Search for:
  • Home/
  • ରାଜ୍ୟ/
  • ୪ଟି ପୌରାଞ୍ଚଳ ଉପ-ନିର୍ବାଚନରେ ବିଜେଡିର ବିପୁଳ ବିଜୟ

୪ଟି ପୌରାଞ୍ଚଳ ଉପ-ନିର୍ବାଚନରେ ବିଜେଡିର ବିପୁଳ ବିଜୟ

Spread the love

Loading

୪ଟି ପୌରାଞ୍ଚଳ ଉପ-ନିର୍ବାଚନରେ ବିଜେଡିର ବିପୁଳ ବିଜୟ

ଗଞ୍ଜାମ: ବାହାରିଲା ୪ଟି ପୌରାଞ୍ଚଳ ଉପ-ନିର୍ବାଚନର ଫଳ । ସବୁଠି ବିଜେଡିର ବିପୁଳ ବିଜୟ ହୋଇଛି । ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ୩ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ ୫୦୧ ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ ୪୮୪ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୧୫ଖଣ୍ଡ ଭୋଟ୍ ମିଳିଛି ।ସେହିପରି ଜଗତସିଂହପୁର ପୌର ପରିଷଦ ୬ନମ୍ବର ଓ୍ୱାର୍ଡରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ ବିଜୟୀ ଘୋଷିତ ହୋଇଛନ୍ତି ।ବିଜେଡି ପ୍ରାର୍ଥୀଙ୍କୁ ୪୦୭ ଖଣ୍ଡ ଭୋଟ୍‌ ମିଳିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ୪୦୬ ଖଣ୍ଡ ଭୋଟ ଏବଂ ବିଜେପିକୁ ୨୧ ଖଣ୍ଡ ଭୋଟ୍‌ ମିଳିଛି ।ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ଜି ଉଦୟଗିରି NAC ଅଧକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ । ବିଜେଡି ପ୍ରାର୍ଥୀଙ୍କୁ ୩୧୧୧ ଖଣ୍ଡ ଭୋଟ ମିଳିଛି । ବିଜେଡି ପ୍ରାର୍ଥୀନୀ ଦେବାଶ୍ମିତା ଶତପଥୀଙ୍କ ବିଜୟ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରଞ୍ଜିତା ନାୟକ ମାତ୍ର ୭୩୭ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ମଧୁଲିନା ଦିଗଲଙ୍କୁ ୬୧୪ଭୋଟ୍ ମିଳିଛି ।ସେହିପରି ଯୋଡ଼ା ପୌରପରିଷଦ ୮ ନମ୍ବର ୱାର୍ଡ ଉପନିର୍ବାଚନରେ ୫ ବିଜେଡି ପ୍ରାର୍ଥୀ ଶୁଭମ୍ ନାଏକ ୮୦୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ୨୨୯ ଖଣ୍ଡ ଭୋଟ ପାଇଛନ୍ତି ।

Leave A Comment

All fields marked with an asterisk (*) are required