Search for:
  • Home/
  • ମହାନଗର/
  • ଏକାମ୍ର ରେ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଏକାମ୍ର ରେ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

Spread the love

Loading

ଏକାମ୍ର ରେ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର:୨୩.୦୭ ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧଉଳି, ଲିଙ୍ଗିପୁର ଏବଂ ଇଟିପୁର ଗ୍ରାମପଞ୍ଚାୟତର ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପ କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ସେଥି ମଧ୍ୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଧଉଳି ଗ୍ରାମପଞ୍ଚାୟତ ରେ ୧.୪୦ କୋଟି ଟଙ୍କାରେ ଆର୍ ଆଇ ଅଫିସ ର ଶିଳାନ୍ୟାସ, ଲିଙ୍ଗିପୂର୍ ଗ୍ରାମପଞ୍ଚାୟତ ର ଇନ୍ଦିରା କଲୋନୀରେ ୧୦.୧୦ କୋଟି ଟଙ୍କାର ଡ୍ରେନ, ଇଟିପୁର ଦୟା ବନ୍ଧ ଠାରୁ ଏମ ଆଇ ପି ଗଣେଶ ସିଡି ରାସ୍ତା ପାଇଁ ୪.୭୮ କୋଟି, ଗ୍ରାମପଞ୍ଚାୟତ ରେ ପଞ୍ଚାୟତ ଅଫିସ୍ ଠାରୁ ଗଣେଶ ସିଡି ବିଜୁ ସେତୁ ପାଇଁ ୧୧.୬୨ କୋଟି , ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଲିଙ୍ଗିପୁର୍ ଏବଂ ଇଟିପୂର୍ ଠାରେ ଭୁ ଉଚ୍ଚ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ସେହିପରି ବିଧାୟକ ଆଞ୍ଚଳିକ ଉନ୍ନୟନ ଅନୁଦାନ ପାଣ୍ଠିରୁ ୧୫ ଗୋଟି ପ୍ରକଳ୍ପ ମଧ୍ୟରେ କୁକୁଡ଼ା ଘାଇ ପାଟଣା ମନ୍ଦିର ଏବଂ ଡିହ ପୁର ମନ୍ଦିର ରୋଷ ଘର, ବିକି ପୁର ମଣ୍ଡପ,ପଶ୍ଚିମେଶ୍ୱର୍ ମନ୍ଦିର ପ୍ରାଚେରୀ,ଜୟପୁର ବ୍ୟାୟାମ ଘର, ହନୁମାନ ମଣ୍ଡପ, ଇଟିପୁର୍ କଂକ୍ରିଟ ରାସ୍ତା, ମଦନମୋହନ ମଣ୍ଡପ,ବୁଢ଼ୀ ମଙ୍ଗଳା

ମଣ୍ଡପ,ବିଶ୍ଵକର୍ମା ମଣ୍ଡପ,ସ୍ମାର୍ଟ କ୍ଲବ ଗୃହ କୁ ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ତହସିଲଦାର ମାନସ ରଞ୍ଜନ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ,ସରପଞ୍ଚ ଚନ୍ଦନ ମଲ୍ଲିକ,କ୍ଷୀରୋଦ ପ୍ରଧାନ,ଅନିତା ସୁବୁଦ୍ଧି,ସମିତି ସଭ୍ୟ ପ୍ରକାଶ ସାହୁ ,ସରସ୍ଵତୀ ସେଠୀ,ନୃସିଂହ ସ୍ବାଇଁ,ସୁଧାଂଶୁ ସୁବୁଦ୍ଧି, ଆଲୋକ ସାହୁ,ହରେକୃଷ୍ଣ ସାହୁ, ଭଗବାନ ସାହୁ,ସୁଧାରଞ୍ଜନ ପ୍ରଧାନ,ଗଜେନ୍ଦ୍ର ବେହେରା,ଅର୍ଜୁନ ବିଶ୍ଵାଳ, ହେମନ୍ତ ପ୍ରଧାନ,ଦିଲ୍ଲୀପ ଦାସ,ଗୋଲାପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required