Search for:
  • Home/
  • ରାଜ୍ୟ/
  • ବର୍ତମାନ ସୁଦ୍ଧା ବନ୍ୟା ପ୍ରପୀଡିତଙ୍କ ପାଖରେ ‘ରିଲିଫ୍‌’ ପହଂଚି ନପାରିବା ରାଜ୍ୟ ସରକାରଙ୍କ ବଡ ବିଫଳତା: ମନମୋହନ ସାମଲ

ବର୍ତମାନ ସୁଦ୍ଧା ବନ୍ୟା ପ୍ରପୀଡିତଙ୍କ ପାଖରେ ‘ରିଲିଫ୍‌’ ପହଂଚି ନପାରିବା ରାଜ୍ୟ ସରକାରଙ୍କ ବଡ ବିଫଳତା: ମନମୋହନ ସାମଲ

Spread the love

Loading

ରାଜ୍ୟ ସଭାପତିଙ୍କ ଭଦ୍ରକ-ଚାନ୍ଦବାଲି ଅଂଚଳର ବନ୍ୟାସ୍ଥିତି ପରିଦର୍ଶନ

ବର୍ତମାନ ସୁଦ୍ଧା ବନ୍ୟା ପ୍ରପୀଡିତଙ୍କ ପାଖରେ ‘ରିଲିଫ୍‌’ ପହଂଚି ନପାରିବା ରାଜ୍ୟ ସରକାରଙ୍କ ବଡ ବିଫଳତା: ମନମୋହନ ସାମଲ

 ତିହିଡି ବ୍ଲକର ବାରସର, ଗୋବିନ୍ଦପୁର ଓ ଘଟପୁର ପଂଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ବନ୍ୟାସ୍ଥିତି ସଂପର୍କରେ ସମୀକ୍ଷା କଲେ ରାଜ୍ୟ ସଭାପତି
 ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଥିବା ସତ୍ୱେ ବନ୍ୟା ପ୍ରପୀଡିତଙ୍କୁ ରିଲିଫ ଯୋଗାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 ପ୍ରଶାସନର ବନ୍ୟା ମୁକାବିଲା ନେଇ କୌଣସି ପ୍ରକାରର ପୂର୍ବ ପ୍ରସ୍ତୁତି ନଥିଲା

ଭୁବନେଶ୍ୱର / ଭଦ୍ରକ,ତା.୦୮/୦୮: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି । ବିଶେଷ କରି ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିର ପ୍ରଭାବ ଅଧିକ ରହିଛି । ବର୍ତମାନ ସୁଦ୍ଧା ପ୍ରଶାସନ କିମ୍ବା ସରକାର ବନ୍ୟା ପ୍ରପିଡୀତଙ୍କ ପାଖରେ ପହଂଚି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବନ୍ୟା ଜଳ ନିଷ୍କାଷନ ପାଇଁ ପ୍ରଶାସନର କୈାଣସି ବ୍ୟବସ୍ଥା ନାହିଁ । ବର୍ତମାନ ଜିଲ୍ଲାର ହଜାର ହଜାର ହେକ୍ଟର ଫସଲ ସଂପୂର୍ଣ୍ଣ ନଷ୍ଟ ହୋଯାଇଛି । ଜଳବନ୍ଦୀରେ ବହୁ ବହୁ ଲୋକ ଫସି ରହିଥିବାବେଳେ ପ୍ରଚୁର ପରିମାଣରେ ଚାଷ ଓ ପଶୁ ସଂପଦ ନଷ୍ଟ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ବନ୍ୟାଂଚଳ ବୁଲି ସାରିବା ପରେ କହିଛନ୍ତି ।
ଶ୍ରୀ ସାମଲ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ବାରସର ପଂଚାୟତର ବଙ୍ଗାଳୀଦପା, ତାଳଦପା, ନୁଅବନ୍ଧ ଓ ଗୋବିନ୍ଦପୁର ପଂଚାୟତର ଗୋବିନ୍ଦପୁର, କୁଆଁର ଚତା, ହଂସପାଟ ଗାଁ ଏବଂ ଘଟପୁର ପଂଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ବନ୍ୟାସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ।
ବନ୍ୟା ଘେରରେ ଥିବା ଜଳବନ୍ଦୀଙ୍କୁ ତୁରନ୍ତ ରିଲିଫ୍ ଯୋଗାଇ ଦିଆଯିବାର ନିୟମ ଥିବା ସତ୍ୱେ ବର୍ତମାନ ସୁଦ୍ଧା ପ୍ରଶାସନ କିମ୍ବା ସରକାର ବନ୍ୟା ପ୍ରପିଡୀତଙ୍କ ପାଖରେ ରିଲିଫ୍ ପହଁଚାଇନାହାଁନ୍ତି । ସମୁଦ୍ରକୁ ଶଙ୍ଖେ ଭଳି କାଁ ଭାଁ ରିଲିଫ୍ ଲୋକଙ୍କୁ ମିଳିଛି । ଲୋକଙ୍କ ପାଖରେ ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ମହଜୁଦ୍ ନାହିଁ । ବନ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ଏବଂ ଗୃହପାଳିତ ପଶୁମାନଙ୍କ ପାଖରେ ଗୋ-ଖାଦ୍ୟ ପହଂଚି ନାହିଁ । ବନ୍ୟା ପାଣି କାରଣରୁ ବହୁ ଘର ଦ୍ୱାର ଭାଙ୍ଗିଛି । ବନ୍ୟାଜଳ ନିଷ୍କାସନ ତୁରନ୍ତ ନହେଲେ ହଇଜା ବା ଅନ୍ୟାନ୍ୟ ରୋଗରେ ଲୋକେ ପୀଡିତ ହେବେ । ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଥିବା ସତ୍ୱେ ବନ୍ୟା ପ୍ରପୀଡିତଙ୍କୁ ରିଲିଫ ଯୋଗାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।
ବନ୍ୟା କାରଣରୁ ଯେଉଁ ରାସ୍ତାଘାଟ ନଷ୍ଟ ହୋଇଛି ତାକୁ ତୁରନ୍ତ ମରାମତି କରାଯାଉ । ସେହିପରି ବନ୍ୟାଜଳ କାରଣରୁ ନଷ୍ଟ ହୋଇଯାଇଥିବା ଫସଲ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୁରଣ ଦିଆଯିବା ସହିତ ନୂତନ ଫସଲ ପାଇଁ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଇ ଦିଅନ୍ତୁ୍‌ୁ ରାଜ୍ୟ ସରକାର । ପୂର୍ବରୁ ରାଜ୍ୟସରକାର ବନ୍ୟା ହେବା ନେଇ କୌଣସି ପ୍ରକାର ସୂଚନା ଦେଇନଥିଲେ । ବନ୍ୟା ପୂର୍ବରୁ ନଦୀ ବନ୍ଧ ସୁରକ୍ଷିତ ଅଛି ବୋଲି ସରକାର ଲୋକଙ୍କୁ ଆଶ୍ୱସ୍ତ କରିଥିଲେ । ରାଜ୍ୟସରକାର କିମ୍ବା ଜିଲ୍ଲାପ୍ରଶାସନ ବନ୍ୟା ମୁକାବିଲା ନେଇ କୌଣସି ପ୍ରକାରର ପ୍ରସ୍ତୁତି ନଥିବାର ଏଥିରୁ ଏହା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

Leave A Comment

All fields marked with an asterisk (*) are required