Search for:
  • Home/
  • ଜିଲ୍ଲା/
  • ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଙ୍କ ପିତୃ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଙ୍କ ପିତୃ ବିୟୋଗରେ ପିସିସି ସଭାପତିଙ୍କ ଶୋକ

Spread the love

Loading

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଙ୍କ ପିତୃ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର, ତା. ୦୮/୦୮ : ଆଜି ଅପରାହ୍ନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ବିଶ୍ୱଜିତ୍ ଦାସଙ୍କ ପିତା ଶ୍ରୀ ନିରଞ୍ଜନ ଦାସଙ୍କ ବିୟୋଗ ହୋଇଥିବା ଖବର ପାଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ ସ୍ୱର୍ଗତ ଦାସ ଜଣେ ଧର୍ମପରାୟଣ, ପରୋପକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତିଥିଲେ । ତାଙ୍କର ସୁଦ୍ଧ ଆଚରଣ ଓ ଉଚ୍ଚାରଣ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା । ପୁରୁଣା ଭୁବନେଶ୍ୱରରେ ସେ ଜଣେ ମୁରବୀ ସ୍ଥାନୀୟ ବ୍ୟକ୍ତିଥିଲେ ।ତାଙ୍କର ବିୟୋଗରେ ପୁରୁଣା ଭୁବନେଶ୍ୱରରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ଦାସ ଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ସେହିପରି ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ପିସିସି ଉପସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ୟାସିର ନୱାଜ, ସୁବ୍ରତ ମହାପାତ୍ର, ଅଶୋକ ଦାସ, ରଣଜିତ ପାତ୍ର ପ୍ରମୁଖ ସ୍ବର୍ଗତ ଦାସଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ଯାଇଥିଲେ ଏବଂ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପଂଚାନନ କାନୁନ୍‌ଗୋ,ମନୋରଞ୍ଜନ ଦାସ, ରଜନୀ ବହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଶ୍ରୀ ଦାସ ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ଏଠାରେ ସୂଚାଇ ଦେଉଛି କି ସ୍ବର୍ଗତ ଦାଶଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପର୍ଣ୍ଣ ହୋଇଥିବା ବେଳେ ତାଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରୀ ବିଶ୍ୱଜିତ ଦାଶ ମୁଖାଗ୍ନି ପ୍ରଦାନ କରିଥିଲେ।

Leave A Comment

All fields marked with an asterisk (*) are required