Search for:
  • Home/
  • ରାଜ୍ୟ/
  • ଲୋକବଳ,ଧନବଳ ମଧ୍ୟରେ ଲଢେଇ :ବରିଷ୍ଠ ବିଜେପି ନେତା ଅଞନ ଜେନା

ଲୋକବଳ,ଧନବଳ ମଧ୍ୟରେ ଲଢେଇ :ବରିଷ୍ଠ ବିଜେପି ନେତା ଅଞନ ଜେନା

Spread the love

Loading

ଲୋକବଳ,ଧନବଳ ମଧ୍ୟରେ ଲଢେଇ :ବରିଷ୍ଠ ବିଜେପି ନେତା ଅଞନ ଜେନା

ନନ୍ଦନକାନନ୫/୫(ନିପ୍ର) ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ଶାସକ ଦଳର ବିଧାୟକଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି।ଦୁର୍ନୀତିଗ୍ରସ୍ଥକୁ ବିଜେଡି ଏଠାରେ ପ୍ରାର୍ଥୀ କରିଛି।ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢେଇ ହେବ।ପୂର୍ବତନ ବିଧାୟକ ତଥା ବିଜେପିର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ବରିମୁଣ୍ଡପଞ୍ଚାୟତ ବାଲିଯାତ୍ରା ପଡିଆ ନିକଟରେ ଆୟୋଜିତ ନିର୍ବାଚନ ସଭାରେ ଯୋଗଦେଇ ରବିବାର ବରିଷ୍ଠ ବିଜେପି ନେତା ଅଞନ ଜେନା ଏହା କହିଛନ୍ତି।ଏଠାରେ ମୁଖ୍ୟମନ୍ତ୍ରୀଙ୍କ ମାଆଙ୍କ ନାମରେ ଥିବା ଜମିକୁ ବିକି ଦେବା ଓ ପ୍ରତି ଗାଁକୁ ପିଇବାକୁ ପାଣି ନାହିଁ,ସରକାରୀ ଜମିକୁ ବିଲଡରକୁ ଟେକିଦେବା।ନିଜ ଜମିକୁ ଯିବାପାଇଁ ପୋଲ ଓ ରାସ୍ତା ନିର୍ମାଣ କରିବା।ଯିଏ ପାଣି ମୁନ୍ଦେ ଦେଇପାରୁନି,ତାକୁ ଶାସକ କହିବା ନା,ଆଲିବାବା ଚାଲିସଚୋର କହିବା।ଜନସାଧାରଣ ଏହାର ଜବାବ ଦେବେ।ଏହି ସଭାରେ ବିଜେଡି ଦଳରୁ ଇସ୍ତଫା ଦେଇ ବହୁ ବରିଷ୍ଠ କର୍ମୀ ଓ ଲୋକପ୍ରତିନିଧିମାନେ ବିଜେପିରେ ଯୋଗଦେଇ ଶାସକଦଳର ବିଧାୟକ ତଥା ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ କଡା ସମାଲୋଚନା କରିବା ସହ ପ୍ରଧାନମନ୍ତୀଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଓ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବାକୁ କର୍ମୀମାନେ ସପଥ ନେଇଥିଲେ।ଏହି ଉତ୍ସବରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର , ପୂର୍ବତନ ଜିଲ୍ଲାପରିଷଦ କୁନାଲ ରାଉତ,ଗ୍ରାମୀଣ ମଣ୍ଡଳ ସଭାପତି ସଂଯୁକ୍ତା ପଢିଆରୀ,ପୂର୍ବତନ ସରପଞ୍ଚ ଅଜୟ ବେହେରା,ବରିଷ୍ଠ ବିଜେପି ନେତା ଶ୍ୟାମସୁନ୍ଦର ଚୈାଧୁରୀ, ବଶନ୍ତ ରାଉତ,ଉମାକାନ୍ତ ହାତୀ,ଗୁରୁଚରଣ ରାଉତ,କୁନା ଜେନା,ସମେତ ବହୁ ମହିଳା ଓ ଯୁବକର୍ମୀ ଯୋଗଦେଇଥିଲେ।

Leave A Comment

All fields marked with an asterisk (*) are required