଘାଟନ କରିଥିଲେ ଓଡ଼ିଶା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ ତଥା ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା।

ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀରେ ପ୍ରତିବର୍ଷ ଆୟୋଜିତ ହେଉଛି ଏହି ‘ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା’। ଚଳିତବର୍ଷ ମେଳାର ଥିମ୍ “ବସୁଧୈବ କୁଟୁମ୍ବକମ୍ – ୟୁନାଇଟେଡ୍ ବାଇ ଟ୍ରେଡ୍” ରହିଛି। ଏହାକୁ ଆଧାରକରି ଓଡ଼ିଶା ପାଭିଲିୟନ୍ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସହିତ ରାଜ୍ୟର କଳା ଓ ସଂସ୍କୃତି, ଆଦିବାସୀ ଜୀବନ, ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଗ୍ରାମୀଣ ଉତ୍ପାଦ, ମିଲେଟ୍ସ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଏବଂ ମିଶନ ଶକ୍ତି ମା’ଙ୍କ ହାତ ତିଆରି ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି ବ୍ୟବସ୍ଥା କରି ରାଜ୍ୟର ସାଂସ୍କୃତିକ ଓ ଆର୍ଥିକ ବୈଭବକୁ ଉପସ୍ଥାପନ କରୁଛି।

Leave A Comment

All fields marked with an asterisk (*) are required