Search for:
  • Home/
  • ରାଜ୍ୟ/
  • ଜନତା ସ୍ଥିର କରିସାରିଲେଣି ଏଥର ଡବଲ୍ ଇଞ୍ଜିନ ସରକାର

ଜନତା ସ୍ଥିର କରିସାରିଲେଣି ଏଥର ଡବଲ୍ ଇଞ୍ଜିନ ସରକାର

Spread the love

Loading

*ମଧ୍ୟରେ ବଢ଼ୁଚି ଜଗନ୍ନାଥଙ୍କ ପ୍ରତି ଜନସମର୍ଥନ*

*ସତ୍ୟନଗରରେ ଶକ୍ତି ପ୍ରଦର୍ଶନ, ବୁଦ୍ଧନଗରେ ଘରକୁ ଘର ଜନସମର୍ଥନ*

*ଜନତା ସ୍ଥିର କରିସାରିଲେଣି ଏଥର ଡବଲ୍ ଇଞ୍ଜିନ ସରକାର* :- *ଜଗନ୍ନାଥ ପ୍ରଧାନ*

 

ଭୁବନେଶ୍ୱର,୦୫.୦୫… ରାଜ୍ୟ ରାଜନୀତିର ମୁଖଶାଳା ଭାବେ ପରିଚିତ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରୀର୍ଥୀ ଜଗନ୍ନାଥ ପ୍ରଧାନଙ୍କ ପ୍ରତି ଦିନକୁ ଦିନ ବଢ଼ୁଚି ଜନତାଙ୍କ ସମର୍ଥନ ା ନିଜର ସ୍ବଛ, ସରଳ ବ୍ୟକ୍ତିତ୍ବକୁ ଆୟୁଧ କରି ଅବିଶ୍ରାନ୍ତ ଭାବେ ଜନତାଙ୍କ ପାଖରେ ପହଞ୍ଚି ଚଳିତ ନିର୍ବାଚନରେ ବିଜେପିକୁ ଭୋଟ ଦେବାପାଇଁ ନିବେଦନ କରୁଛନ୍ତି ଜଗନ୍ନାଥ ା ଆଜି ସକାଳ ସମସରେ ୪୧ ନଂ ଓ୍ବାର୍ଡ ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ଘରକୁ ଘର ଜଗନ୍ନାଥ ବୁଲି ଜନତାଙ୍କୁ ଭେଟିବା ସହ ସେଠାରେ ଥିବା ଚର୍ଚ୍ଚରେ ପହଞ୍ଚି ଖ୍ରୀଷ୍ଟିଆନ ଧର୍ମାଲମ୍ବୀ ଭାଇଭଉଣୀଙ୍କୁ ଭେଟି ଚଳିତ ନିର୍ବାଚନରେ ବହୁ ସଂଙ୍ଖାରେ ବିଜେପିକୁ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ

ସଂନ୍ଧ୍ୟାରେ ଜଗନ୍ନାଥ ସତ୍ୟନଗର ସ୍ଥିତ ବିଗବଜାର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ବହୁ ସଙ୍ଖ୍ୟାରେ ଉପସ୍ଥିତ ଥିବା ସ୍ଥାନୀୟ ମହିଳାମାନେ ତାଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ହୁଳହୁଳି ପକାଇ ସ୍ବାତ କରିଥିଲେ ାଏହାପରେ ଜଗନ୍ନାଥ ଏକ ବିରାଟ ପଟୁଆର ସହ ବାଜାବାଣ ସହ ପଦଯାତ୍ରାରେ ବାହାରି ଥିଲା ା ପଦଯାତ୍ରା ସମୟରେ ସ୍ଥାନୀୟ ବହୁ ସ୍ଥାନନରେ ସ୍ଥାନୀୟ ଅଞ୍ଚଳବାସୀ ଜଗନ୍ନାଥଙ୍କ ଫୁଲ ଦେଇ ସ୍ବାଗତ କରିବା ସିନ୍ଦୁର ଏବଂ ଚନ୍ଦନ ଟିକା ଦେଇ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ା ପଦଯାତ୍ରା ,ପିଏଚ ଡି କଲୋନି, ଗୁଡିଆ ସହି,ରାଜକୁମାର ବସ୍ତି, ଦୁର୍ଗା ମଣ୍ଡପ ବସ୍ତି, ହାଉସିଙ୍ଗ୍ କଲୋନି, ପଞ୍ଜାବି କଲୋନି, ସତ୍ୟ ନଗର କାଳିମନ୍ଦିର ସାହି ପରିକ୍ରମା କରି ପୁନଶ୍ଚ ବିଗବଜାର ରାସ୍ତା ଦେଇ ପିଡବ୍ଲ୍ୟୁଡି କଲୋନିରେପଦଯାତ୍ରା ସମାପ୍ତ ହୋଇଥିଲା ା ଏହି ଅବସରରେ ଜଗନ୍ନାଥ କହିଛନ୍ତି ଦୀର୍ଘ ୨୪ ବର୍ଷ ହେବ ବିଜେଡି ଶାସନରେ ରହିବା ପରେ ମଧ୍ୟ, ଡ୍ରେନେଜ୍ ସମସ୍ୟା, ଜଳବନ୍ଦୀ, ପରିମଳ ଓ ଡେଙ୍ଗୁ ସମସ୍ୟାରୁ ରାଜଧାନୀବାସୀ ମୁକୁଳି ପାରି ନାହାନ୍ତି ା ମୁକୁଳା ଡ୍ରେନ୍ ଓ ଡେଙ୍ଗୁ ପାଇଁ ବହୁ ପରିବାର ନିଜର ପରିଜନଙ୍କୁ ହରାଇଛନ୍ତିା ତେଣୁ ଏଥର ଜନତା ସ୍ଥିର କରି ସାରିଛନ୍ତି ଏଥର ପରିବତ୍ତ୍ତନ ସୁନିଶ୍ଚିନ୍ତ ବୋଲି ଜଗନ୍ନାଥ କହିଛନ୍ତି ା

Leave A Comment

All fields marked with an asterisk (*) are required