Search for:
  • Home/
  • ବିଜେପି/
  • ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମିଛ ପଟ୍ଟା ବଣ୍ଟନକୁ ନେଇ ବିଜେପି ର ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ବିଏମସି ଅଫିସ୍ ଘେରାଉ।

ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମିଛ ପଟ୍ଟା ବଣ୍ଟନକୁ ନେଇ ବିଜେପି ର ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ବିଏମସି ଅଫିସ୍ ଘେରାଉ।

Spread the love

Loading

ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମିଛ ପଟ୍ଟା ବଣ୍ଟନକୁ ନେଇ ବିଜେପି ର ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ବିଏମସି ଅଫିସ୍ ଘେରାଉ।

ବସ୍ତି ବାସିନ୍ଦାଙ୍କ ପ୍ରତି ହୋଇଛି ଶତାବ୍ଦିର ସବୁଠୁ ବଡ଼ ପ୍ରତାରଣା: ବାବୁ ସିଂ

ରାଜ୍ୟ ସରକାରଙ୍କ ଜାଗା ମିଶନ ଜାହା ସମ୍ପୂର୍ଣ ରୂପେ ଫେଲ ହୋଇଛି। ଯୋଜନାକୁ ୬ ବର୍ଷ ପୁରିଥିଲେ ମଧ୍ୟ ତାହା ଯୋଗ୍ୟ ହିତାଧିକାରି ଙ୍କୁ ଜମି ପଟ୍ଟା ମିଳିପାରିନାହିଁ। ଯେଉଁଥିପାଇଁ ଆଜି ଭାରତୀୟ ଜନତା ପାର୍ଟି ରାଜ ରାସ୍ତାକୁ ଓହ୍ଲାଇଛି ଏବଂ ଯେଉଁ ମିଛ ପଟ୍ଟା ବଣ୍ଟନ କରୁଛନ୍ତି ରାଜ୍ୟ ସରକାର ତାର ମୁଖା ଖୋଲିବା ପାଇଁ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ରୁ ହଜାର ହଜାର ଜନସାଧାରଣ ବିକ୍ଷୋଭ ପଦଯାତ୍ରା ରେ ଯାଇ ବିଏମସି କାର୍ଯ୍ୟଳୟ ଘେରାଉ କରିଥିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ।ବିଏମସି କାର୍ଯ୍ୟଳୟ କୁ ଚତୁର୍ଦ୍ଦିଗରୁ ଘେରି ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ସହ ଭାଷଣ ଦେଇଥିଲେ।ପ୍ରତ୍ୟେକ ଥର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ମିଥ୍ୟା ପଟ୍ଟା ବଣ୍ଟନ କରୁଛନ୍ତି।

ଦେଖନ୍ତୁ ୨୩ ବର୍ଷର ଏକ ସରକାର ପ୍ରତିଥର ନିର୍ବାଚନ ଆସିଲେ ଯେଉଁ ଭଳି ଭାବରେ ବସ୍ତିବାସିନ୍ଦାଙ୍କୁ ଭୁଆଁ ବୁଲାଉଛନ୍ତି ଓ ବିଶ୍ୱାସଘାତକତା କରୁଛନ୍ତି। ସେ କଥାକୁ ଆଜି ବସ୍ତି ବାସିନ୍ଦା ପୁରା ମାତ୍ରାରେ ଜାଣି ଗଲେଣି।୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଥରେ ସର୍ଭେ କରି ଏକ ଟିଣ ପାତିଆ ଦେଇଥିଲେ।୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆଉଥରେ ଆବାସ ଯୋଜନା ନାଁରେ “ରେ” ସର୍ଭେ କରି ଏକ ମିଛ ପଟ୍ଟା ଦେଇଥିଲେ। ଆଜି ପୁଣି ଯେତେବେଳ ନିର୍ବାଚନ ଆସିଛି ଆଉ ଏକ କାଗଜ ଦେଇ ବସ୍ତି ବାସିନ୍ଦାଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏ ବିଭ୍ରାନ୍ତ କୁ ବସ୍ତିବାସିନ୍ଦା କରେଇ ଦେବେ ନାହିଁ। ଭାରତୀୟ ଜନତା ପାର୍ଟି ନିଷ୍ପତି ନେଇଛି ବସ୍ତି ବାସିନ୍ଦାଙ୍କ ପ୍ରତି ହେଉଥିବା ବିଶ୍ୱାସଘାତକତାର ଜବାବ ପୁରା କଡ଼ା ଭାଷାରେ ଦିଆଯିବ। ବସ୍ତି ବାସିନ୍ଦାଙ୍କ ଭୋଟ୍ ରେ ସରକାର କରୁଥିବା ଏହି ବିଜେଡ଼ି ସରକାରକୁ ଭାରତୀୟ ଜନତା ପାର୍ଟି ଜବାବ ଦେବ। ତେଣୁ ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇଛୁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି।
ଶ୍ରୀ ସିଂ କହିଛନ୍ତି ସତ୍ୟ ପଟ୍ଟା ଯେଉଁ ପଟ୍ଟା କୁ ତହସିଲଦାର ଦିଅନ୍ତି ଯେଉଁ ପଟ୍ଟା ଜମି ରେଜିଷ୍ଟରେସନ ପରେ ମିୟୁଷ୍ଟେଶନ ହେବାପରେ ମିଳେ ସେହି ପଟ୍ଟା ଦେବା ପାଇଁ ଆମେ ଦାବି ରଖୁଛୁ। ବିଭ୍ରାନ୍ତ କରନ୍ତୁ ନାହିଁ ନବୀନ ବାବୁ ବସ୍ତି ବାସିନ୍ଦାଙ୍କୁ ଯେଉଁ ଭୁଆଁ ବୁଲେଇବା ପାଇଁ ଆପଣଙ୍କର ଅପଚେଷ୍ଟା ସେହି ଅପଚେଷ୍ଟାକୁ ଆମେ ଆଉ କରେଇ ଦେବୁ ନାହିଁ। ଯେଉଁ ପର୍ଯ୍ୟନ୍ତ ସମସ୍ତ ବସ୍ତିବାସିନ୍ଦାଙ୍କୁ ପ୍ରକୃତ ପଟ୍ଟା ମିଳିନାହିଁ ସେ ପର୍ଯ୍ୟନ୍ତ ଏହି ଲଢେ଼ଇ ଚାଲିବ। ଆମେ ପୋଷ୍ଟର ମାରିଛୁ ପ୍ରକୃତ ପଟ୍ଟା କୋଉଟା ଓ ନକଲି ପଟ୍ଟା କୋଉଟା। ନିର୍ବାଚନ ଆସିଲେ ନବୀନ ବାବୁ ଙ୍କର୍ ବସ୍ତି ବାସିନ୍ଦାଙ୍କ କଥା ମନେପଡେ ଏବଂ ଏମିତି ଦୁପ୍ଲିକେଟ କଥା ମନେପଡ଼େ।୨୦୧୯ ରେ ଜନତା ମଇଦାନ ରେ ଫଲସ୍ ପଟ୍ଟା ଦେଇ ଥିଲେ। ଯେତେବଳେ ୨୦୨୪ ନିର୍ବାଚନ ଆସୁଛି ପୁଣି ବସ୍ତି ବାସିନ୍ଦାଙ୍କ କଥା ମନେପଡ଼ିଛି ପୁନି ତାଙ୍କ ସହ ପ୍ରତାରଣା କରିବା କଥା ମନେପଡିଛି ପୁଣି ତାଙ୍କ ସହ ବିଶ୍ବାସଘାତକତା କରିବା କଥା ମାନେପଡ଼ିଛି। ଏ ଥର କିନ୍ତୁ ଭାରତୀୟ ଜନତା ପାର୍ଟି ନିଷ୍ପତି ନେଇଛି ଯେ ପର୍ଯ୍ୟନ୍ତ ବସ୍ତି ବାସିନ୍ଦାଙ୍କୁ ପ୍ରକୃତ ପଟ୍ଟା ମିଳିନାହିଁ ସେ ପର୍ଯ୍ୟନ୍ତ ଏ ଲଢେଇ ଚାଲିବ। ଏ ଫଲସ୍ ପଟ୍ଟା ଆମର ଦରକାର ନାହିଁ, ଓର୍ଜିନାଲ୍ ପଟ୍ଟା ହେଉଥିଲେ ତହସିଲଦାର ଦସ୍ତଖତ କରନ୍ତି ସରକାରୀ ପଟ୍ଟା ସେହି ଭଳି ପଟ୍ଟା ଆମର ଦରକାର ଏହା ହେଉଛି ବସ୍ତି ବାସିନ୍ଦାଙ୍କ ଉତ୍ତର। ରାଜ୍ୟ ମୁଖ୍ୟ ଯଦି ମିଛ କହିବେ ଆମେ କାହାକୁ ଦୋଷ ଦେବା। ରାଜ୍ୟର ମୁଖ୍ୟ ୨୩ ବର୍ଷ ର ମୁଖ୍ୟମନ୍ତ୍ରୀ ସେ ଫଲସ ପଟ୍ଟା ବନ୍ତୁଛନ୍ତି ଲୋକ ମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ଭୁବନେଶ୍ୱରରେ ଯଦି ବସ୍ତି ବାସିନ୍ଦାମାନେ ବିଜେଡିକୁ ଭୋଟ ଦେବେ ନାହିଁ ତାହେଲେ ଭୁବନେଶ୍ୱରରେ ବିଜେଡି ୧୦ପ୍ରତିଶତ ଭୋଟ ମଧ୍ୟ ପାଇବ ନାହିଁ । ତେଣୁ କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ପାଇବା ପାଇଁ ଠିକ ନିର୍ବାଚନ ଆଗରୁ ଏହି ପଟ୍ଟା ବଂଟା ନାଟକ । ନିର୍ବାଚନ ଆସିଲେ କେବଳ ନବୀନ ବାବୁଙ୍କର ବସ୍ତିବାସିନ୍ଦାଙ୍କ କଥା ମନେପଡେ । ୨୩ ବର୍ଷରେ ନବୀନ ବାବୁ ବସ୍ତିରେ ଗରିବ ଲୋକମାନେ କିଭଳି ରୁହନ୍ତି କେବେ ଥରେ ହେଲେ ବି ବୁଲିକି ଦେଖିଛନ୍ତି କି? କେମିତି ତାଙ୍କ ପ୍ରଶାସନ, ତାଙ୍କ ଦଳର କୁଜି ନେତାମାନେ ବସ୍ତିବାସିନ୍ଦାଙ୍କ ଉପରେ ଜୁଲମ କରନ୍ତି ବୋଲି । ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ପାଇଁ ବାସଗୃହ ନିର୍ମାଣ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଥରେ ନୁହେଁ ଦୁଇ ଦୁଇ ଥର ଶୁଭ ଦେଇଛନ୍ତି । କିନ୍ତୁ ତାହା ସବୁ କେବଳ ଫଟୋ ଆଉ ଖବର କାଗଜରେ ସୀମିତ ହୋଇଛି । ଗୋଟିଏ ପ୍ରକଳ୍ପକୁ ବାରମ୍ବାର ଶୁଭ ଦେବା, ଗୋଟିଏ ଯୋଜନାକୁ ବାରମ୍ବାର ଘୋଷଣା କରିବାରେ ନବୀନ ବାବୁ ଦେଶରେ ଏକ ନମ୍ବର ବୋଲି।ଏବେ ସହରାଂଚଳରେ ବସ୍ତି ବାସିନ୍ଦାମାନଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି ସେହି କାଗଜରେ ଲେଖାଯାଇଛି ଯେ, ଏହା ଏକ ଫର୍ମ ବୋଲି । ତା ତଳକୁ ଲେଖା ହୋଇଛି ଏହା ଏକ ପ୍ରମାଣ ପତ୍ର ବୋଲି । ଆଉ ଏହାକୁ ରାଜ୍ୟ ସରକାର କହୁଛନ୍ତି ଏହା ପଟ୍ଟା ବୋଲି । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣ ପତ୍ର ନା ପଟ୍ଟା । ରାଜ୍ୟରେ ଏକ ଜାଲିଆ ସରକାର ଚାଲିଛି । ଏମାନଙ୍କର ସବୁ ଜାଲି, ନକଲି । ସହରାଂଚଳରେ ନବେ ଦଶକରେ ବସ୍ତି ବାସିନ୍ଦାଙ୍କୁ ଯେଉଁ ପଟ୍ଟା ମିଳିଛି ସେଥିରେ ସ୍ପଷ୍ଟ ଭାବରେ ଲେଖାହୋଇଛି ଯେ, ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ଅନୁସାରେ ମିଳିଥିବା ପଟ୍ଟା ବୋଲି । ହେଲେ ଏବେ ରାଜ୍ୟ ସରକାର ଯେଉଁ କାଗଜ ଧରାଉଛନ୍ତି ସେଥିରେ କେଉଁଠି ବି ପଟ୍ଟା ଶବ୍ଦର ଲେଖାନାହିଁ।୨୦୧୨ ରୁ ୨୦୨୩ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାରମ୍ବାର କହି କହି ଆସୁଛନ୍ତି ଯେ, ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦିଆଯିବ । କେବଳ ପ୍ରତିଶୃତି ଦେଇ ଜାଣନ୍ତି ନବୀନ ବାବୁ, କିନ୍ତୁ ତାହା କେବେ ପୂରଣ କରନ୍ତି ନାହିଁ ।୨୩ବର୍ଷ ଭିତରେ ଗୋଟିଏ ବି ଲୋକ ଓର୍ଜିନାଲ୍ ପଟ୍ଟା ପାଇପରିଲେ ନାହିଁ।୨୦୧୪ ନିର୍ବାଚନ ଇସ୍ତାହାରରେ ନବୀନ ବାବୁ କହିଥିଲେ, ସହରରେ ଗୋଟିଏ ବି ପରିବାର ବିନା ପକ୍କା ଘରରେ ରହିବେ ନାହିଁ । ଯାହାର ନିଜସ୍ୱ ଜାଗା ନାହିଁ ସେହିି ପରିବାରକୁ ସରକାର ଜାଗା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । କୁଆଡେ ଗଲା ସେହି ପ୍ରତିଶୃତି । ମୁଖ୍ୟମନ୍ତ୍ରୀଙ୍କର ସେହି ଘୋଷଣା ବସ୍ତିର ଗରୀବ ଲୋକ ମାନଙ୍କ ପାଇଁ ପ୍ରତିବଦ୍ଧତା ନୁହେଁ ବରଂ ସହରୀ ଗରୀବ ଲୋକଙ୍କୁ ଠକିବା ପାଇଁ ଏକ ହୀନ ରାଜନୈତିକ ଉଦ୍ୟମ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି।
ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ବ୍ୟାପକ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଯେଉଁ ପଇସା ଦେଇଛନ୍ତି ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ଦେଇ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଦାବି କରିବା ସହ ଲୋକଙ୍କୁ ବାରମ୍ବାର ଭୁଆ ନବୁଲାଇ ତୁରନ୍ତ ପଟ୍ଟା ପ୍ରଦାନ କରନ୍ତୁ ରାଜ୍ୟ ସରକାର ବୋଲି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।
ସବୁଥର ଏଭଳି ଡାହା ମିଛ କହି ବିଜୁଜନତା ଦଳ ଭୋଟ ହାତାନ୍ତି ଓ ସରକାର କରନ୍ତି। ଏ ପ୍ରକାର କୌଶଳ ରେ ବିଜୁଜନତା ଦଳ ମାହିର। ପଟ୍ଟା ଦେବାକୁ କହି ନକଲି କାଗଜ ଖଣ୍ଡେ ଖଣ୍ଡେ ଦେଇ ନିରୀହ ବସ୍ତି ବାସିନ୍ଦାଙ୍କୁ ଭଣ୍ଡାନ୍ତୁ ନାହିଁ ରାଜ୍ୟ ସରକାର ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଛନ୍ତି।
ଆଜି ବସ୍ତି ବାସିନ୍ଦା ବିଜେପିର ଏ ଲଢେଇ ରେ ସାମିଲ ହୋଇଛନ୍ତି। ନବୀନ ବାବୁ ମିଛ ପ୍ରତିଶୃତି କୁ ବୁଝିଶାରିଲେଣି ବସ୍ତି ବାସିନ୍ଦା। ବସ୍ତି ବାସିନ୍ଦା ଙ୍କୁ ତୁରନ୍ତ ସ୍ଥାୟୀ ପଟ୍ଟା ଦିଅନ୍ତୁ ଆଉ ପୂର୍ବଭଳି ଲଲିପପ୍ ଦିଅନ୍ତୁ ନାହିଁ ରାଜ୍ୟ ସରକାର ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ରେ ବିଜେପି କର୍ପୋରେଟର ରାମଚନ୍ଦ୍ର ରଣସିଂହ,ମଧୁସ୍ମିତା ପ୍ରଧାନ, ଯଶୋଧାରା ପ୍ରଧାନ, ଜୀବନ ରାଉତ, ସୁଚିତ୍ରା ପାତ୍ର, ଗୀତାଞ୍ଜଳୀ ସାହୁ, ଧରିତ୍ରୀ ଜେନା, ସୁଜାତା ଛୋଟରାୟ, ଲକ୍ଷ୍ମୀପ୍ରିୟା ପରିଡ଼ା, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ଵଂୟ ସେବକ ରାୟ, ଜିଲ୍ଲା ଓବିସି ମୋର୍ଚ୍ଚା ସଭପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ଉପ ସଭାପତି ଧିରେନ ପାତ୍ର, ରାଜେନ୍ଦ୍ର ଦାସ, ସୁଶାନ୍ତ ସାବତ, ନିରଞ୍ଜନ ରାଉତରାୟ, ତୃପ୍ତି ମଇ ମକଦ୍ଦମ, ସୁର ଜେନା, ମନୋରଞ୍ଜନ ସ୍ବାଇଁ, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଦାମୋଦର ବେହେରା, ବିଜୟ ରାଉତ, ଅମର ଜ୍ୟୋତି ଜଗଦ୍ଦେବ, ସୋୟମ୍ଭୁ ପଟ୍ଟନାୟକ, ଜଗନ୍ନାଥ ବେହେରା, ଅଞ୍ଜନ ନାଥ, ଜିତେନ୍ଦ୍ର ମହାନ୍ତି, ଅରୁଣ ପୁରହିତ, ସଶିପ୍ରଭା ରଥ,ସୁଶାନ୍ତ ଦାସ, ଜିଲ୍ଲା ସମ୍ପାଦକ ତାପସ ଦଳାଇ, ଉନ୍ନତି ପରିଡ଼ା, ଆଶିଷ ମହାପାତ୍ର, ନିର୍ମଳ ପଣ୍ଡା, ସନ୍ତୋଷ ପରିଡ଼ା, ବିଷ୍ଣୁ ସାହୁ, ବିନ୍ଦୁଲତା ବଳୀୟରସିଂ,ଜିଲ୍ଲା କାର୍ଯ୍ୟକର୍ତ୍ତା ସୁନିଲ ପ୍ରଧାନ, ମନୋଜ ପଶ୍ଚିମକବାଟ, ସୁଭାଷିନୀ ପୃଷ୍ଟି,ଲିପା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required