Search for:
  • Home/
  • ବାଣିଜ୍ୟ/
  • ମର୍ସିଡିଜ୍‌-ବେଞ୍ଜ୍‌ର ବହୁପ୍ରତିକ୍ଷିତ ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ

ମର୍ସିଡିଜ୍‌-ବେଞ୍ଜ୍‌ର ବହୁପ୍ରତିକ୍ଷିତ ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ

Spread the love

Loading

ଭୁବନେଶ୍ୱରରେ ମର୍ସିଡିଜ୍‌ବେଞ୍ଜ୍‌ର ବହୁପ୍ରତିକ୍ଷିତ ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ

 

ଭୁବନେଶ୍ୱର : ଭାରତର ସବୁଠାରୁ ଆକର୍ଷଣୀୟ ଲକ୍‌ଜରୀ କାର୍ ନିର୍ମାତା ମର୍ସିଡିଜ୍‌ ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍‌-ସାଇଜ୍ ଲକ୍‌ଜରୀ ଏସ୍‌ୟୁଭି, ନୂଆ ଜିଏଲ୍‌ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି । ନୂଆ ଜିଏଲ୍‌ସି ହେଉଛି ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ସର୍ବାଧିକ ବିକ୍ରି ହେଉଥିବା ଲକ୍‌ଜରୀ ଏସ୍‌ୟୁଭି । ଉନ୍ମୋଚନ ପରଠାରୁ ଭାରତରେ ଏହାର ୧୩୦୦୦ରୁ ଅଧିକ ୟୁନିଟ୍ ବିକ୍ରି ହୋଇଛି । ନୂଆ ଜିଏଲ୍‌ସି ଏହାର ସେଗ୍‌ମେଂଟ୍‌ରେ ଏକ ଉଚ୍ଚ ବେଂଚ୍‌ମାର୍କ ସ୍ଥିର କରିବ, ମର୍ସିଡିଜ୍‌-ବେଞ୍ଜ୍ ଇଣ୍ଡିଆର ଏସ୍‌ୟୁଭି ପୋର୍ଟଫୋଲିଓକୁ ଆହୁରି ସୁଦୃଢ କରିବ ଯେଉଁଥିରେ ଜିଏଲ୍‌ଏ, ଜିଏଲ୍‌ସି, ଜିଏଲ୍‌ଇ, ଜିଏଲ୍‌ଏସ୍‌, ଜିଏଲ୍‌ଏସ୍ ମେବ୍ୟାକ୍ ଓ ଜି-କ୍ଲାସ୍ ଆଦି ସାମିଲ ରହିଛି ।  ଅନେକ ଉନ୍ନତ ଫିଚରଗୁଡିକୁ ଏବେ ଷ୍ଟାଣ୍ଡାର୍ଡ ଭାବେ ପ୍ରଦାନ କରାଯାଉଥିବା ବେଳେ ନୂତନ ଦକ୍ଷ ଇଞ୍ଜିନ୍‌, ନୂତନ ପିଢିର ଏନ୍‌ଟିଜି-୭ ଟେଲିମ୍ୟାଟିକ୍ସ ଓ ସୁପେରିୟର ଡ୍ରାଇଭିଂ ଡାଇନାମିକ୍ସ ସହିତ ନୂଆ ଜିଏଲ୍‌ସି  ଭାରତରେ ଏହାର ସଫଳତାର କାହାଣୀକୁ ବଜାୟ ରଖିବାର ପ୍ରତିଶ୍ରୁତି ଦେଉଛି । ଏହି ଏସ୍‌ୟୁଭିକୁ ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ସନ୍ତୋଷ ଆୟର୍ ଏବଂ ଟିଆଣ୍ଡଟି ମୋଟର୍ସର ଅଧ୍ୟକ୍ଷ ଶ୍ରୀ ବିଦୁର ତଲ୍‌ୱାରଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି ।

 

ଏହି ଲକ୍‌ଜରୀ ଏସ୍‌ୟୁଭିକୁ ୨ଟି ପାୱାରଟ୍ରେନ୍ ଯଥା ଜିଏଲ୍‌ସି ୩୦୦ ୪ମ୍ୟାଟିକ୍ (ପେଟ୍ରୋଲ) ଓ ଡିଜେଲ୍ ଜିଏଲ୍‌ସି ୨୨୦ଡି ୪ମ୍ୟାଟିକ୍ (ଡିଜେଲ୍‌) ସହିତ ପ୍ରଦାନ କରାଯିବ । ଜିଏଲ୍‌ସି ୩୦୦ର ମୂଲ୍ୟ ୭୩.୫ ଲକ୍ଷ ଟଙ୍କା ଏବଂ ଜିଏଲ୍‌ସି ୨୨୦ଡିର ମୂଲ୍ୟ ୭୪.୫ ଲକ୍ଷ ଟଙ୍କା (ସର୍ବଭାରତୀୟ ସ୍ତରରେ ଏକ୍ସ-ଶୋରୁମ୍ ମୂଲ୍ୟ) ରହିଛି ।ବୁକିଂ ଆରମ୍ଭ ହେବା ପରଠାରୁ ନୂଆ ଜିଏଲ୍‌ସି ପାଇଁ ଦେଶବ୍ୟାପୀ ୧୫୦୦ରୁ ଅଧିକ ବୁକିଙ୍ଗ୍ କରାଯାଇଛି । ନୂଆ ଜିଏଲ୍‌ସି ଏକ ସେକେଣ୍ଡ-ଜେନେରେଶନ ଇଂଟିଗ୍ରେଟେଡ୍ ଷ୍ଟାର୍ଟର୍ ଜେନେରେଟର (ଆଇଏସ୍‌ଜି) ଓ ୪୮-ଭୋଲ୍ଟ ମାଇଲ୍ଡ ହାଇବ୍ରିଡ୍ ସିଷ୍ଟମ ସହିତ ଏକ ଶକ୍ତିଶାଳୀ ଟର୍ବୋଚାର୍ଜଡ୍ ୪-ସିଲିଣ୍ଡର ଇଞ୍ଜିନ୍ ସହ ଆସୁଛି । ନୂଆ ଜିଏଲ୍‌ସି ହେଉଛି ପ୍ରଥମ ମର୍ସିଡିଜ୍‌-ବେଞ୍ଜ ଯେଉଁଥିରେ ନୂତନ ପିଢିର ଏମ୍‌ବିୟୁଏକ୍ସ (ମର୍ସିଡିଜ୍‌-ବେଞ୍ଜ୍ ୟୁଜର ଏକ୍ସପେରିଏନ୍ସ) ଇନ୍‌ଫୋଟେନ୍‌ମେଂଟ୍ ସିଷ୍ଟମ ରହିଛି ।ଏହା ସମ୍ପର୍କରେ ମର୍ସିଡିଜ୍‌ବେଞ୍ଜ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ସନ୍ତୋଷ ଆୟର କହିଛନ୍ତି ଯେ, “ଆଜି ଭୁବନେଶ୍ୱରରେ ଆମେ ଆମର ବେଷ୍ଟ୍‌-ସେଲିଂ ଏସ୍‌ୟୁଭି, ବହୁପ୍ରତିକ୍ଷୀତ ନୂଆ ଜିଏଲ୍‌ସିର ଉନ୍ମୋଚନ କରିଛୁ । ନୂଆ ଜିଏଲ୍‌ସି ହେଉଛି ଗୁରୁତ୍ୱପୂର୍ଣ୍ଣ ଉନ୍ନତିକରଣ ସହିତ ସବୁଠାରୁ ଅତ୍ୟାଧୁନିକ ଜିଏଲ୍‌ସି, ଯାହା ଏବେ ଷ୍ଟାଣ୍ଡାର୍ଡ ରହିଛି, ଯାହା ଏହାକୁ ଅତ୍ୟଧିକ ଆକର୍ଷଣୀୟ ଉତ୍ପାଦରେ ପରିଣତ କରୁଛି । ଆମେ ଜିଏଲ୍‌ସି ପାଇଁ ଉତ୍ସାହଜନକ ପ୍ରତିକ୍ରିୟା ହାସଲ କରୁଛୁ ଏବଂ ଆମେ ଏହାର ବଜାର ସଫଳତାକୁ ନେଇ ନିଶ୍ଚିତ ରହିଛୁ । ଭୁବନେଶ୍ୱର ହେଉଛି ମର୍ସିଡିଜ୍‌-ବେଞ୍ଜ୍ ଯାନଗୁଡିକ ପାଇଁ ଉତମ ଚାହିଦା ସହିତ ଆମ ପାଇଁ ଏକ ଉଦୀୟମାନ ବଜାର । ଆମର ବିଶ୍ୱାସ ରହିଛି ଯେ, ନୂଆ ଜିଏଲ୍‌ସି ଏହି କାହାଣୀ ଉପରେ ନିର୍ମିତ ହେବ ।” ୨୦୨୩ର ପ୍ରଥମାର୍ଦ୍ଧ (ଜାନୁଆରୀ-ଜୁନ୍‌)ରେ ୧୮%ର ଅଭିବୃଦ୍ଧି ସହିତ ଭୁବନେଶ୍ୱର ଭାରତରେ ମର୍ସିଡିଜ୍‌-ବେଞ୍ଜ୍‌ର ଅନ୍ୟତମ ପ୍ରମୁଖ ଉଦୀୟମାନ ବଜାର ହୋଇ ରହିଛି । କମ୍ପାନୀ ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ତ୍ରୈମାସରେ ଦୁଇ ଅଙ୍କ ବିଶିଷ୍ଟ ଦୃଢ଼ ଅଭିବୃଦ୍ଧି ହାସଲ କରିବା ପାଇଁ ଆଶା ରଖିଛି । ଟପ୍‌-ଏଣ୍ଡ୍ ଭେଇକିଲ୍‌ସ (ଟିଇଭି) ସେଗ୍‌ମେଂଟ୍ ୨୧୮% ଅଭିବୃଦ୍ଧି ହାସଲ କରିଛି ଯାହା ଏସ୍‌-କ୍ଲାସ୍‌, ମେବ୍ୟାକ୍‌, ଏଏମ୍‌ଜି ଓ ଇକ୍ୟୁଏସ୍ ଭଳି ଟପ୍‌-ଏଣ୍ଡ୍ ମର୍ସିଡିଜ୍‌-ବେଞ୍ଜ୍ ଯାନଗୁଡିକର ବର୍ଦ୍ଧିତ ଲୋକପ୍ରିୟତାକୁ ସୂଚିତ କରୁଛି ନୂଆ ଜିଏଲ୍‌ସିର ଏକ୍ସଟେରିୟର ଡିଜାଇନ୍ ମର୍ସିଡିଜ୍‌-ବେଞ୍ଜ୍ ପରିବାର ଏକ ସଦସ୍ୟ ଭାବେ ତତ୍‌କ୍ଷଣାତ୍ ଚିହ୍ନଟ ହେଉଛି ଏବଂ ଏଥିରେ ଏହାର ପୂର୍ବ ପିଢି ତୁଳନାରେ ଅଧ୍ଚଳ ସ୍ପୋର୍ଟିଅର ଲୁକ୍ ରହିଛି । ନୂଆ ଜିଏଲ୍‌ସିରେ ଏକ ହାଇ-ସିନ୍ ଫିନିଶ୍ ସହିତ କଳା ରଙ୍ଗରେ ୧୯ ଇଂଚ୍‌ର ଲାଇଟ୍‌-ଆଲୟ ହ୍ୱିଲ୍ ରହିଛି । ଏହା ଏକ ଷ୍ଟାଣ୍ଡାର୍ଡ ଭାବେ ଆଭାଂଟ୍‌ଗ୍ରେଡ୍ ଲାଇନ୍ ଏବଂ ଏହାର ସବୁଠାରୁ ଆକର୍ଷଣୀୟ ଫିଚର ସମେତ ନୂଆ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ ସହ ସିଧାସଳଖ କନେକ୍ଟ ହୋଇଥିବା ନୂଆ ଗ୍ରିଲ୍ ସହ ଆସୁଛି ଯାହା ଯାନର ପ୍ରଶସ୍ଥତାକୁ ବୃଦ୍ଧି କରୁଛି । ଏହାର ବର୍ଦ୍ଧିତ ଆକାର ୭୦ ଲିଟର୍‌ର ଅତିରିକ୍ତ ବୁଟ୍ ସ୍ପେଶ୍ ସୁନିଶ୍ଚିତ କରୁଛି । ଏହାର ଆଧୁନିକ, ସ୍ପୋର୍ଟି ଇଂଟେରିୟରରେ ଏକ ନୂଆ ଫ୍ଲୋଟିଂ ୧୨.୩ ଇଂଚ୍ ଡିଜିଟାଲ ଇନ୍‌ଷ୍ଟ୍ରୁମେଂଟାଲ ପ୍ୟାନେଲ ସହିତ ୧୧.୯ ଇଂଚ୍ ସେଂଟ୍ରାଲ ଡିସ୍‌ପ୍ଲେ ରହିଛି । ନୂଆ ଜିଏଲ୍‌ସି ହେଉଛି ପ୍ରଥମ ମର୍ସିଡିଜ୍‌-ବେଞ୍ଜ୍ ଏସ୍‌ୟୁଭି ଯେଉଁଥିରେ ନୂତନ ପିଢିର ଏମ୍‌ବିୟୁଏକ୍ସ (ମର୍ସିଡିଜ୍‌ବେଞ୍ଜ୍ ୟୁଜର ଏକ୍ସପେରିଏନ୍ସ) ଇନ୍‌ଫୋଟେନ୍‌ମେଂଟ୍ ସିଷ୍ଟମ ରହିଛି । ଉନ୍ନତ ମନୋରଞ୍ଜନ ଫିଚରଗୁଡିକ ସହିତ ଦ ଡ୍ରାଇଭର ଓ ସେଂଟ୍ରାଲ ଡିସ୍‌ପ୍ଲେ ରହିଛି । ନୂଆ ଜିଏଲ୍‌ସି ସେକେଣ୍ଡ ଜେନେରେଶନ ୪୮ଭି ଇଂଟିଗ୍ରେଟେଡ୍ ଷ୍ଟାର୍ଟର୍ ଜେନେରେଟର୍ (ଆଇଏସ୍‌ଜି) ରହିଛି ।ଏହାର ମାନକ ଉପକରଣଗୁଡିକ ମଧ୍ୟରେ ଏକ ଅଫ୍‌ରୋଡ୍ ଡ୍ରାଇଭିଂ ମୋଡ୍ ଓ ଡିଏସ୍‌ଆର୍ (ଡାଉନ୍‌ହିଲ୍ ସ୍ପିଡ୍ ରେଗୁଲେଶନ) ସାମିଲ ରହିଛି  ଏହାର ଏକ ଅତୁଳନୀୟ ଫିଚର ହେଉଛି ‘ଟ୍ରାନ୍ସପରେଂଟ୍ ବନେଟ୍‌’ ସହ ଏକ ଅଫ୍‌ରୋଡ୍ କକ୍‌ପିଟ୍ । ଏକ ୩୬୦ ଡିଗ୍ରୀ କ୍ୟାମେରା କାର୍ ତଳେ କ’ଣ ଘଟୁଛି ତାହାର ସିଧାସଳଖ ଭାବେ ଏକ ଭର୍ଚୁଆଲ ଭ୍ୟୁ ପ୍ରଦାନ କରିଥାଏ, ଚାଳକଙ୍କୁ ୮କିମି/ଘଂଟା ପର୍ଯ୍ୟନ୍ତ ବେଗରେ ବନେଟ୍‌କୁ ଦେଖିବା ପାଇଁ ଅନୁମତି ଦେଇଥାଏ । ଏହି କାରରେ ୭ଟି ଏୟାରବ୍ୟାଗ୍‌, ପ୍ରି-ସେଫ୍‌, ବ୍ଲାଇଣ୍ଡ ସ୍ପଟ୍‌-ଆସିଷ୍ଟ, ଆକ୍ଟିଭ୍ ଲେନ୍ କିପିଙ୍ଗ୍  ରହିଛି।

Leave A Comment

All fields marked with an asterisk (*) are required