Search for:
  • Home/
  • ରାଜ୍ୟ/
  • ଏକାମ୍ର ରେ ଅଶୋକ ଓ ମନ୍ମଥଙ୍କ ବିଶାଳ ଜନସଂପର୍କ ପଦଯାତ୍ରା

ଏକାମ୍ର ରେ ଅଶୋକ ଓ ମନ୍ମଥଙ୍କ ବିଶାଳ ଜନସଂପର୍କ ପଦଯାତ୍ରା

Spread the love

Loading

ଏକାମ୍ର ରେ ଅଶୋକ ଓ ମନ୍ମଥଙ୍କ ବିଶାଳ ଜନସଂପର୍କ ପଦଯାତ୍ରା

ଭୁବନେଶ୍ୱର:ଆଜି ଅପରାହ୍ନ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୪୪ ବଡଗଡ ଗ୍ରାମରେ ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ବିଶାଳ ଜନ ସମ୍ପର୍କ ପଦଯାତ୍ରା ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ବଡଗଡ ହାଇସ୍କୁଲ ଛକ ଠାରୁ ବଡଗଡ ଗ୍ରାମରେ ସହ ସହ ମହିଳା,ଯୁବ, ଛାତ୍ର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ପ୍ରାର୍ଥୀଙ୍କୁ ଗ୍ରାମରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ ୱାର୍ଡ ନଂ ୫୭ ର ନେତାଜୀ କ୍ଲବ୍ ଠାରେ ଏକ କର୍ମୀ ସମ୍ମିଳନୀ ରେ ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କୁ ଅଞ୍ଚଳର ବରିଷ୍ଠ ନାଗରିକ , ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ, ଅନେକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଜେଡି ର ବରିଷ୍ଠ ନେତା ପ୍ରତାପ ଜେନା, କର୍ପୋରେଟର ଅଜିତ୍ ବେହେରା, ସନ୍ତୋଷ ସିଂ,କେ ଶାନ୍ତି,ମହାମାୟା ସ୍ବାଇଁ,ଛବି ଦାସ,ବିନୟିନି ଜେନା,ଚନ୍ଦ୍ର ଶେଖର ମଲ୍ଲିଆ,ଶିବ ପ୍ରସାଦ ବେହେରା,ଦୀପକ ମିଶ୍ର ,ପୂର୍ବତନ କର୍ପୋରେଟର,ଅଶୋକ ସିଂ,ଅଶ୍ଵିନୀ ସୁନ୍ଦରାୟ,ଶ୍ରୀଧର ବେହେରା,ସୁଜିତ୍ ସ୍ବାଇଁ, ପୁଷ୍ପା ଦାସ,ବିଜୁ ଯୁବ ଜନତା ଦଳ ଭୁବନେଶ୍ୱର ସଭାପତି ସମରେଶ ବେଉରା, ପୂର୍ନେନ୍ଦୂ ପୂଜାପଣ୍ଡା,ଓଡ଼ିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ ଡ଼ ସନ୍ତୋଷ ବେଜ,ଏକାମ୍ର ଯୁବ ସଭାପତି ରାଜେଶ ପାତ୍ର,ଛାତ୍ର ନେତା ଶିବ ପ୍ରସାଦ ମହାପାତ୍ର , ଯତୀନ୍ଦ୍ର ମୋହନ ଛୋଟରାୟ,ବୁଢ଼ା ପରିଡ଼ା,ସନ୍ତୋଷ ଜେନା, ରାଜେଶ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required