Search for:
  • Home/
  • ମହାନଗର/
  • ଭୁବନେଶ୍ୱରରେ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ ଶୁଭାରମ୍ଭ,

ଭୁବନେଶ୍ୱରରେ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ ଶୁଭାରମ୍ଭ,

Spread the love

Loading

ଭୁବନେଶ୍ୱରରେ ହର୍ ଘର୍ ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ ଶୁଭାରମ୍ଭ,ଭୁବନେଶ୍ୱର ବିଜେପି ଯୁବ ମୋର୍ଚ୍ଚାର ବିଶାଳ ବାଇକ ଶୋଭାଯାତ୍ରା।

ଭୁବନେଶ୍ୱର; ତା ୧୧/୦୮: ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶକୁ ତ୍ରିରଙ୍ଗାରେ ରଙ୍ଗେଇ ଦେବା ପାଇଁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା । ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ଦାୟିତ୍ୱବାନ ନାଗରିକ ଭାବରେ ନିଜ ଘରେ ବା ଅଫିସରେ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାହା ଦ୍ୱାରା ଦେଶର ପ୍ରତିଟି ପରିବାର ଏବଂ ପ୍ରତ୍ୟେକ ନାଗରିକ ସ୍ୱାଧୀନ ବୋଲି ବାର୍ତ୍ତା ପହଞ୍ଚି ପାରିବ । ତେଣୁ ଗତବର୍ଷ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ଚଳିତବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଆଜିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସ୍ୱାଧୀନ ଭାରତର ଗାଥା ଗାଇ ସାରା ଦେଶରେ ହର ଘର ତ୍ରିରଙ୍ଗା

କ୍ୟାମ୍ପେନ ଜାରି ରହିବ । ୭୭ତମ ସ୍ୱାଧୀନତା ଦିବସର ଉତ୍ସବରେ ଦେଶର ଅଧିକରୁ ଅଧିକ ନାଗରିକ ନିଜକୁ ସାମିଲ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ନିଜ ଘର ସହିତ ଅଫିସ୍ ଏବଂ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବେ । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶିଶୁଭବନ ଛକ ରୁ ରାମ ମନ୍ଦିର ପଯ୍ୟନ୍ତ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶିଶୁ ଭବନ ଛକ ରୁ ତ୍ରିରଙ୍ଗା ପତାକା ଧରି ଭାରତ ମାତା କୀ ଜୟ ନାରା ଦେଇ ସହ ସହ ବାଇକ ରେ ଯୁବ ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଶୋଭାଯାତ୍ରା ରେ ଯାଇଥିଲେ। ଆଜିର ଏହି ଶୋଭାଯାତ୍ରା ରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଭୁବନେଶ୍ୱର ଯୁବ ମୋର୍ଚ୍ଚା ସଭାପତି ସ୍ଵଂୟ ସେବକ ରାୟ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମ କବାଟ,ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଚଣ୍ଡି ପ୍ରସାଦ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ଶାଶ୍ଵତ ଯୁବ ନାୟକ,ମୋର୍ଚ୍ଚା ମଣ୍ଡଳ ସଭାପତି ଜ୍ଞାନରଞ୍ଜନ ମହାନ୍ତି,ପ୍ରଭାତ କୁମାର ମଲ୍ଲିକ, ଜଗବନ୍ଧୁ ସ୍ବାଇଁ, ସ୍ବାଗତ ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ସତ୍ୟ ପ୍ରକାଶ ରାଉତ,ସାନ୍ତୁନୁ କୁମାର ଦାସ, ଅନିଲ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required