Search for:
  • Home/
  • ରାଜ୍ୟ/
  • ଦୁଇଦିନିଆ ଓଡ଼ିଶା ଗସ୍ତରେ ଫରୱାଡର଼୍ ବ୍ଲକର ସର୍ବଭାରତୀୟ ସାଧାରଣ ସମ୍ପାଦକ ଜି.ଦେବରାଜନ

ଦୁଇଦିନିଆ ଓଡ଼ିଶା ଗସ୍ତରେ ଫରୱାଡର଼୍ ବ୍ଲକର ସର୍ବଭାରତୀୟ ସାଧାରଣ ସମ୍ପାଦକ ଜି.ଦେବରାଜନ

Spread the love

Loading

ଦୁଇଦିନିଆ ଓଡ଼ିଶା ଗସ୍ତରେ ଫରୱାଡର଼୍ ବ୍ଲକର ସର୍ବଭାରତୀୟ ସାଧାରଣ ସମ୍ପାଦକ ଜି.ଦେବରାଜନ

ଭୁବନେଶ୍ୱର, ୭.୮ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ
ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାଡର଼୍ ବ୍ଲକର ପରିବର୍ଦ୍ଧିତ ରାଜ୍ୟ କମିଟି ବୈଠକ
ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖ ଦୁଇଦିନ ଧରି ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ନେତାଜୀ ଭବନ
ପରିସରରେ ଅନୁଷ୍ଠିତ ହେବ । ଫରୱାଡର଼୍ ବ୍ଲକର ସର୍ବଭାରତୀୟ ସାଧାରଣ ସମ୍ପାଦକ ସାଥୀ ଜି.
ଦେବରାଜନ ଅଗଷ୍ଟ ୯ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସି ଦୁଇଦିନ ଧରି ଅନୁଷ୍ଠିତ ହେବାକୁ
ଥିବା ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତ ଫେବୃୟାରୀ ମାସରେ
ହାଇଦ୍ରାବାଦ ଠାରେ ଫରୱାଡର଼୍ ବ୍ଲକର ସର୍ବଭାରତୀୟ ସମ୍ମିଳନୀରେ ପାର୍ଟିର ସାଧାରଣ ସମ୍ପାଦକ
ରୂପେ ନିର୍ବାଚିତ ହେବା ପରେ ସାଥୀ ଦେବରାଜନଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ । ଦେଶର ସାମ୍ପ୍ରତିକ
ପରିସ୍ଥିତି, ଦରଦାମ୍‌ ବୃଦ୍ଧି, ବେକାରୀ ଭଳି ଜ୍ୱଳନ୍ତ ଜନସମସ୍ୟା ଏବଂ ଆଗାମୀ ସାଧାରଣ
ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇଦିନିଆ ରାଜ୍ୟ କମିଟି ବୈଠକରେ ଫରୱାଡର଼୍
ବ୍ଲକ ନିଜ ଦଳର ବିଭିନ୍ନ ରାଜନୈତିକ ଦୃଷ୍ଟିଭଙ୍ଗୀ ଉପରେ ଆଲୋଚନା କରିବା ସହ
ଆଗାମୀ ଦିନର ସାଂଗଠନିକ ରଣନୀତି ନିର୍ଦ୍ଧାରଣ କରାଯିବ ବୋଲି ଏକ ପ୍ରେସ୍‌ ଇସ୍ତାହାର
ମାଧ୍ୟମରେ ଫରୱାଡର଼୍ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ସୂଚନା
ଦେଇଛନ୍ତି ।

Leave A Comment

All fields marked with an asterisk (*) are required