Search for:
  • Home/
  • ରାଜ୍ୟ/
  • ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପଦଯାତ୍ରା।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପଦଯାତ୍ରା।

Spread the love

Loading

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ପଦଯାତ୍ରା।

•ବିଜେପିର ପଦଯାତ୍ରା ରେ କମ୍ପୁଛି ନିର୍ବାଚନ ମଣ୍ଡଳୀ

ଭୁବନେଶ୍ୱର,୭/୦୫: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଆଜି ନିର୍ବାଚନ ମଣ୍ଡଳୀରେ ମାରାଥନ ପଦଯାତ୍ରା,ସମାବେଶ, ଚା ଖଟି କରି ଲୋକଙ୍କ ସହ ମିଷୁଛନ୍ତି। ଆଜି ସକାଳେ ଓଲ୍ଡଟାଉନ ଅଞ୍ଚଳରେ ଲୋକଙ୍କ ସହ ମିଶି ଯୋଗୋ କରିଥିଲେ। ସଂଧ୍ୟାରେ ଘାଟିକିଆ ଗ୍ରାମ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ସହ ମିଶି ବିଶାଳ ପଦଯାତ୍ରା କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପି କୁ ଭୋଟ୍ ଦେଇ ଜିତିଈବାକୁ ଅନୁରୋଧ କରିଥିଲେ।ପଦଯାତ୍ରା ରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏଥର ଦୁଇଟି ଭୋଟ ବିଜେପି କୁ ଦେବାକୁ ଅନୁରୋଧ କରିଥିଲେ।ଏହି ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କହିଛନ୍ତି ଯେ,କେତେଦିନ ସହିବା ଏକାମ୍ର ରେ ଏଥର ପରିବର୍ତ୍ତନ ଆଣିବା। ଦୁର୍ନୀତି ଭ୍ରଷ୍ଟାଚାର ପୂର୍ଣ୍ଣ ବିଜେଡ଼ି ଦଳକୁ ଏଥର ଲୋକେ ଗ୍ରହଣ କରିବେ ନାହିଁ।ଏକାମ୍ର ନିର୍ବାଚନ ମଣ୍ଡଳୀର ଅସ୍ମିତା ପାଇଁ ସ୍ୱାଭିମାନ ପାଇଁ ଲଢ଼େଇ ହେବ ଏଥର।ବିଶ୍ୱାସ ଅଛି ଏଥର ଏକାମ୍ର ରେ ବିଜେପି ବିପୁଳ ଭୋଟ ରେ ବିଜୟ ଲାଭ କରିବ। ଆଜିର ଏହି କାର୍ଯ୍ୟକ୍ରମ ରେ ଦଳୀୟ ନେତୃବୃନ୍ଦ ଙ୍କ ସହ ସ୍ଥାନୀୟ ଜନସାଧାରଣ ଯୋଗୋଦେଇଥିଲେ।

Leave A Comment

All fields marked with an asterisk (*) are required