Search for:
  • Home/
  • ରାଜ୍ୟ/
  • ନିବେଶ ନୁହେଁ, “ଅୟସ ଆରାମ୍‌” ପାଇଁ ଖର୍ଚ୍ଚ ହେଉଛି ଟିକସ ଟଙ୍କା: ଡ.ଯତୀନ୍ ମହାନ୍ତି

ନିବେଶ ନୁହେଁ, “ଅୟସ ଆରାମ୍‌” ପାଇଁ ଖର୍ଚ୍ଚ ହେଉଛି ଟିକସ ଟଙ୍କା: ଡ.ଯତୀନ୍ ମହାନ୍ତି

Spread the love

Loading

ନିବେଶ ନୁହେଁ, “ଅୟସ ଆରାମ୍‌” ପାଇଁ ଖର୍ଚ୍ଚ ହେଉଛି ଟିକସ ଟଙ୍କା: ଡ.ଯତୀନ୍ ମହାନ୍ତି

 ଓଡ଼ିଶାବାସୀଙ୍କୁ ମିଥ୍ୟା ପୁଞ୍ଜି ନିବେଶର ଗପ ଶୁଣାଉଛନ୍ତି ରାଜ୍ୟ ସରକାର
 ଟଙ୍କାଟିଏ ବି ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆସିନାହିଁ
 ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି, କେତେ ପୁଞ୍ଜି ନିବେଶ ହୋଇଛି ଏବଂ କେଉଁ କେଉଁ ପୁଞ୍ଜିନିବେଶକାରୀଙ୍କୁ ଭେଟିଛନ୍ତି ତାହାର ବିବରଣୀ ସହ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର, ତା.୨୩/୦୭: ଶାସକ ବିଜେଡିର ମନ୍ତ୍ରୀ, ସାଂସଦମାନେ ପୁଞ୍ଜିନିବେଶ ଆଳରେ ବାରମ୍ବାର ବିଦେଶ ଗସ୍ତ କରୁଛନ୍ତି । ଓଡ଼ିଶାର ଗରୀବଙ୍କ ଟିକସ ଖର୍ଚ୍ଚରେ ଶାସକ ବିଜେଡିର ନେତାମାନେ ଇଟାଲୀ, ଜାପାନ, ଇଜ୍ରାଇଲି, ୟୁକେ ଏବେ ୟୁଏସକୁ ଯାଉଛନ୍ତି । ଗତକାଲି ଆଇଟି ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଆଇଟି ଟମ୍‌ରେ ଜଣେ କ୍ରୀଡାସଚିବ, ୫-ଟି ସଚିବ ପୁଞ୍ଜି ଆଣିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ) ଯାଇଛନ୍ତି । ଗତ ଦୁଇ ରୁ ତିନି ବର୍ଷ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଟିମ୍ କୃଷି ଓ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ବାରମ୍ବାର ବିଦେଶଗସ୍ତ କରିଚାଲିଛନ୍ତି । ଏହି ଟିମ୍‌ମାନେ ଓଡ଼ିଶାର ଗରୀବଙ୍କ ଟିକସ ଟଙ୍କାରେ ବିଳାସପୂର୍ଣ୍ଣ ହୋଟେଲରେ ରହି ପୁଞ୍ଜିନିବେଶର ଆଲୋଚନା କରୁଛନ୍ତି, ସେଥିରୁ ଓଡ଼ିଶା କେତେ ଲାଭାନ୍ୱିତ ହୋଇଛି ତାହାର ଉତର ରାଜ୍ୟ ସରକାର ଦିଅନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଡ.ଯତୀନ୍ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଏହି ଟିମ୍ ଓଡ଼ିଶାକୁ ଆସିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାବାସୀଙ୍କ ମିଥ୍ୟା ପୁଞ୍ଜିନିବେଶର ଗପ ଶୁଣାଉଛନ୍ତି । ବାସ୍ତବରେ ଟଙ୍କାଟିଏ ବି ବିଦେଶ ପୁଞ୍ଜି ଓଡ଼ିଶାକୁ ଆସିନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଫିସରମାନଙ୍କୁ ବିଦେଶ ବୁଲାଇନେବା ସହ ବିଳାସପୂର୍ଣ୍ଣ ହୋଟେଲରେ ମଜା ମଜ୍‌ଲିସ କରି ଫେରିବା ଇତ୍ୟାଦି କାର୍ଯ୍ୟ କରାଯାଉଛି । ଅଫିସରମାନଙ୍କୁ ଖୁସି କରାଇବା ପାଇଁ ବାରମ୍ବାର ରାଜ୍ୟ ସରକାର ବିଦେଶଗସ୍ତର ଆୟୋଜନ କରୁଛନ୍ତି । ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି, କେତେ ପୁଞ୍ଜି ନିବେଶ ହୋଇଛି ଏବଂ କେଉଁ କେଉଁ ପୁଞ୍ଜିନିବେଶକାରୀଙ୍କୁ ଭେଟିଛନ୍ତି ତାହାର ବିବରଣୀ ସହ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର । ରାଜ୍ୟ ରାଜକୋଷର ଟଙ୍କାକୁ “ଅୟସ ଆରାମ” କରିବାର କୌଣସି ଅଧିକାର ନାହିଁ ରାଜ୍ୟ ସରକାରଙ୍କର ଏଥିରୁ କ୍ଷାନ୍ତ ରୁହନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।

 

Leave A Comment

All fields marked with an asterisk (*) are required