Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଜେଡିରୁ ସୁଶାନ୍ତ ରାଉତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା ବେଳେ କଂଗ୍ରେସରୁ ଅଶୋକ ଦାସ ଓ ବିଜେପିରୁ ପ୍ରିୟଦର୍ଶୀ ମିଶ୍ର କଡା ଟକଲ ହେବ ବୋଲି ସ୍ଥାନୀୟ ବାସିନ୍ଦା କହୁଚଥି।

ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଜେଡିରୁ ସୁଶାନ୍ତ ରାଉତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା ବେଳେ କଂଗ୍ରେସରୁ ଅଶୋକ ଦାସ ଓ ବିଜେପିରୁ ପ୍ରିୟଦର୍ଶୀ ମିଶ୍ର କଡା ଟକଲ ହେବ ବୋଲି ସ୍ଥାନୀୟ ବାସିନ୍ଦା କହୁଚଥି।

Spread the love

Loading

ଭୁବନେଶ୍ୱର ଉତ୍ତର: ପ୍ରିୟଦର୍ଶୀଙ୍କ ପଲା ଭାରି ନିର୍ବାଚନ ୨୦୨୪

ଭୁବନେଶ୍ୱର: ଚଳିତ ୨୦୨୪ ନିର୍ବାଚନରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଜେଡିରୁ ସୁଶାନ୍ତ ରାଉତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା ବେଳେ କଂଗ୍ରେସରୁ ଅଶୋକ ଦାସ ଓ ବିଜେପିରୁ ପ୍ରିୟଦର୍ଶୀ ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରିୟଦର୍ଶୀ ପୂର୍ବରୁ ବିଜେଡିରୁ ବିଧାୟକ ଥିଲା ବେଳେ ଗତ ୨୦୧୯ ନିର୍ବାଚନରେ ତାଙ୍କୁ ଟିକେଟ ମିଳିନଥିଲା । ଦଳ ତାଙ୍କୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କରି ବସାଇ ଦେଇଥିଲା । ମାତ୍ର ନବାଗତ ସୁଶାନ୍ତ ରାଉତଙ୍କୁ ପ୍ରଥମ ଥର ଟିକେଟ ଦେଇଥିଲା ବେଳେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାୱାରେ ବିଜୟୀ ହୋଇଥିଲେ । ୨୦୧୯ରେ ଟିକେଟ କଟିଥିଲେ ମଧ୍ୟ ପ୍ରିୟଦର୍ଶୀ ନିଜର ସମାନ୍ତରାଳ ସଂଗଠନ ଜାରି ରଖିଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଓ ପୂଜା ପର୍ବାଣିରେ ଲୋକଙ୍କ ସହ ସାମିଲ୍‌ ହେଉଥିଲେ । ୨୦୧୪ ରୁ ୨୦୧୯ ବିଧାୟକ ରହିବା ଯୋଗୁଁ ପ୍ରିୟଦର୍ଶୀଙ୍କର ନିଜସ୍ୱ ସଂଗଠନ ରହିଛି । ତେଣୁ ଚଳିତ ଥର ବିଜେଡି ତାଙ୍କୁ ଟିକେଟ ନ ଦେବାରୁ ସେ ବିଜେପିରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ମଧ୍ୟ ନବାଗତ ହୋଇଥିଲା ବେଳେ ତାଙ୍କର ସାଂଗଠନିକ ସ୍ଥିତି ସେତେଟା ସୁଦୃଢ଼ ନଥିବା କୁହାଯାଉଛି । ଗତଥର ଭୁବନେଶ୍ୱର ଉତ୍ତରରୁ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଜେପି ବିଧାୟିକା ପ୍ରାର୍ଥୀ ହୋଇ ୪୫ହଜାର ୭୭୯ ଖଣ୍ଡ ଭୋଟ ପାଇଥିଲେ । ବିଜେଡିରୁ ସୁଶାନ୍ତ ରାଉତ ୭୧ ହଜାର ୧୯୩ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ଓ ବିଜେପି ମଧ୍ୟରେ ଭୋଟ ବ୍ୟବଧାନ ୨୫ହଜାର ୪୧୪ ରହିଥିଲା । ମାତ୍ର ଚଳିତ ଥର ପ୍ରିୟଦର୍ଶୀ ବିଜେଡିକୁ କଡ଼ା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି । ଚଳିତ ୨୦୨୪ ନିର୍ବାଚନରେ ବିଜେଡି ସପକ୍ଷରେ ସେତେ ହାୱା ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି । ଅନ୍ୟପକ୍ଷରେ ପ୍ରିୟଦର୍ଶୀଙ୍କର ନିଜସ୍ୱ ସାଂଗଠନିକ ଭୋଟ ୧୦ହଜାରରୁ ଊଦ୍ଧ୍ୱର୍ ଥିଲା ବେଳେ ଏହାକୁ ହିସାବକୁ ନେଲେ ବିଜେଡି ଓ ବିଜେପି ମଧ୍ୟ ହାରଜିତ୍‌ର ବ୍ୟବଧାନ ୨ରୁ ୩ହଜାର ଭୋଟ ମଧ୍ୟ ସୀମିତ ରହିବ ବୋଲି ଚର୍ଚ୍ଚା ହେଉଛି । ପ୍ରିୟଦର୍ଶୀଙ୍କର ବ୍ୟକ୍ତିଗତ ଭାବମୂର୍ତ୍ତି ଓ ଚଳିତ ନିର୍ବାଚନରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସାରା ଦେଶରେ ଯେଉଁ ଅନୁକୂଳ ହାୱା ରହିଛି, ତାହା ପ୍ରିୟଦର୍ଶୀଙ୍କୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି । ତେଣୁ ଆସନ୍ତା ମେ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ପ୍ରିୟଦର୍ଶୀ ମିଶ୍ରଙ୍କର ପଲା ଭାରି ଥିବା କୁହାଯାଉଛି ।

Leave A Comment

All fields marked with an asterisk (*) are required