Search for:
  • Home/
  • ବିଜେପି/
  • ଗ୍ୟାସ ସିଲିଣ୍ଡର ପିଛା ୨ଶହ ଟଙ୍କା ସବସିଡି ଦେଲେ ମୋଦି ସରକାର

ଗ୍ୟାସ ସିଲିଣ୍ଡର ପିଛା ୨ଶହ ଟଙ୍କା ସବସିଡି ଦେଲେ ମୋଦି ସରକାର

Spread the love

Loading

ଗ୍ୟାସ ସିଲିଣ୍ଡର ପିଛା ୨ଶହ ଟଙ୍କା ସବସିଡି ଦେଲେ ମୋଦି ସରକାର

ଭଉଣୀମାନଙ୍କୁ ରାକ୍ଷୀପୂର୍ଣ୍ଣିମା ଉପହାର: ମନମୋହନ ସାମଲ

 ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି

ଭୁବନେଶ୍ୱର,ତା.୨୯/୦୮: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନକୁ ଆସିବା ପରେ କୋଟି କୋଟି ମା’ ଓ ଭଉଣୀମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ଉଜ୍ଜ୍ୱଳା ଯୋଜନା ଜରିଆରେ ରୋଷେଇ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଥିଲେ । ଧୂଆଁ, ପ୍ରଦୂଷଣରୁ ମୁକ୍ତି ପାଇ ପ୍ରତ୍ୟେକ ମହିଳା ଆଶ୍ୱସ୍ତି ପାଇବା ସହିତ ଜୀବନମାନର ମୂଲ୍ୟ ବୃଦ୍ଧି ପାଇଥିଲା । ବହୁ ଶୀଘ୍ର ଆହୁରି ୭୫ ଲକ୍ଷ ନୂତନ ହିତାଧିକାରୀଙ୍କୁ ପିଏମ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯିବ । ବର୍ତମାନ ୧୦.୩୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଅଛନ୍ତି ଏବଂ ସେଥିମଧ୍ୟରୁ ଓଡିଶାରେ ୫୩ ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତି ଅନୁଯାୟୀ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ଛାଡ ଦିଆଯିବ । ଏହି ନିଷ୍ପତି ଫଳରେ ଦେଶର ୩୩ କୋଟି ରୋଷେଇ ଗ୍ୟାସ ହିତାଧିକାରୀ ଲାଭାନ୍ୱିତ ହେବେ । ବର୍ତମାନ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୧୧୦୦ ଟଙ୍କା ପରିବର୍ତେ ୯୦୦ ଟଙ୍କା ଦେବାକୁ ପଡିବ । ସେହିପରି ଉଜ୍ଜ୍ୱଳା ହିତାଧିକାରୀମାନେ ଗତ ମାର୍ଚ୍ଚ ମାସରେ ୨୦୦ ଟଙ୍କାର ସବସିଡି ପାଇ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୧୧୦୦ ରୁ ୯୦୦ଟଙ୍କା ଦେଉଥିଲେ ଏବଂ ବର୍ତମାନ ସେମାନେ ୭୦୦ ଟଙ୍କାରେ ପାଇବେ । ଆସନ୍ତାକାଲି ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ଦେଶର ଅଗଣିତ ମାଁ ଓ ଭଉଣୀଙ୍କ ପାଇଁ ଏହା ହେଉଛି ପ୍ରକୃତ ଉପହାର ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଘରେ ଘରେ ମା’ ଭଉଣୀମାନଙ୍କ ମୁହଁରେ ହସ ଫୁଟାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରାଜ୍ୟବାସୀଙ୍କ ତରଫରୁ ଶ୍ରୀ ସାମଲ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

 

Leave A Comment

All fields marked with an asterisk (*) are required