Search for:
  • Home/
  • Month: August 2023

ଓଡ଼ିଶାରେ ଦୁଇଟି ରାଜପଥ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଓଡ଼ିଶାରେ ଦୁଇଟି ରାଜପଥ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ ମୋଦି ସରକାରରେ ଓଡିଶାକୁ ମିଳିଛି ବିଶେଷ ଗୁରୁତ୍ୱ – ଅମିତ୍ ଶାହ  କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୫୩ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ସହ କଳାହାଣ୍ଡି ଜିଲ୍ଲାର ମୋଟେର- ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ  ୟପିଏ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଅନୁଦାନ ୩ ଲକ୍ଷ କୋଟିରୁ ମୋଦି [...]

ଭୁବନେଶ୍ୱର ଠାରେ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର ଠାରେ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ *ମୋଦି ସରକାରରେ ଓଡ଼ିଶାକୁ ୯ ବର୍ଷରେ ମିଳିଛି ୧୮ ଲକ୍ଷ ୮୩ ହଜାର କୋଟିରୁ ଅଧିକ ଅର୍ଥ – ଧର୍ମେନ୍ଦ୍ର ପ୍ରଧାନ* • ୟୁପିଏର ଶେଷ ୧୦ ବର୍ଷ ସରକାରରେ ଓଡ଼ିଶାକୁ ମାତ୍ର ୨ ଲକ୍ଷ ୯୩ ହଜାର କୋଟି ଟଙ୍କା ମିଳିଥିଲା • ଜାତୀୟ ରାଜପଥ-୫୩ ଅନ୍ତର୍ଗତ ୪ ଲେନ୍ ବିଶିଷ୍ଟ କାମାକ୍ଷାନଗର-ଡୁବୁରି ସେକ୍ସନର ଉଦଘାଟନ ଏବଂ କଳାହାଣ୍ଡି ଜିଲ୍ଲା [...]

ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସ।ହଙ୍କୁ କଳା ପତାକା ପ୍ରଦର୍ଶନ।

ଭୁବନେଶ୍ୱର:ମେ ଫେୟାର ହୋଟେଲ ଛକ ନିକଟରେ ମଣିପୁର ହିଂସା,ନାରୀ ଦୁଷ୍କର୍ମ ଓ ସାରାଦେଶରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳ। ପରିସ୍ଥିତି ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସ।ହଙ୍କୁ କଳା ପତାକା ପ୍ରଦର୍ଶନ। [...]

ସାମ୍ବାଦିକଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ।

ୟୁଏସ କନସୁଲେଟ ଜେନେରାଲ, ହାଇଦ୍ରାବାଦ ଏବଂ ଭିଉଜ ଦ୍ବାରା ଓଡିଆ ଏବଂ ତେଲଗୁ ଭାଷା ସାମ୍ବାଦିକଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର । ଭୁବନେଶ୍ୱର:ହାଇଦ୍ରାବାଦରେ ଥିବା ୟୁଏସ୍ କନସୁଲେଟ୍ ଜେନେରାଲ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନ “ଭିଉଜ” ସହଭାଗିତାରେ ଶୁକ୍ରବାର ଦିନ ଭୁବନେଶ୍ୱରରେ ଜଳବାୟୁ ପରିବର୍ତ୍ତନ କର୍ମଶାଳା ଆୟୋଜିତ ହୋଇଯାଇଛି। ଅଗଷ୍ଟ 4 ତାରିଖରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ କର୍ମଶାଳାରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଅବସ୍ଥିତ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷିତ କରାଯାଇଛି ।   ଭୁବନେଶ୍ୱର, ବିଶାଖାପାଟନମ୍ ଏବଂ ହାଇଦ୍ରାବାଦରେ ଆୟୋଜିତ ହେଉଥିବା 10 ଟି କର୍ମଶାଳାର କ୍ରମରେ ଏହି କର୍ମଶାଳା ହେଉଛି ପଞ୍ଚମ | କନସୁଲ୍ ଜେନେରାଲ୍ ଜେନିଫର୍ ଲାରସନ ଏକ ବିବୃତ୍ତିରେ କହିଛନ୍ତି ଯେ, ଓଡିଆ ଏବଂ ତେଲୁଗୁ ଭାଷା ସାମ୍ବାଦିକମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରାଯିବା ସହିତ ସେମାନଙ୍କର ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ସାମ୍ବାଦିକତା ଦକ୍ଷତା ତଥା ବିଶ୍ଳେଷଣାତ୍ମକ ଦକ୍ଷତା ବୃଦ୍ଧି କରାଯାଇପାରିବ।ସାମ୍ବାଦିକମାନେ ତଥ୍ୟ ଏବଂ ଆକଳନ ସହିତ ଗଭୀର ବିଶ୍ଳେଷଣ ଏବଂ ଅନୁସନ୍ଧାନକାରୀ କାହାଣୀ ପ୍ରଦାନ କରିପାରିବେ ଯାହା ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଜନସାଧାରଣଙ୍କ ପାଇଁ ସୂଚନା ବ୍ୟବଧାନକୁ ଦୂର କରିଥାଏ ବୋଲି ସେ କହିଛନ୍ତି।   “ଡାଉନ୍ ଟୁ ଆର୍ଥ“ର ପରିଚାଳନା ସମ୍ପାଦକ ରିଚାର୍ଡ ମହାପାତ୍ର, “ଆର୍ଥ ଜର୍ଣ୍ଣାଲିଜମ୍ ନେଟୱାର୍କ“ର ଷ୍ଟେଲା ପାଉଲ୍ ଏହାସହ ବିଭିନ୍ନ ଗଣମାଧ୍ୟମର ସମ୍ପାଦକ ଏବଂ ସାମ୍ବାଦିକମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଏକାଧିକ ଅଧିବେଶନ କର୍ମଶାଳାରେ ଜଳବାୟୁ ପରିବର୍ତ୍ତନ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ,  ତଥ୍ୟ–ଯାଞ୍ଚ ଏବଂ ଦର୍ଶକଙ୍କ ଯୋଗଦାନର ଅନେକ ଦିଗ ଅନ୍ତର୍ଭୁକ୍ତ କରାଯାଇଥିଲା |    ଏହି ସ୍ବତନ୍ତ୍ର କର୍ମଶାଳାକୁ ସଫଳ କରିବା ପାଇଁ ହାଇଦ୍ରାବାଦରେ ଥିବା ‘ୟୁଏସ୍ କନସୁଲେଟ୍ ଜେନେରାଲ୍‘ର ଅନେକ ସହଯୋଗ ମିଳିଥିବାରୁ ଆମେ ଆନନ୍ଦିତ ବୋଲି “ଭିୟୁଜ ଇଣ୍ଡିଆ“ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ୍ ଭୀମା ରାଓ କହିଛନ୍ତି,। ଏହି କର୍ମଶାଳାଗୁଡ଼ିକ ଜଳବାୟୁ ପ୍ରସଙ୍ଗରେ ଖବର ସଂଗ୍ରହ କରିବା ସହ ଏସମ୍ପର୍କରେ ସାମ୍ବାଦିକଙ୍କ ଜଳବାୟୁ ପରିବର୍ତ୍ତନ ବିଷୟରେ ଜ୍ଞାନ ବୃଦ୍ଧି କରିବାକୁ ଗଣମାଧ୍ୟମକୁ ସମ୍ବେଦନଶୀଳ କରିବାରେ ସାହାଯ୍ୟ କରିବ, ଜଳବାୟୁ ସମସ୍ୟା ବିଷୟରେ ଅଧିକ ଜନସଚେତନତା ସୃଷ୍ଟି କରୁଛି।   ଉଦ୍‌ଘାଟନୀ ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀ ସନ୍ଦୀପ ସାହୁ ବିଭିନ୍ନ ଗଣମାଧ୍ୟମର ସମ୍ପାଦକଙ୍କ ସହ ଏକ ପ୍ୟାନେଲ ଆଲୋଚନା କରି ଜଳବାୟୁ ପରିବର୍ତ୍ତନ ଖବରକୁ ଗୁରୁତ୍ବ ଦେବା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଥିଲେ।   ଏହା ପରେ ଶ୍ରୀ ରିଚାର୍ଡ ମହାପାତ୍ରଙ୍କ ଦ୍ୱାରା “ସର୍ବାଧିକ ଆନ୍ତର୍ଜତୀୟ ସ୍ତରୀୟ ଆଞ୍ଚଳିକ ପ୍ରସଂଗ“ ଉପରେ ରିପୋର୍ଟ କରିବା ଉପରେ ଏକ ଅଧିବେଶନ ଏବଂ ଏଡ୍ ଏଟ୍ ଆକ୍ସନ ର ନିର୍ଦ୍ଦେଶକ ଉମି ଡାନିଏଲ୍ ଙ୍କ ଦ୍ୱାରା ‘ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ସ୍ଥାନାନ୍ତରଣ’ ଉପରେ ଏକ ଅଧିବେଶନ କରାଯାଇଥିଲା। [...]

ସୁର ଭାଇଙ୍କ ୮୦ ତମ ଜନ୍ମ ଉତ୍ସବ ପ୍ରସ୍ତୁତି, ରକ୍ତଦାତାଙ୍କୁ କରାଯିବ ସମ୍ବର୍ଦ୍ଧନା

ସୁର ଭାଇଙ୍କ ୮୦ ତମ ଜନ୍ମ ଉତ୍ସବ ପ୍ରସ୍ତୁତି, ରକ୍ତଦାତାଙ୍କୁ କରାଯିବ ସମ୍ବର୍ଦ୍ଧନା ଭୁବନେଶ୍ୱର,୫/୮ : ବରିଷ୍ଠ କଂଗେସ ବିଧାୟକ ଜନମାନସରେ ପ୍ରତିଷ୍ଠିତ, ସମସ୍ତଙ୍କ ପ୍ରୀୟ ସୁର ଭାଇ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଉତ୍ସବ ଆସନ୍ତା ଅଗଷ୍ଟ ୧୦ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ରକ୍ତାଦାନ [...]

ଓଡ଼ିଶା ନିବେଶକଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ  ରାଜ୍ୟ ସରକାର

ଭୁବନେଶ୍ୱର :ଓଡ଼ିଶା ନିବେଶକଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ  ରାଜ୍ୟ ସରକାର ସାହାରା ଗ୍ରୁପ୍‌‌ରେ ରାଜ୍ୟବାସୀଙ୍କ ନିବେଶ ୪,୬୦୦ କୋଟି ସାହାରା ଗ୍ରୁପ୍‌‌ରେ ନିବେଶ କରିଥିବା ରାଜ୍ୟର ସମସ୍ତ ନିବେଶକମାନେ ନିଜର ଟଙ୍କା ଫେରିପାଇବେ। ଏନେଇ କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ଚିଠି ଲେଖି ତଥ୍ୟ ଦାଖଲ କରିଛି ରାଜ୍ୟ ସମବାୟ ବିଭାଗ। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସାହାରା ଗ୍ରୁପ୍‌‌ ସମବାୟ ସମିତି ଅଧୀନରେ [...]

ଯାଦବ ତଥା ଓବିସିମାନଙ୍କ ବିକାଶ ଓ ସାମ୍ବିଧାନିକ ଅଧିକାର ସମ୍ପର୍କିତ କର୍ମଶାଳା

ଯାଦବ ତଥା ଓବିସିମାନଙ୍କ ବିକାଶ ଓ ସାମ୍ବିଧାନିକ ଅଧିକାର ସମ୍ପର୍କିତ କର୍ମଶାଳା ଭୁବନେଶ୍ୱର, ୫.୮ : ନିଖିଳ ଓଡ଼ିଶା ଯାଦବ (ଗୋପାଳ) ତରଫରୁ ସ୍ୱାମୀନାଥନ ହଲ, ଓୟୁଏଟି ଠାରେ ଯାଦବ ତଥା ଓବିସିମାନଙ୍କ ବିକାଶ ଓ ସାମ୍ବିଧାନିକ ଅଧିକାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶ୍ରୀଯୁକ୍ତ ହଂସରାଜ ଗଙ୍ଗାରାମ ଅହୀର, ଅଧ୍ୟକ୍ଷ, ରାଷ୍ଟ୍ରୀୟ ପଛୁଆବର୍ଗ ଆୟୋଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ଅହୀର [...]

ବିଜେଡି ଅପାରଗତା ପାଇଁ ବିଏମସି ରେ ଡେଙ୍ଗୁ :- ଆପ୍

ବିଜେଡି ଅପାରଗତା ପାଇଁ ବିଏମସି ରେ ଡେଙ୍ଗୁ :- ଆପ୍ ପ୍ରତିବର୍ଷ ମେ ଓ ଜୁନ୍ ମାସରୁ ଡେଙ୍ଗୁ ନିୟନ୍ତ୍ରଣର ପ୍ରକ୍ରିୟା ଆରମ୍ଭ ହୁଏ ମାତ୍ର ବିଏମସି ଏସବୁ କିଛି ନକରି ଜନସଚେତନ କରିବା ଆଳରେ ଅର୍ଥ ଲୁଟି ନିରବ ରହିବା ଦୁର୍ଭାଗ୍ୟ ଜନକ ଅଟେ। ସହ ସହ କୋଟି ଟଙ୍କା ଖର୍ଚ୍ଚ ହେଉଚି ଭୁବନେଶ୍ୱର ବିକାଶ ପାଇଁ କିନ୍ତୁ ବିଏମସି ସବୁ ହରିଲୁଟ କରୁଛି। ଏଥିରୁ ପ୍ରମାଣିତ ହେଉଛି [...]

ସ୍ମୃତିରେ ଦୁର୍ଯ୍ୟୋଧନ ଭାଇ।

  ସ୍ମୃତିରେ ଦୁର୍ଯ୍ୟୋଧନ ଭାଇ   ଦେଖୁ ଦେଖୁ ଏଗାର ଦିନ ଏହା ଭିତରେ ବିତିଗଲାଣି I ଆଜି ଏକାଦଶାହ ପାଳନ ଅବସରରେ କେହି ଭାବି ପାରୁନାହାନ୍ତି ଦୁର୍ଯ୍ୟୋଧନଭାଇ ଆମ ଗହଣରେ ନାହାନ୍ତି ବୋଲି I ତାଙ୍କ ଅବର୍ତ୍ତମାନରେ ପରିବାରଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ,ପ୍ରିୟ ପରିଜନ, ଅଞ୍ଚଳବାସୀ ଏବଂ ସର୍ବୋପରି ବନ୍ଧୁମହଲରେ ଶୋକାର୍ତ୍ତ ପରିବେଶ । ଜଣେ ଅଗ୍ରଣୀ ସମାଜସେବୀଙ୍କୁ ଏତେ ଆପଣାର କରିନେଇ ଥିଲା ଯେ [...]