Search for:
  • Home/
  • ରାଜ୍ୟ/
  • ଏକାମ୍ର ରେ ଅଶୋକ ଙ୍କ ବିଶାଳ ଶୋଭାଯାତ୍ରା ଓ କର୍ମୀ ସମ୍ମିଳନୀ

ଏକାମ୍ର ରେ ଅଶୋକ ଙ୍କ ବିଶାଳ ଶୋଭାଯାତ୍ରା ଓ କର୍ମୀ ସମ୍ମିଳନୀ

Spread the love

Loading

ଏକାମ୍ର ରେ ଅଶୋକ ଙ୍କ ବିଶାଳ ଶୋଭାଯାତ୍ରା ଓ କର୍ମୀ ସମ୍ମିଳନୀ
ଭୁବନେଶ୍ୱର:ଆଜି ଦିନ ତମାମ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅନେକ ସ୍ଥାନ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କ ପଦଯାତ୍ରା ,ମଟର ସାଇକେଲ ରାଲି,କର୍ମୀ ସମ୍ମିଳନୀ,ସମ୍ବର୍ଦ୍ଧନା ସଭା ପ୍ରଭୁତି,ପ୍ରଚାର ଜୋରଦାର ହୋଇଥିଲା । ସକାଳେ ୱାର୍ଡ ନଂ ୪୮ ମୁଣ୍ଡାସାହି,ଜଳେଶ୍ଵର ,କୃଷିବିହର,କନ୍ଧ ସାହି ପ୍ରଭୁତି ଅଳରେ ପଦଯାତ୍ରା ଓ ମୋଟର ସାଇକେଲ ରାଲୀ କରି ଭୋଟରଙ୍କ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିଥିଲେ।ପରେ ଧଉଳିଛକ ଠାରୁ ଏକ ବିଶାଳ ମୋଟର ସାଇକେଲ ରଲି କରି କର୍ମୀମାନେ ସ୍ଵାଗତ ଜଣାଇ କର୍ମୀ ସମ୍ମିଳନୀ କୁ ପାଛୋଟି ନେଇଥିଲେ । ସେହିପରି ବାସୁଆଘଇ ଗ୍ରାମପଞ୍ଚାୟତ ରେ କର୍ମୀ ସମ୍ମିଳନୀ ରେ ଉଦବୋଧନ ଦେଇଥିଲେ। ଅପରାହ୍ନ ରେ ୱାର୍ଡ ନଂ ୫୮ ବ୍ରହ୍ମେଶ୍ୱର ଛକ ଠାରୁ ଟଙ୍କପାଣି ରୋଡ,ସିବନଗର ପର୍ଯ୍ୟନ୍ତ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।ଶେଷରେ ୱାର୍ଡ ନଂ ୬୪ ଟାଙ୍ଗୀ ସାହି ଠାରେ ଅନୁଷ୍ଠତ ସମ୍ବର୍ଧନା ସଭାକୁ ମୋଟର ସାଇକେଲ ରାଲୀ ରେ ସ୍ଥଳରେ ପହଞ୍ଚିପରେ ଅଞ୍ଚବାସି ଙ୍କ ଦ୍ଵାରା ଉଭୟ ପ୍ରାର୍ଥୀ ଙ୍କୁ ସମ୍ବୋଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମେୟର ସୁଲୋଚନା ଦାସ,କର୍ପୋରେଟର ଶକିବା ମୁଷାରତ୍ , ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ,ସରପଞ୍ଚ ,ଚନ୍ଦନ ମଲ୍ଲିକ, ବିକ୍ରମ ସେଠୀ,ସମିତି ସଭ୍ୟ ସରସ୍ଵତୀ ସେଠୀ, ରିଲା ଭଞ୍ଜ,ଏକାମ୍ର ବିଜୁ ମହିଳା ସଭାପତି ତଥା କର୍ପୋରେଟର ମହାମାୟା ସ୍ବାଇଁ, ,ଦୀପକ ମିଶ୍ର,ଶିବ ପ୍ରସାଦ ବେହେରା,କେ ଶାନ୍ତି ,ସନ୍ତୋଷ ସିଂ, ଅଜିତ ବେହେରା, ତ୍ପୂର୍ବତନ କର୍ପୋରେଟର ନିହାର ସାହୁ,ପୁଷ୍ପ ଦାସ,ସୁଜିତ ସ୍ବାଇଁ,ଅଶ୍ଵିନୀ ସୁନ୍ଦରାୟ ,ମୂଜାହିଡ ହୁସେନ, ବିଧାୟକ ପ୍ରତିନିଧି ଦାଶରଥି ଗରାବଡୁ,ଭଗବାନ ସାହୁ,ହରେକୃଷ୍ଣ ସାହୁ,ସୁଧାରଞ୍ଜନ ପ୍ରଧାନ, ଭୁବନେଶ୍ୱର ଯୁବ ସଭାପତି ସମରେଶ ବେଉରା, ଏକାମ୍ର ଯୁବ ସଭାପତି ରାଜେଶ ପାତ୍ର,ସୂର୍ଯ୍ୟ ରଂଜନ ଜେନା, ଛାତ୍ର ନେତା ପୁର୍ନେନ୍ଦୂ ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required