Search for:
  • Home/
  • ରାଜ୍ୟ/
  • ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ

ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ

Spread the love

Loading

ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ୱର:ବିଜେଡ଼ି ଛାଡି ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ଆଜି ବିଧିବଦ୍ଧ ଭାବରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସହ ପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପର୍ଶୁରାମ ।

ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖି ବିଧାୟକ ପର୍ଶୁରାମ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି। ଓଡ଼ିଶା କାହିଁକି ପଛରେ ରହିବ, ସୋର କାହିଁକି ପଛରେ ରହିବ। କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ପର୍ଶୁରାମ ଧଡ଼ା । ସେହିପରି ଟିକେଟ ପାଇଁ କୌଣସି ଆଶା ଅଛି କି ପ୍ରଶ୍ନରେ ପର୍ଶୁରାମ କହିଛନ୍ତି କି ମୋର କୌଣସି ଆଶା ନାହିଁ, ଦଳ ଯାହା ଦାୟିତ୍ୱ ଦେବ ତୁଲାଇବି। ଟିକେଟ ନମିଲିବାରୁ ସେ ଗତକିଛି ଦିନ ହେବ ବିଜେଡି ଛାଡିଥିଲେ ।

Leave A Comment

All fields marked with an asterisk (*) are required