Search for:
  • Home/
  • ରାଜ୍ୟ/
  • ବିଜେଡିରେ ମିଶିଲେ କେନ୍ଦୁଝର ପାଟଣାର ବିଜେପି ନେତା ଭବାନୀ ଶଙ୍କର ନାଏକ

ବିଜେଡିରେ ମିଶିଲେ କେନ୍ଦୁଝର ପାଟଣାର ବିଜେପି ନେତା ଭବାନୀ ଶଙ୍କର ନାଏକ

Spread the love

Loading

ବିଜେଡିରେ ମିଶିଲେ କେନ୍ଦୁଝର ପାଟଣାର ବିଜେପି ନେତା ଭବାନୀ ଶଙ୍କର ନାଏକ

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣପର୍ବ। ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାଏକ। ଭବାନୀଙ୍କ ସହ ଶଙ୍ଖ ଫୁଙ୍କିଛନ୍ତି ଶତାଧିକ ବିଜେପି କର୍ମୀ ଓ ସମର୍ଥକ। ସମସ୍ତଙ୍କୁ ଦଳକୁ ସ୍ବାଗତ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ୨୦୧୪ ଓ ୨୦୧୯ରେ ବିଧାୟକ ପ୍ରାର୍ଥୀ ଥିବା ଭବାନୀଙ୍କ ଯୋଗଦାନ ଦ୍ବାରା ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡି ଆହୁରି ସୁଦୃଢ଼ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ପ୍ରଭାବିତ ହୋଇ ସେ ବିଜେଡିକୁ ଆସିଲେ ବୋଲି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ଦଳର ତୁଙ୍ଗ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବିଚାରଧାରାରୁ ଓହରିଯାଇଥିବାରୁ ସେ ବିଜେପି ଛାଡିଲେ ବୋଲି କହିଛନ୍ତି। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଗଲା।

Leave A Comment

All fields marked with an asterisk (*) are required