Search for:
  • Home/
  • ରାଜ୍ୟ/
  • ବରିଷ୍ଠ ନାଗରିକଙ୍କୁ ନେଇ ପ୍ରିୟଦର୍ଶୀଙ୍କ ନିର୍ବାଚନ ସଭା

ବରିଷ୍ଠ ନାଗରିକଙ୍କୁ ନେଇ ପ୍ରିୟଦର୍ଶୀଙ୍କ ନିର୍ବାଚନ ସଭା

Spread the love

Loading

ବରିଷ୍ଠ ନାଗରିକଙ୍କୁ ନେଇ ପ୍ରିୟଦର୍ଶୀଙ୍କ ନିର୍ବାଚନ ସଭା —————————————————————– ଭୁବନେଶ୍ବର୭/୫ ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟରଙ୍କଠୁ ଆରମ୍ଭ କରି ପ୍ରାର୍ଥୀମାନେ ସେତିକି ତତ୍ପର ହୋଇ ଉଠିଛନ୍ତି।ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର ଚନ୍ଦ୍ରଶେଖରପୁର ନିଳାନ୍ଦ୍ରୀବିହାର ୧୪ନମ୍ବର ଓ୍ବାର୍ଡରେ ମଙ୍ଗଳବାର ରାତିରେ ବରିଷ୍ଠ ନାଗରିକମାନଙ୍କ ରାଜନୀତି ନେଇ ଚର୍ଚ୍ଚା ସରଗମ ଥିଲା।ଆଜି ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ନିର୍ବାଚନ ପ୍ରଚାରରେ ଆସି ନିଳାନ୍ଦୀବିହାର ଅଞ୍ଚଳର ବରିଷ୍ଠନାଗରିକ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ।ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ମୋଦି ଗ୍ୟାରେଣ୍ଟି ପାଇଁ ଯୋଡି ପଦ୍ମ ଫୁଲରେ ମୋହର ମାରିବା ପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଜନସାଧାରଣଙ୍କୁ ନିବେଦନ କରିଥିଲେ।ବିଜେପି ନାରୀନେତ୍ରୀ ରଶ୍ମିରେଖା ଜେନାଙ୍କ ନେତୃତ୍ବରେ ଆୟୋଜିତ ନିର୍ବାଚନ ସଭାରେ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାପତି ନଗେନ୍ ବିଶୋଇ,ଡମ୍ବରୁଧର ନାୟକ ସମେତ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required