Search for:
  • Home/
  • ଦେଶ-ବିଦେଶ/
  • ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

Loading

ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ଡିବିଟିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡିବିଟି ମାଧ୍ୟମରେ ବୃତ୍ତିରାଶି ଗ୍ରହଣ କରିଥିବା ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଲେ  
ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣରେ ଡିବିଟି ପ୍ରଚଳନକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ
ଏନ୍ଏପିଏସରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷ ଯୁବକ ଯୁବତୀମାନେ ଲାଭାର୍ଥୀ ହୋଇଥିବା ବେଳେ ଚଳିତବର୍ଷ ଅତିରିକ୍ତ ୧୦ ଲକ୍ଷ  ଯୁବକ ଯୁବତୀଙ୍କୁ ଯୋଡିବାର ଲକ୍ଷ୍ୟ ରଖାଯାଇଛି
ମୋଦି ସରକାର ଆସିବା ପରେ ପାରଦର୍ଶୀ ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦିଆଯାଇଛି
ଯୁବବର୍ଗଙ୍କ ପାଇଁ ଆପ୍ରେଣ୍ଟିସ-ସିପ୍ ପ୍ରଶିକ୍ଷଣ ପ୍ରଦାନ ସହ ଷ୍ଟାଇପେଣ୍ଡ୍ ବିତରଣରେ ପାରଦର୍ଶୀକୁ ସୁନିଶ୍ଚିତ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୧ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍) ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟିର ଶୁଭାରମ୍ଭ କରିଛନ୍ତି । ଏହି ଏନଏପିଏସ ଅଧୀନରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣରେ ଡିବିଟି ପ୍ରଚଳନକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଆସିବା ପରେ ପାରଦର୍ଶୀ ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦିଆଯାଇଛି । ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପରେ ନଗଦ ଅର୍ଥକୁ ଲାଭାର୍ଥୀଙ୍କ ସିଧାସଳଖ ବ୍ୟାଙ୍କ ଖାତାରେ ଦେବା ପାଇଁ ଯୋଜନା ହୋଇଛନ୍ତି । ଏହି ସଂସ୍କାର ଦ୍ୱାରା ମୁଦ୍ରା ଯୋଜନା, ପିଏମ କିଷାନ ସମ୍ମାନ ନିଧି ଭଳି ଅନେକ ଯୋଜନାରେ ଲାଭାର୍ଥୀମାନେ ସିଧାସଳଖ ଟଙ୍କା ପାଇ ବିଶେଷ ଲାଭବାନ ହୋଇଛନ୍ତି । ତେଣୁ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ । ଏହି ଯୋଜନା ଆମର ଯୁବବର୍ଗଙ୍କ ପାଇଁ ଆପ୍ରେଣ୍ଟିସ-ସିପ୍ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଷ୍ଟାଇପେଣ୍ଡ୍ ବିତରଣରେ ସ୍ୱଚ୍ଛତା ବା ପାରଦର୍ଶୀକୁ ସୁନିଶ୍ଚିତ କରିବ ।

ପାଠପଢା ସହ ରୋଜଗାର କରିବା ଦିଗରେ ଏହା ଏକ ପାଇଲଟ ଆରମ୍ଭ । ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷ ଯୁବକ ଯୁବତୀମାନେ ଏହାର ଲାଭାର୍ଥୀ ହୋଇଥିବା ବେଳେ ଚଳିତବର୍ଷ ଅତିରିକ୍ତ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ଏଥିରେ ଯୋଡିବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ଅନେକ ଶିଳ୍ପ ସଂସ୍ଥା ଯୋଡି ହୋଇଥିବା ବେଳେ ସେମାନେ ମଧ୍ୟ ପିଲାମାନଙ୍କ ମନୋବଳ ବଢାଇଛନ୍ତି । ଭାରତ ସରକାରଙ୍କ ଆପ୍ରଣ୍ଟିସସିପ ଆକ୍ଟକୁ ବଦଳାଇବା ଦ୍ୱାରା ଅନେକ କାର୍ଯ୍ୟ ସହଜ ହୋଇଛି । ଏହାବ୍ୟତିତ ବର୍ତ୍ତମାନର ପରିବର୍ତ୍ତିତ ଟେକ୍ନୋଲୋଜି ସମୟରେ ପାଠପଢା ସହ ରୋଜଗାର ତଥା ଡିଗ୍ରୀ- ଦକ୍ଷତା ବୃଦ୍ଧିର ଦୁନିଆ ବଦଳୁଛି । ଆମକୁ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

Leave A Comment

All fields marked with an asterisk (*) are required