Search for:

ଭୟାବହ ଅଗ୍ନିକାଣ୍ଡ ।

Spread the love

Loading

ଭୁବନେଶ୍ୱର:କେନ୍ଦୁଝର /ବଡ଼ବିଲ,୨୪/୪-ବଡ଼ବିଲ ଅବକାରୀ ଥାନା କାର୍ଯ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ । ଗତ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିବା ଫଳରେ ସେଠାରେ ଜବତ୍ ହୋଇ ରହିଥିବା ୨ଟି ବୋଲେରୋ, ଗୋଟିଏ ସ୍କର୍ପିଓ, ଗୋଟିଏ ଅଟୋ ସହ ୧୧ଟି ବାଇକ୍ ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଛି । ସେହିପରି ଅନ୍ୟାନ୍ୟ ଜବତ୍ ସାମଗ୍ରୀ ଗୁଡିକ ମଧ୍ୟ ପୋଡ଼ି ନଷ୍ଟ ହୋଇ ଯାଇଛି । ନିଆଁ ଏତେ ଯୋରରେ ଜଳିଥିଲା ଯେ, ଅପର ପାର୍ଶ୍ୱରେ ରଖା ଯାଇଥିବା ଆଉ ୩ ଟି ବାଇକ୍ ଆଂଶିକ ପୋଡ଼ିଯାଇଛି । ଏଥିସହ କାର୍ଯ୍ୟାଳୟର ଦୁଇଟି ଝରକା ମଧ୍ୟ ପୋଡ଼ିଯାଇଛି ।

ଗତ ବିଳମ୍ବିତ ରାତି ପ୍ରାୟ ଅଢେଇଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ଜଣା ପଡ଼ିବାପରେ ଅବକାରୀ ବିଭାଗ ପକ୍ଷରୁ ତୁରନ୍ତ ନିକଟସ୍ଥ ଫାୟାର ଷ୍ଟେସନକୁ ଖବର ଦିଆଯାଇଥିଲା । କିଛି ସମୟ ମଧ୍ୟରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । ପାଖାପାଖି ଏକ ଘଣ୍ଟାପରେ ନିଆଁ ଆୟତ୍ତ ହୋଇଥିଲା, ଯାହା ଫଳରେ କାର୍ଯ୍ୟାଳୟ ଭିତରକୁ ନିଆଁ ବ୍ୟାପୀପାରି ନଥିଲା ।

ତେବେ ବଡ଼ବିଲ ଅବକାରୀ ଥାନା କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯାଇ ନଥିବାରୁ ଅଗ୍ନିକାଣ୍ଡ
କିପରି ଘଟିଲା ତାହା ଜଣାପଡ଼ିନାହିଁ । କେହି ଦୃବୃର୍ତ୍ତ ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ବଡ଼ବିଲ ଥାନାରେ ଏତଲା ଦିଆଯିବ ବୋଲି ବଡ଼ବିଲ ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ କହିଛନ୍ତି ।

Leave A Comment

All fields marked with an asterisk (*) are required