Search for:
  • Home/
  • ରାଜ୍ୟ/
  • ରାଜନୈତିକ ଦଳମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ

ରାଜନୈତିକ ଦଳମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ

Spread the love

Loading

ରାଜନୈତିକ ଦଳମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ

ଭୁବନେଶ୍ୱର,୨୩/୦୪/୨୦୨୪:ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦ୍ଦେଶକ୍ରମେ ଚଳିତ ଅପ୍ରେଲ ୨୩ ତାରିଖ ମଙ୍ଗଳବାର ଦିନ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟିରିଂ ନିୟମାବଳୀ ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍‌. ତିରୁମାଲା ନାୟକ ଏହି ବୈଠକରେ ଅଧ୍ୟକ୍ଷତା କରି ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପରିପ୍ରେକ୍ଷୀରେ ମିଡ଼ିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟିରିଂ ସଂପର୍କିତ ନିୟମାବଳୀର କାର୍ଯ୍ୟକାରିତା, ଅନୁପାଳନ ସଂପର୍କିତ ବିଭିନ୍ନ ଦିଗ ଉପରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ଜିଲ୍ଲା, ରାଜ୍ୟ ଏବଂ ଭାରତ ନିର୍ବାଚନ ଆୟୋଗ ସ୍ତରରେ ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଗଠିତ ହୋଇଥିବା ମିଡ଼ିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟିରିଂ କମିଟି ଗଠନ ସଂପର୍କରେ ସୂଚନା ଦେଇ ଇଲେକ୍‌ଟ୍ରୋନିକ୍ସ ମିଡ଼ିଆରେ ରାଜନୈତିକ ବିଜ୍ଞାପନଗୁଡ଼ିକ କିପରି ପ୍ରାକ୍‌-ପ୍ରମାଣୀକୃତ ହେବା ଆବଶ୍ୟକ ସେ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଇଲେକ୍‌ଟ୍ରୋନିକ୍‌ ମିଡ଼ିଆ ଅନ୍ତର୍ଗତ ଟିଭି/କେବୁଲ ଚ୍ୟାନେଲ, ରେଡ଼ିଓ ତଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାକୁ ଥିବା ରାଜନୈତିକ ବିଜ୍ଞାପନଗୁଡ଼ିକର ପ୍ରାକ୍‌-ପ୍ରମାଣୀକୃତ ପଦ୍ଧତି, ପ୍ରିଣ୍ଟ ମିଡ଼ିଆରେ ବିଜ୍ଞାପନ ପାଇଁ ପ୍ରାକ୍‌-ପ୍ରମାଣୀକୃତ ପଦ୍ଧତି ସଂପର୍କରେ ଏହି ବୈଠକରେ ବିଶଦ ଆଲୋଚନା ହୋଇଥିଲା । ଏତଦ୍‌ବ୍ୟତୀତ ପେଡ୍‌ନୁ୍ୟଜ୍‌ର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ରାଜନୈତିକ ବିଜ୍ଞାପନ ପ୍ରସ୍ତୁତିରେ ଧର୍ମ, ଜାତି ଓ ଭାଷା କ୍ଷେତ୍ରରେ ବିଦେ୍ୱଷ ସୃଷ୍ଟି କରୁଥିବା ଏବଂ ସାଂପ୍ରଦାୟିକତାବାଦ ଓ ଶ୍ରତୁତା ସୃଷ୍ଟି କରୁଥିବା ଦିଗକୁ ବାରଣ କରାଯାଇଛି ।
ଏହି ବୈଠକରେ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନାମିକା ସିଂହ, ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ସଂପୃକ୍ତ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Comment

All fields marked with an asterisk (*) are required