Search for:
  • Home/
  • ଜିଲ୍ଲା/
  • ନଚେତ୍‌ ଏହି ହିତାଧିକାରୀମାନଙ୍କର ୫ ହଜାର ପରିବାର ସଦସ୍ୟ

ନଚେତ୍‌ ଏହି ହିତାଧିକାରୀମାନଙ୍କର ୫ ହଜାର ପରିବାର ସଦସ୍ୟ

Spread the love

Loading

ଇଂ ଦେବାଶିଷ ହୋତା ୪ ବର୍ଷ ପୁର୍ବ ଜିଲ୍ଲାପାଳଙ୍କ ନିଷ୍ପତି ଅନୁଯାୟୀ କାମାକ୍ଷାନଗର ଏନ୍‌ଏସିର ସମସ୍ତ ୮୬୯ ଜଣ
ହିତାଧିକାରୀଙ୍କୁ ତୁରନ୍ତ ଭୂମି ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ପ୍ରଦାନ କରିବା ନିମନ୍ତେ ବର୍ତମାନର ଜିଲ୍ଲାପାଳଙ୍କୁ କଲେ

ଅନୁରୋଧ ।ନଚେତ୍‌ ଏହି ହିତାଧିକାରୀମାନଙ୍କର ୫ ହଜାର

ପରିବାର ସଦସ୍ୟ

୧୬ ସେପ୍ଟେମ୍ବର ୨୦୨୩ ଦିନ କାମାକ୍ଷାନଗର ଏନ୍‌ଏସି
କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହେବେ ।
ଢେଙ୍କାନାଳ (୭/୮) – ଆଜି ଓଡିଶା ପ୍ରଜା ସଂଘର୍ଷ ସମିତି ରାଜ୍ୟ
ସଭାପତି ଇଂ ଦେବାଶିଷ ହୋତା ୪ ବର୍ଷ ପୁର୍ବ ଜିଲ୍ଲାପାଳଙ୍କ ନିଷ୍ପତି
ଅନୁଯାୟୀ କାମାକ୍ଷାନଗର ଏନ୍‌ଏସିର ସମସ୍ତ ୮୬୯ ଜଣ ହିତାଧିକାରୀଙ୍କୁ ତୁରନ୍ତ
ଭୂମି ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ପ୍ରଦାନ କରିବା ନିମନ୍ତେ ବର୍ତମାନର
ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମହୋଦୟଙ୍କୁ ଅନୁରୋଧ
କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ୪ ବର୍ଷ ପୁର୍ବ ନିଷ୍ପତିର ୩ ନମ୍ବର ବିନ୍ଦୁରେ ସେ
ସମ୍‌ୟର ଜିଲ୍ଲାପାଳ ଲେଖିଛନ୍ତି-”ଟାଉନ୍‌ ଏବଂ ଗାଁରେ ବାସ କରୁଥିବା
ଭୂମିହୀନଙ୍କୁ ଭୂମି ଦେବା ପାଇଁ ଚର୍ଚ୍ଚା କରାଗଲା । କାମାକ୍ଷାନଗର ଏନ୍‌ଏସିର
ଆଳତୁମା ମୌଜାର କିଛି ଲୋକଙ୍କୁ ୧୯୫୫ ମସିହାର ଭୟାବହ ବନ୍ୟା ପରେ
ନୂଆ-ଆଳତୁମାରେ ଥଇଥାନ କରାଯାଇଥିଲା । କିନ୍ତୁ ଉକ୍ତ ଜମିଗୁଡିକର
କିସମ “ଜଙ୍ଗଲ” ହୋଇଥିବାରୁ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇପାରିନାହିଁ ।
ଜଙ୍ଗଲ ନିୟାମକ ୨୦୦୬ ଅନୁଯାୟୀ ଏମାନଙ୍କୁ କିଭଳି ପଟ୍ଟା ପ୍ରଦାନ
କରାଯାଇପାରିବ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ କାମାକ୍ଷାନଗର
ଉପ-ଜିଲ୍ଲାପାଳଙ୍କୁ ଆଦେଶ ଦିଆଯାଉଛି ।”
କାମାକ୍ଷାନଗର ଏନ୍‌ଏସିର ୮୬୯ ଜଣ ହିତାଧିକାରୀଙ୍କ ମଧ୍ୟରୁ ଯୋଗୀ ସାହି
ବସ୍ତିର ୧୩୩ ଜଣ ହିତାଧିକାରୀ, ଦିଗୋଡିଆ ହରିଜନ ସାହି ବସ୍ତିର ୧୩୨ ଜଣ
ହିତାଧିକାରୀ, ନୂଆ-ଆଳତୁମା ଶବର ସାହି ବସ୍ତିର ୧୧୩ ଜଣ ହିତାଧିକାରୀ,
ମୁଣ୍ଡିଦେଉଳି ହରିଜନ ସାହି ବସ୍ତିର ୬୩ ଜଣ ହିତାଧିକାରୀ, ନୂଆ-ଆଳତୁମା
ଝରା ସାହି ବସ୍ତିର ୫୯ ଜଣ ହିତାଧିକାରୀ, ଶଙ୍କରପୁର ବସ୍ତିର ୪୧ ଜଣ
ହିତାଧିକାରୀ ଏବଂ କଲୋନୀ ସାହି ବସ୍ତିର ୮ ଜଣ ହିତାଧିକାରୀଙ୍କୁ ଓଡିଶା
ବସ୍ତି ବାସିନ୍ଦା ଭୂମି ଅଧିକାର ଆଇନ୍‌-୨୦୧୭ ଅନୁଯାୟୀ ଆଜି ଯାଏଁ
ଭୂମି ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ମିଳିପାରିନାହିଁ, କାରଣ ଏମାନଙ୍କର
ଜମିଗୁଡିକର କିସମ “ଜଙ୍ଗଲ” ।
ଇଂ. ହୋତାଙ୍କ ନେତୃତ୍ୱରେ ସମିତି ସାରା ରାଜ୍ୟରେ ଗଣତାନ୍ତ୍ରିକ ଉପାୟରେ
ଜୋର୍‌ଦାର୍‌ ଆନ୍ଦୋଳନ ଜାରି ରଖିରଖିବା ଯୋଗୁଁ ରାଜ୍ୟ ସରକାର ବାଧ୍ୟ
ହୋଇ ଗତ ୧୩ ସେପ୍ଟେମ୍ବର ଦିନ ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଆଇନ୍‌-
୨୦୧୭ ପ୍ରଣୟନ କରିଥିଲେ । ଏଗୁଡିକ ମଧ୍ୟରୁ କିଛି ପ୍ରମୁଖ
ଆନ୍ଦୋଳନଗୁଡିକ ହେଲା, ୧୭ ନଭେମ୍ବର ୨୦୧୬ ଦିନ ୫ ହଜାରରୁ ଉର୍ଦ୍ଧ୍ୱ ଭୂମିହିନଙ୍କର
ଭୂବନେଶ୍ୱର ଲୋୟର ପିଏମ୍‌ଜି ର‍୍ୟାଲି, ୧୪ ଡିସେମ୍ବର ୨୦୧୬ ରାତି ଯାଏଁ ୨
ହଜାରରୁ ଉର୍ଦ୍ଧ୍ୱ ଭୂମିହିନଙ୍କର ଢେଙ୍କାନାଳ ଧାରଣା, ୨୭ ଡିସେମ୍ବର ୨୦୧୬ ରାତି
ଯାଏଁ ୫ ହଜାରରୁ ଉର୍ଦ୍ଧ୍ୱ ଭୂମିହିନଙ୍କର କାମାକ୍ଷାନଗର-ଢେଙ୍କାନାଳ ରାସ୍ତା ଜାମ୍‌,
୨୮ ଡିସେମ୍ବର ୨୦୧୬ ରାତି ଯାଏଁ ୫ ହଜାରରୁ ଉର୍ଦ୍ଧ୍ୱ ଭୂମିହିନଙ୍କର ଢେଙ୍କାନାଳ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ୨୭ ଫେବୃୟାରୀ ୨୦୧୭ ରାତି ଯାଏଁ ୫
ହଜାରରୁ ଉର୍ଦ୍ଧ୍ୱ ଭୂମିହିନଙ୍କର କାମାକ୍ଷାନଗର ତହସିଲ୍‌ଦାର୍‌ଙ୍କ କାର୍ଯ୍ୟାଳୟ ଘେରାଉ
ଏବଂ ଶେଷରେ ୧୧ ଜୁଲାଇ ୨୦୧୭ ଦିନ ୫ ହଜାରରୁ ଉର୍ଦ୍ଧ୍ୱ ଭୂମିହିନଙ୍କର ଭୂବନେଶ୍ୱର
ତହସିଲ୍‌ଦାର୍‌ଙ୍କ କାର୍ଯ୍ୟାଳୟ ଘେରାଉ ।
ଦୁର୍ଭାଗ୍ୟର ବିଷୟ ୪ ବର୍ଷ ପୁର୍ବ ଜିଲ୍ଲାପାଳଙ୍କ ନିଷ୍ପତି ସତ୍ୱେ ଆଜି
ଯାଏଁ କାମାକ୍ଷାନଗର ଏନ୍‌ଏସିର ସମସ୍ତ ୮୬୯ ଜଣ ହିତାଧିକାରୀଙ୍କୁ ଭୂମି
ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ପ୍ରଦାନ କରାଯାଇନାହିଁ ।

ଆଜି ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ଆମ ଦେଶର ପ୍ରଥମ ଜିଲ୍ଲାପାଳ
ଭାବରେ ଶ୍ରୀ ସରୋଜ କୁମାର ସେଠୀ ମହୋଦୟ ଜଙ୍ଗଲ ନିୟାମକ ୨୦୦୬ ଏବଂ
ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଆଇନ୍‌-୨୦୧୭ ଜାଗା ମିଶନ
ଅନୁଯାୟୀ ଢେଙ୍କାନାଳ ଟାଉନ୍‌ର ୩୪ ଜଣ ହିତାଧିକାରୀଙ୍କୁ ଭୂମି ଅଧିକାର
ପ୍ରମାଣ ପତ୍ର ବା ପଟ୍ଟା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଏହି
ଆଦେଶକୁ ଆଖି ଆଗରେ ରଖି ୪ ବର୍ଷ ପୁର୍ବ ଜିଲ୍ଲାପାଳଙ୍କ ନିଷ୍ପତି
ଅନୁଯାୟୀ କାମାକ୍ଷାନଗର ଏନ୍‌ଏସିର ସମସ୍ତ ୮୬୯ ଜଣ ହିତାଧିକାରୀଙ୍କୁ ତୁରନ୍ତ
ଭୂମି ଅଧିକାର ପ୍ରମାଣ ପତ୍ର ବା ପଟ୍ଟା ପ୍ରଦାନ କରିବା ନିମନ୍ତେ ମୁଁ ତାଙ୍କୁ
ଅନୁରୋଧ କରୁଛି । ନଚେତ୍‌ ଏହି ହିତାଧିକାରୀମାନଙ୍କର ୫ ହଜାର ପରିବାର
ସଦସ୍ୟ ୧୬ ସେପ୍ଟେମ୍ବର ୨୦୨୩ ଦିନ କାମାକ୍ଷାନଗର ଏନ୍‌ଏସି କାର୍ଯ୍ୟାଳୟ ଘେରାଉ
କରିବାକୁ ବାଧ୍ୟ ହେବେ ବୋଲି ଇଂ ହୋତା ଇତ୍ୟବସରରେ ଏକ ପ୍ରେସ୍‌ ବିଜ୍ଞପ୍ତି
ମାଧ୍ୟମରେ ପ୍ରକାଶ କରିଛନ୍ତି ।

Leave A Comment

All fields marked with an asterisk (*) are required