Search for:
  • Home/
  • ମହାନଗର/
  • ବିଜେଡି ଅପାରଗତା ପାଇଁ ବିଏମସି ରେ ଡେଙ୍ଗୁ :- ଆପ୍

ବିଜେଡି ଅପାରଗତା ପାଇଁ ବିଏମସି ରେ ଡେଙ୍ଗୁ :- ଆପ୍

Spread the love

Loading

ବିଜେଡି ଅପାରଗତା ପାଇଁ ବିଏମସି ରେ ଡେଙ୍ଗୁ :- ଆପ୍
ପ୍ରତିବର୍ଷ ମେ ଓ ଜୁନ୍ ମାସରୁ ଡେଙ୍ଗୁ ନିୟନ୍ତ୍ରଣର ପ୍ରକ୍ରିୟା ଆରମ୍ଭ ହୁଏ ମାତ୍ର ବିଏମସି ଏସବୁ
କିଛି ନକରି ଜନସଚେତନ କରିବା ଆଳରେ ଅର୍ଥ ଲୁଟି ନିରବ ରହିବା ଦୁର୍ଭାଗ୍ୟ ଜନକ ଅଟେ।
ସହ ସହ କୋଟି ଟଙ୍କା ଖର୍ଚ୍ଚ ହେଉଚି ଭୁବନେଶ୍ୱର ବିକାଶ ପାଇଁ କିନ୍ତୁ ବିଏମସି ସବୁ ହରିଲୁଟ
କରୁଛି। ଏଥିରୁ ପ୍ରମାଣିତ ହେଉଛି ଦୁର୍ନୀତି ରେ ପୁରା ବିଏମସି ବୁଡି ରହିଛି। ରାଜନୈତିକ ଓ ପ୍ରଶାସନିକ
ଇଚ୍ଛା ଶକ୍ତି ଅଭାବରୁ ଡେଙ୍ଗୁ ରୋଗ ବ୍ୟାପୁଛି ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଶ୍ୱସ୍ତରୀୟ
କହୁଥିବାବେଳେ ୨୩ବର୍ଷ ଶାସନରେ ସ୍ମାର୍ଟସିଟି ଭୁବନେଶ୍ୱରରେ ପାଖାପାଖି ୩୦ପ୍ରତିଶତ ଡେଙ୍ଗୁ
ଚିହ୍ନଟ ଦୁର୍ଭାଗ୍ୟଜନକ।
ଗତବର୍ଷ ମଶା ଉପଦ୍ରବ ସମୟରେ ବିଏମସି ମଶା ମାରିବା ପାଇଁ “ଡ୍ରୋନ ସ୍ପ୍ରେ ଯୋଜନା”ର ମିଡିଆ
ଇଭେଣ୍ଟ୍ କରିଥିଲା । ଚଳିତବର୍ଷ ସେ ଡ୍ରୋନ ସ୍ପ୍ରେ କୁଆଡେ ଗଲା । ରାଜଧାନୀରେ ଡ୍ରେନ
ଅବ୍ୟବସ୍ଥା, ରାସ୍ତାରେ ପାଣିଜମା ହେଉଥିବାରୁ ଡେଙ୍ଗୁ ମଶାର ବଂଶ ବିସ୍ତାର ହେଉଛି । ଜଳ
ନିଷ୍କାସନ ପାଇଁ ଥିବା ଡ୍ରେନ ପୋତାଯାଇ କେଉଁଟି ବିଲ୍ଡିଂ ହେଲାଣି ତ କେଉଁଠି ରାସ୍ତା ।
ରାଜଧାନୀର ଅନେକ ସ୍ଥାନରେ ଅଳିଆ ଆବର୍ଜନାର ଅସ୍ତାୟୀ ଡମ୍ଫିଆଡ଼୍ ଚିନ୍ତାର କାରଣ ପାଲଟିଛି ।
ଏସବୁ ପ୍ରତି ବିଏମସି ଆଖିବୁଜି ଦେଇଛି । ରାଜଧାନୀରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ନାହିଁ ,
ଲୋକଙ୍କଜୀବନ ଯାଉଛି, ସରକାର ନିଦରୁ ଉଠନ୍ତୁ, ବାସ୍ତବିକତାକୁ ଗ୍ରହଣ କରନ୍ତୁ ।
ଏମିତି ଅନେକ ସମସ୍ୟା ବି ଏମ୍ ସି ରେ ଥାଇ ମଧ୍ୟ ବିଜେଡି ସରକାର ସ୍ବଚ୍ଛ ଶାସନ ଦେଉଛି ବୋଲି
ଦେଶ ବିଦେଶ ରେ ଡିଣ୍ଡିମ ପିଟୁଛି, ବି ଏମ୍ ସି ନିର୍ବାଚନ ସମୟରେ ବି ଏମ୍ ସି କୁ ହାତେଇବା ପାଇଁ
ବର୍ତ୍ତମାନର ମେୟର ଅନେକ ପ୍ରତିଶୃତି ଦେଇଥିଲେ ହେଲେ ନିର୍ବାଚନ ପରେ ମେୟର ସବୁ
ପ୍ରତିଶୃତି କୁ ଭୁଲିଯାଇ ନିଜର ପ୍ରଚାର ଏବଂ ପ୍ରସାରରେ ବ୍ୟସ୍ତ ରହିବା ଦେଖିବାକୁ ମିଳୁଛି, ଯେଉଁଥି
ପାଇଁ ବର୍ତ୍ତମାନ ୨୬ ନମ୍ବର ସ୍ଥାନରେ ଭୁବନେଶ୍ବର ସ୍ମାର୍ଟ ସିଟି ସ୍ଥାନ ପାଇଛି ଜ୍ଝ

ଆମ୍ ଆଦ୍‌ମୀ ପାର୍ଟି ଭୁବନେଶ୍ବର ସଂଗଠନ ତରଫରୁ ଆସନ୍ତା -୭/୮/୨୦୨୩ରୀଖ (ସୋମବାର),ଦିନ
୧୧ଟା ସୟରେ ବିଏମସି କମିସନରଙ୍କୁ ପାଞ୍ଚ ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯିବ,
ଯେଉଁଥିରେ ମୁଖ୍ୟ ଦାବି ରହିବ :
୧- ଡ୍ରୋନ୍ ଦ୍ବାରା ପ୍ରତି ଗଳି କନ୍ଦିରେ ମଶା ତେଲ ସ୍ପ୍ରେ କରିବା ଜ୍ଝ
୨- ଯଥା ଶୀଘ୍ର ବି ଏମ୍ ସି ରେ ସୃଷ୍ଟି ହେଇଥିବା ସହ ସହ କୃତ୍ରିମ ଆଳିଆଗଦା କୁ
ସ୍ତାନାନ୍ତରିତ କରିବା ଜ୍ଝ
୩- ପ୍ରତ୍ୟକ ଦିନ ପ୍ରତି କର୍ପୋରେଟର ନିଜ ନିଜ ୱାର୍ଡ ରେ ଲୋକଙ୍କୁ ସଚେତନ କରାଇବେ ଜ୍ଝ
୪- ଡେଙ୍ଗୁ ରେ ମୃତ୍ୟୁ ବରଣ କରୁଥିବା ପ୍ରତ୍ୟକ ବ୍ୟକ୍ତି ଙ୍କ ପରିବାର କୁ ସହାୟତା ରାଶି ୧୦ ଲକ୍ଷ
ଟଙ୍କା ପ୍ରଦାନ କରିବା ଜ୍ଝ
୫- ବର୍ତ୍ତମାନ ସବୁଠୁ ଅଧିକ ଡେଙ୍ଗୁ ବାହାରୁ ଥିବା ଅଞ୍ଚଳକୁ ଗୁରୁତର ସହ ନେଇ ସେଠାକାର ସମସ୍ତ
ସମସ୍ୟା କୁ ତୁରନ୍ତ ସମାଧାନ କରିବା ଜ୍ଝ
ଉକ୍ତ ପ୍ରେସ୍ ମିଟ୍ ରେ ଭୁବନେଶ୍ବର ସଭାପତି ଶ୍ରୀଯୁକ୍ତ ଜୟସୂର୍ୟ କାନୁନଗୋ, ଉତ୍ତର
ବିଧାନସଭାର ପ୍ରଭାରୀ ଶ୍ରୀଯୁକ୍ତ ସୋମନାଥ ରାଉତ, ମଧ୍ୟମ ବିଧାନସଭାର ପ୍ରଭାରୀ ଶ୍ରୀଯୁକ୍ତ
ଶ୍ରୀଧର ସାହୁ ଉପସ୍ଥିତ ରହି ପ୍ରେସ୍ କୁ ବାର୍ତ୍ତା ପ୍ରଦାନ କରିଥିଲେ

Leave A Comment

All fields marked with an asterisk (*) are required