Search for:
  • Home/
  • ରାଜ୍ୟ/
  • 18ଶ ଲୋକସଭା ନିର୍ବାଚନ ଏବଂ 17ଶ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସି ପି ଆଇ(ଏମ) ର ପ୍ରାର୍ଥୀ ଘୋଷଣା

18ଶ ଲୋକସଭା ନିର୍ବାଚନ ଏବଂ 17ଶ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସି ପି ଆଇ(ଏମ) ର ପ୍ରାର୍ଥୀ ଘୋଷଣା

Spread the love

Loading

18ଶ ଲୋକସଭା ନିର୍ବାଚନ ଏବଂ 17ଶ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସି ପି ଆଇ(ଏମ) ର ପ୍ରାର୍ଥୀ ଘୋଷଣା :

ଭୁବନେଶ୍ୱର ତାରିଖ:24.04.2024 ବିଜେପି ଏବଂ ତା’ର ସହଯୋଗୀ ଦଳ ମାନଙ୍କୁ ପରାସ୍ତ କର l
ଲୋକସଭା ଏବଂ ବିଧାନସଭା ରେ ସି ପି ଆଇ(ଏମ) ଏବଂ ବାମପନ୍ଥୀ ମାନଙ୍କର ଶକ୍ତି ବୃଦ୍ଧି କର lକେନ୍ଦ୍ର ରେ ଏବଂ ରାଜ୍ୟରେ ଏକ ବିକଳ୍ପ ଧର୍ମନିରପେକ୍ଷ ସରକାର ପ୍ରତିଷ୍ଠା କର lନରେନ୍ଦ୍ର ମୋଦି ସରକାର ହେଉଛନ୍ତି ଏକ ମିଥ୍ୟାବାଦୀ, ଜନ ବିରୋଧୀ ଏବଂ ଏକଛତ୍ରବାଦୀ ସରକାର l ଖୋଦ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ପ୍ରତିଷ୍ଠା ର କର୍ତ୍ତା ସାଜିବା ଏବଂ ଧର୍ମ ନାମ ରେ ଭୋଟ ମାଗି ଦେଶର ଧର୍ମନିରପେକ୍ଷତା କୁ ହତ୍ୟା କରିଛନ୍ତି l ମୋଦିଙ୍କ ନେତୃତ୍ୱ ରେ ଦେଶର ଧର୍ମନିରପେକ୍ଷ ଗଣତନ୍ତ୍ର, ସାମାଜିକ ନ୍ୟାୟ, ଆର୍ଥିକ ସାର୍ବଭୌମତ୍ୱ ଏବଂ ସଂଘୀୟ ଢାଞ୍ଚା ଭୁଲୁଣ୍ଠିତ ହୋଇଛି l
ନିର୍ବାଚନୀ ବଣ୍ଡ ନାମ ରେ ରାଜନୈତିକ ଦୁର୍ନୀତି କୁ ଏହି ସରକାର ବୈଧ କରଣ କରି ବିଶ୍ୱ ର ସବୁଠାରୁ ବଡ଼ ଦୁର୍ନୀତି କରିଛନ୍ତି l ଦେଶର ସମ୍ପତ୍ତି ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ ଏବଂ ଦେଶର ସମ୍ପଦ ଖଣି, ଜଙ୍ଗଲ ଏବଂ ଜମିକୁ ଗୋଡି ମାଟି ମୂଲ୍ୟ ରେ ମୃଷ୍ଟିମେୟ ପୁଞ୍ଜିପତିଙ୍କ ହାତରେ ଟେକି ଦେଇଛନ୍ତି l ଉତ୍କଟ ଦରବୃଦ୍ଧି ରେ ଜନସାଧାରଣ ଜର୍ଜରିତ l ବିଗତ 45ବର୍ଷ ଭିତରେ ବେକାରୀ ସମସ୍ୟା ଏହିଭଳି ଭୟଙ୍କର ରୂପ କେବେ ନେଇ ନଥିଲା l ଶିଳ୍ପ ଜଗତ ରେ ମାନ୍ଦା ଅବସ୍ଥା l କୃଷି କ୍ଷେତ୍ର ରେ ସଂକଟ ତୀବ୍ରତର ହୋଇଛି l କୃଷକ ର ଫସଲ ପାଇଁ ଏମ ଏସ ପି ର ଆଇନ ଗତ ଗ୍ୟାରେଣ୍ଟି ଏବଂ କୃଷି ଋଣ ଛାଡ଼ କଲେ ନାହିଁ l ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ପ୍ରଚଳିତ ଥିବା 44ଟି ଆଇନ ମଧ୍ୟ ରୁ 15 ଟି ଆଇନ କୁ ବିଲୋପ କଲେ l ବାକି 29 ଟି ଆଇନ କୁ ନେଇ 4ଟା ଶ୍ରମ କୋଡ଼ ରେ ପରିଣତ କରି ଶ୍ରମିକ ମାନଙ୍କର ସମସ୍ତ ଅଧିକାର କୁ ଖର୍ବ କରିଛନ୍ତି l

ଏହି ପରିସ୍ଥିତି ରେ ବିଜେପି ସରକାର କୁ ପରାସ୍ତ କରିବା ପାଇଁ ରାଜ୍ୟବାସୀଙ୍କୁ ସି ପି ଆଇ(ଏମ) ନିବେଦନ କରିଛି l ଗଣତନ୍ତ୍ର, ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ,ଆର୍ଥିକ ସାର୍ଵଭୌମତ୍ୱ ଏବଂ ସର୍ବୋପରି ସମ୍ବିଧାନ ର ସୁରକ୍ଷା ପାଇଁ ବିଜେପି ସରକାର ପରାସ୍ତ ହେବା ଜରୁରୀ ବୋଲି
ସି ପି ଆଇ(ଏମ) କହିଛି l

ଠିକ ସେହିଭଳି ଓଡିଶା ରେ ନବୀନ ପଟ୍ଟନାୟକ ସରକାରଙ୍କ 24ବର୍ଷ ର ଶାସନ ରେ ରାଜ୍ୟବାସୀଙ୍କର ମୌଳିକ ସମସ୍ୟା ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଲେ ନାହିଁ l ବେକାରୀ ସମସ୍ୟା ବିଶେଷ କରି ପ୍ରବାସୀ ଶ୍ରମିକ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି l ବିଜେପି ର ଘନିଷ୍ଠ ମିତ୍ର ଭାବେ ଏହି ଦଳ ଏବଂ ତା’ର ସରକାର କାର୍ଯ୍ୟ କରୁଛନ୍ତି l ବିଜେପି ର ସମସ୍ତ ଜନ ବିରୋଧୀ ବିଲ, ପ୍ରସଙ୍ଗ ଏବଂ ନିତୀ କୁ ବିଜେଡି ସରକାର ବିଗତ ଦଶ ବର୍ଷ ଧରି ସମର୍ଥନ ଦେଇ ଆସିଛି l ଶାସନ ଏବଂ ସରକାର ରେ ମାତ୍ରାଧିକ ଅମଳତାନ୍ତ୍ରିକତା ବୃଦ୍ଧି ଗଣତନ୍ତ୍ର ପ୍ରତି ଶୁଭ ସୂଚନା ନୁହେଁ l ଆସନ୍ନ ନିର୍ବାଚନ ଘୋଷଣା ପୂର୍ବରୁ ମେଣ୍ଟ ପାଇଁ ଚାଲିଥିବା କସରତ ରେ ବିଜେପି-ବିଜେଡି ର ସମ୍ପର୍କ ରାଜ୍ୟବାସୀଙ୍କ ପାଖରେ ଆହୁରି ସ୍ପଷ୍ଟ ହୋଇଯାଇଛି l
ସି ପି ଆଇ(ଏମ) ବିଜେଡି ର ବିଜେପି ସମର୍ଥନବାଦୀ ଚରିତ୍ର ଏବଂ ଜନ ବିରୋଧୀ ନିତୀ କୁ ବିରୋଧ କରୁଛି l ରାଜ୍ୟରେ ଏକ ସୁସ୍ଥ ଗଣତାନ୍ତ୍ରିକ ପରିବେଶ ପାଇଁ ବିଜେଡି କୁ ପରାସ୍ତ କରିବା ପାଇଁ
ସି ପି ଆଇ(ଏମ) ଆହ୍ୱାନ କରିଛି l

ଏହି ପୃଷ୍ଠଭୂମି ରେ ସି ପି ଆଇ(ଏମ) ଚଳିତ ସାଧାରଣ ନିର୍ବାଚନ ପାଇଁ ଗୋଟିଏ ଲୋକସଭା ଆସନ ଏବଂ 7ଟି ବିଧାନସଭା ଆସନ ରେ ପ୍ରତିଦ୍ବନ୍ଦୀତା କରିବା ପାଇଁ ନିଷ୍ପତ୍ତି କରିଛି l ଜନସାଧାରଣଙ୍କର ଏବଂ ଜନସ୍ୱାର୍ଥ ର ଜାଗ୍ରତ ପ୍ରହରୀ ହେଉଛି ସି ପି ଆଇ(ଏମ) l ଆଜିର ପରିସ୍ଥିତି ରେ ଲୋକସଭା ଏବଂ ବିଧାନସଭା ରେ
ସି ପି ଆଇ(ଏମ) ଏବଂ ବାମପନ୍ଥୀ ମାନଙ୍କର ଶକ୍ତି ବୃଦ୍ଧି ହେବା ଦେଶ ଏବଂ ରାଜ୍ୟର ସ୍ୱାର୍ଥ ପାଇଁ ଜରୁରୀ ଆବଶ୍ୟକତା ଅଟେ l ସି ପି ଆଇ(ଏମ) ତା’ର ସମସ୍ତ ଶକ୍ତି ଦେଇ ଉପୋରକ୍ତ ରାଜନୈତିକ ଲକ୍ଷ୍ୟ କୁ ହାସଲ କରିବା ପାଇଁ କାର୍ଯ୍ୟ କରିବ l

ଭୁବନେଶ୍ୱର ଲୋକସଭା ରେ ଏବଂ ସାତୋଟି ବିଧାନସଭା ଆସନ ରେ ସି ପି ଆଇ(ଏମ) ପ୍ରାର୍ଥୀ ମାନଙ୍କୁ ଭୋଟ ଦେବା ପାଇଁ ପାର୍ଟି ନିବେଦନ କରିଛି l ବଣାଇ ବିଧାନସଭା ଆସନ ରେ ସି ପି ଆଇ (ଏମ) ର କଂଗ୍ରେସ ସହିତ ଆସନ ବୁଝାମଣା ହୋଇଛି l ସୁତରାଂ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ
ସି ପି ଆଇ(ଏମ) କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି l ଉଭୟ ଦଳ ର ମିଳିତ ପ୍ରଚାର ଅଭିଯାନ ଜାରି ରହିଛି l
ଅନ୍ୟ ସମସ୍ତ ଆସନ ରେ ଇ ଣ୍ଡି ଆ ମଞ୍ଚ ର ଅଂଶୀଦାର ଦଳ ମାନଙ୍କର ବିକଳ୍ପ ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯିବ l ଲୋକସଭା ରେ ଏବଂ ବିଧାନସଭା ରେ ବିଜେପି ଏବଂ ବିଜେଡି କୁ ପରାସ୍ତ କରିବା ପାଇଁ
ସି ପି ଆଇ(ଏମ) ତମାମ ରାଜ୍ୟର ନିର୍ବାଚନମଣ୍ଡଳୀ ୱାରୀ ବିଶେଷ ଏବଂ ଭିନ୍ନ ଭିନ୍ନ ପରିସ୍ଥିତି ରେ ଯଥାର୍ଥ କୌଶଳ ଅବଲମ୍ବନ କରିବ l

ଆଜି ସି ପି ଆଇ(ଏମ) ରାଜ୍ୟ ଅଫିସ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଦଳର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟ ରେ ସି ପି ଆଇ(ଏମ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି,ସନ୍ତୋଷ ଦାସ,ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ଜମେଶ୍ୱର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ l

ସି ପି ଆଇ(ଏମ) ର ପ୍ରାର୍ଥୀ ତାଲିକା :
ଲୋକସଭା ଆସନ
1) ଭୁବନେଶ୍ୱର ଲୋକସଭା :
ସୁରେଶ ଚନ୍ଦ୍ର ପାଣିଗ୍ରାହୀ

ଓଡିଶା ବିଧାନସଭା ଆସନ ଜିଲ୍ଲା

1) ବଣାଇ : ଲକ୍ଷ୍ମଣ ମୁଣ୍ଡା(ଏସ ଟି) ସୁନ୍ଦରଗଡ଼
2) ନୀଳଗିରି : ଯୋଗାନନ୍ଦ ଦାସ ବାଲେଶ୍ୱର
3) ରଣପୁର : ସରୋଜ ନାୟକ ନୟାଗଡ
4) ଖୋର୍ଦ୍ଧା : ଗିରିଶ ମହାରଣା ଖୋର୍ଦ୍ଧା
5) ସାଲେପୁର :ବଦ୍ରି ନାରାୟଣ ଦାସ କଟକ
6) ମୋରଡା : ମୃତ୍ୟୁଞ୍ଜୟ ବେହେରା ମୟୁରଭଞ୍ଜ

7) ଚିତ୍ରକୋଣ୍ଡା: ରଘୁନାଥ ହନ୍ତାଳ(ଏସ ଟି)
ମାଲକାନଗିରି l

Leave A Comment

All fields marked with an asterisk (*) are required