Search for:
  • Home/
  • ରାଜ୍ୟ/
  • ଭାରତକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ

ଭାରତକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ

Spread the love

Loading

ଭାରତକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ

ଅହମଦାବାଦ୍‌: ଭାରତକୁ ହରାଇ ବିଶ୍ୱକପ-୨୦୨୩ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ। ଏଥିସହ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଟାଇଟଲ ଜିତିଛି। ଆଜିର ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିଥିଲା। ଏହ ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୨୪୧ ରନର ଆବଶ୍ୟକତା ରହିଥିଲା। ଅଷ୍ଟ୍ରେଲିଆ ୪୩ ଓଭରରେ ୪ ୱିକେଟ ହରାଇ ୨୪୧ ରନ କରି ବିଶ୍ବକପ ଫାଇନାଲ ମ୍ୟାଚ ଜିତିନେଇଛି।ପ୍ରାରମ୍ଭରୁ ଭାରତର ଘାତକ ବୋଲିଂରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଡେଭିଡ୍‌ ୱାର୍ଣ୍ଣର୍‌ ୩ ବଲରେ ୭ରନ କରି ଆଉଟ ହୋଇଥିଲେ। ମିସେଲ୍‌ ମାର୍ସ ୧୫ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ପରେ ସ୍ମିଥ ୯ ବଲରୋ ୪ରନ କରି ଆଉଟ ହୋଇଥିଲେ। ପରେ ଟ୍ରେଭିସ୍‌ ହେଡ୍‌ ଓ ମାର୍ଣ୍ଣସ୍‌ ଲାଗୁସେନି ପାରିକୁ ସମ୍ଭାଳିଥିଲେ । ଟ୍ରେଭିସ୍‌ ହେଡ୍‌ ଏକ ଶତକୀୟ ଇଂନିସ ଖେଳିଥିଲେ। ଟ୍ରେଭିସ୍‌ ହେଡ୍‌ ୧୨୦ ବଲରେ ୧୩୫ ରନ କରି ଆଉଟ ହୋଇଥିଲେ। ତାଙ୍କର ଏହି ଶତକୀୟ ପାରିରେ ୪ଟି ଛକା ଓ ୧୫ଟି ଚୌକା ସାମିଲ ରହିଛି। ମାର୍ଣ୍ଣସ୍‌ ଲାଗୁସେନି ୧୧୦ ବଲରେ ୫୮ ରନ କରି ଅପରାଜିତ ରହିଥିଲେ।ଭାରତ ପକ୍ଷରୁ ଜସ୍‌ପ୍ରିତ୍‌ ବୁମ୍‌ରା ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ୍‌ ଶାମି ଓ ମହମ୍ମଦ୍‌ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।ଅଷ୍ଟ୍ରଲିଆ ପୂର୍ବରୁ ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ ମସିହାରେ ବିଶ୍ୱକପ ଜିତିଥିଲା

Leave A Comment

All fields marked with an asterisk (*) are required