Search for:
  • Home/
  • ରାଜ୍ୟ/
  • ମୋ ହୃଦୟର ପ୍ରତିଟି ସ୍ପନ୍ଦନ ଲକ୍ଷ୍ମୀସାଗରବାସୀଙ୍କ କଥାା କୁହେ  : ଜଗନ୍ନାଥ ପ୍ରଧାନ

ମୋ ହୃଦୟର ପ୍ରତିଟି ସ୍ପନ୍ଦନ ଲକ୍ଷ୍ମୀସାଗରବାସୀଙ୍କ କଥାା କୁହେ  : ଜଗନ୍ନାଥ ପ୍ରଧାନ

Spread the love

Loading

*ଲକ୍ଷ୍ମୀସାଗରରେ ଭାବ ଓ ଆବେଗର ସମ୍ପର୍କ ଯୋଡିଲେ ଜଗନ୍ନାଥ*

ମୋ ହୃଦୟର ପ୍ରତିଟି ସ୍ପନ୍ଦନ ଲକ୍ଷ୍ମୀସାଗରବାସୀଙ୍କ
କଥାା କୁହେ  : ଜଗନ୍ନାଥ ପ୍ରଧାନ

 

ଭୁବନୋଶ୍୍ବର.୦୭.୦୫.. ଆଜି ଲକ୍ଷ୍ମୀସାଗର ଅଞ୍ଚଳରେ ବିଜେପି ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଏକ ନିରାଡମ୍ବର ପଦଯାତ୍ରା ସ୍ଥାନୀୟ ଅଞ୍ଚଳରେ ରାଜନୈତୀକ ପରିବେଶକୁ ସରଗରମ କରିଦେଇଚି ା ନା ଥିଲା ବାଜାବାଣ ନା ରୋଷଣୀ କିମ୍ବା ବିରାଟ ପଟୁଆର ସାଧାରଣ ଜନତାଙ୍କ ଭଳି ଗ୍ରାମର ଘରକୁ ଘର ଓ ସାହିରୁ ସାହି ବୁଲି ଏକ ନିଆରା ଶୈଳିରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ଜଗନ୍ନାଥ ା

ଜଗା ଆମ ଗାଁ ପୁଅ ବିଧାୟକ ପ୍ରାର୍ଥି ହୋୃଇଚି ଆମ ଏରୁଣ୍ଡି ତଳକୁ ଆସିତି କହି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା ା କିଏ ସିନ୍ଦୁର ଚନ୍ଦନ ଟିକା ଲଗାଇ ଦେଉଥିଲ ତ କେଉଁଠି ମା ପୁଅ ବୋଲି କହି ମୁଣ୍ଡ ଆଉଁସି ଦେଇ ଦେଉଥିଲେ ଆର୍ଶିର୍ବାଦ ପୁଣି କେଉଁଠି ବୃଦ୍ଧାମା ଜଣଙ୍କ ଜଗନ୍ନାଥଙ୍କୁ ପୁଅ ମୋର କହି ଆଲିଙ୍ଗନ କରିବା ସେଠାରେ ଏକ ଭାବାବେଗ ପରିବେଶ ସୃଷ୍ଟି କରିଥିଲା ାଏଭଳି ଉତ୍ସାହ ଓ ଆନନ୍ଦ ଦେଖି ଜଗନ୍ନାଥ ଯୋଡ ହସ୍ତରେ ନତମସ୍ତକ ହୋଇ ସ୍ଥାନୀୟ ଜନତାଙ୍କୁ ବିନମ୍ରତାର ସହ ଅଭିବାଦନ ଜଣାଇଥିଲେ ା ଏହି ଅବସରରେ ଜଗନ୍ନାଥ କହଛନ୍ତି ଲକ୍ଷ୍ମୀସାଗର ହେଉଚି ମୋର ମାଟି ମୋ ପିଲାଦିନ ଏହି ମାଟିର ପାଣି ପବନରେ ଗଢ଼ା ା ଏହି ଗାଁର ମୁରବୀଙ୍କ ହାତଧରି ମୁଁ ଚାଲି ଶିଖିଚି ସେମାନଙ୍କ ନୀତି ଆଦର୍ଶ ମୋ ପ୍ରରଣାର ଉତ୍ସ ା ଏହି ଗାଁର ମା’ଙ୍କ ଠାରୁ ମୁଁ ସାମାଜିକ ଜୀବନର ସଂସ୍କାର ପାଇଚି ା

ମୋ ହୃଦୟର ପ୍ରତିଟି ସ୍ପନ୍ଦନ ଲକ୍ଷ୍ମୀସାଗରବାସୀଙ୍କ କଥା କୁହେ ବୋଲି ଜଗନ୍ନାଥ କହିଛନ୍ତି ା ଏହି ଗାଁର ପରମ୍ପରା,ପାରମ୍ପରିକ ଲୋକକଳା, ଭାତୃଭାବ ଓ ଗ୍ରାମ୍ୟ ସଂସ୍କୃତିର ଝଲକ୍ ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଚି ା ଜାହା ଆମ ଅଞ୍ଚର ପାଇଁ ଗର୍ବ ଓ ଗୌରୂର ବିଷୟ ବୋଲି ଜଗନ୍ନାଥ କହିଥିଲେ ା ଏ ଗାଁର ଓଳିପାଣି ମୋ ଘରର ଏରୁଣ୍ଡି ଦେଇ ଅତିକ୍ରମ କରେ ଏହା ହିଁ ମୋର ସବୁଠାରୁ ବଡ ପରିଚୟ ବୋଲି ଜଗନ୍ନଥ କହିଛନ୍ତି ା ନିର୍ବାଚନ ଗଣତନ୍ତ୍ରର ଏକ ପ୍ରକ୍ରିୟା ମାତ୍ର କିନ୍ତୁ ମୋ ମାଟି ମୋର ସ୍ବାଭିମାନ ମୁଁ ଆଜୀବନ ଲକ୍ଷ୍ମୀସାଗରବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବି ବୋଲି ଜଗନ୍ନାଥ କହିଛନ୍ତି ା

Leave A Comment

All fields marked with an asterisk (*) are required