ନିବେଶ ନୁହେଁ, “ଅୟସ ଆରାମ୍” ପାଇଁ ଖର୍ଚ୍ଚ ହେଉଛି ଟିକସ ଟଙ୍କା: ଡ.ଯତୀନ୍ ମହାନ୍ତି
ନିବେଶ ନୁହେଁ, “ଅୟସ ଆରାମ୍” ପାଇଁ ଖର୍ଚ୍ଚ ହେଉଛି ଟିକସ ଟଙ୍କା: ଡ.ଯତୀନ୍ ମହାନ୍ତି
ଓଡ଼ିଶାବାସୀଙ୍କୁ ମିଥ୍ୟା ପୁଞ୍ଜି ନିବେଶର ଗପ ଶୁଣାଉଛନ୍ତି ରାଜ୍ୟ ସରକାର
ଟଙ୍କାଟିଏ ବି ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆସିନାହିଁ
ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି, କେତେ ପୁଞ୍ଜି ନିବେଶ ହୋଇଛି ଏବଂ କେଉଁ କେଉଁ ପୁଞ୍ଜିନିବେଶକାରୀଙ୍କୁ ଭେଟିଛନ୍ତି ତାହାର ବିବରଣୀ ସହ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର, ତା.୨୩/୦୭: ଶାସକ ବିଜେଡିର ମନ୍ତ୍ରୀ, ସାଂସଦମାନେ ପୁଞ୍ଜିନିବେଶ ଆଳରେ ବାରମ୍ବାର ବିଦେଶ ଗସ୍ତ କରୁଛନ୍ତି । ଓଡ଼ିଶାର ଗରୀବଙ୍କ ଟିକସ ଖର୍ଚ୍ଚରେ ଶାସକ ବିଜେଡିର ନେତାମାନେ ଇଟାଲୀ, ଜାପାନ, ଇଜ୍ରାଇଲି, ୟୁକେ ଏବେ ୟୁଏସକୁ ଯାଉଛନ୍ତି । ଗତକାଲି ଆଇଟି ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଆଇଟି ଟମ୍ରେ ଜଣେ କ୍ରୀଡାସଚିବ, ୫-ଟି ସଚିବ ପୁଞ୍ଜି ଆଣିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ) ଯାଇଛନ୍ତି । ଗତ ଦୁଇ ରୁ ତିନି ବର୍ଷ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଟିମ୍ କୃଷି ଓ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ବାରମ୍ବାର ବିଦେଶଗସ୍ତ କରିଚାଲିଛନ୍ତି । ଏହି ଟିମ୍ମାନେ ଓଡ଼ିଶାର ଗରୀବଙ୍କ ଟିକସ ଟଙ୍କାରେ ବିଳାସପୂର୍ଣ୍ଣ ହୋଟେଲରେ ରହି ପୁଞ୍ଜିନିବେଶର ଆଲୋଚନା କରୁଛନ୍ତି, ସେଥିରୁ ଓଡ଼ିଶା କେତେ ଲାଭାନ୍ୱିତ ହୋଇଛି ତାହାର ଉତର ରାଜ୍ୟ ସରକାର ଦିଅନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଡ.ଯତୀନ୍ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଏହି ଟିମ୍ ଓଡ଼ିଶାକୁ ଆସିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାବାସୀଙ୍କ ମିଥ୍ୟା ପୁଞ୍ଜିନିବେଶର ଗପ ଶୁଣାଉଛନ୍ତି । ବାସ୍ତବରେ ଟଙ୍କାଟିଏ ବି ବିଦେଶ ପୁଞ୍ଜି ଓଡ଼ିଶାକୁ ଆସିନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଫିସରମାନଙ୍କୁ ବିଦେଶ ବୁଲାଇନେବା ସହ ବିଳାସପୂର୍ଣ୍ଣ ହୋଟେଲରେ ମଜା ମଜ୍ଲିସ କରି ଫେରିବା ଇତ୍ୟାଦି କାର୍ଯ୍ୟ କରାଯାଉଛି । ଅଫିସରମାନଙ୍କୁ ଖୁସି କରାଇବା ପାଇଁ ବାରମ୍ବାର ରାଜ୍ୟ ସରକାର ବିଦେଶଗସ୍ତର ଆୟୋଜନ କରୁଛନ୍ତି । ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି, କେତେ ପୁଞ୍ଜି ନିବେଶ ହୋଇଛି ଏବଂ କେଉଁ କେଉଁ ପୁଞ୍ଜିନିବେଶକାରୀଙ୍କୁ ଭେଟିଛନ୍ତି ତାହାର ବିବରଣୀ ସହ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର । ରାଜ୍ୟ ରାଜକୋଷର ଟଙ୍କାକୁ “ଅୟସ ଆରାମ” କରିବାର କୌଣସି ଅଧିକାର ନାହିଁ ରାଜ୍ୟ ସରକାରଙ୍କର ଏଥିରୁ କ୍ଷାନ୍ତ ରୁହନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।