Search for:
  • Home/
  • ରାଜ୍ୟ/
  • ଟିସିଏସ୍ ଭୁବନେଶ୍ୱର କ୍ୟାମ୍ପସରେ ରକ୍ତଦାନ ଶିବିର, ଏକ ସଫଳତା |

ଟିସିଏସ୍ ଭୁବନେଶ୍ୱର କ୍ୟାମ୍ପସରେ ରକ୍ତଦାନ ଶିବିର, ଏକ ସଫଳତା |

Spread the love

Loading

ଟିସିଏସ୍ ଭୁବନେଶ୍ୱର କ୍ୟାମ୍ପସରେ ରକ୍ତଦାନ ଶିବିର, ଏକ ସଫଳତା |

ଭୁବନେଶ୍ୱର, ନଭେମ୍ବର 29, 2023 – ଆଜି TCS ଭୁବନେଶ୍ବର, ଜୟ ଓଡ଼ିଶା ଓ କମିଶନରେଟ ପୋଲିସ ର ମିଳିତ ଆନୁକୁଲ୍ୟରେ, TCS ର ବାରବାଟି ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ସଫଳ ରକ୍ତଦାନ ଶିବିର

ସ୍ୱାସ୍ଥ୍ୟ ସେବାରେ ରକ୍ତର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗୁଡ଼ିକର ମହତ୍ତ୍ୱ ଦର୍ଶାଇ କମିଶନରେଟ ପୋଲିସ କଟକ-ଭୁବନେଶ୍ୱର ର କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଶିବିରର ଉଦଘାଟନ କରିଥିଲେ। ଜୟ ଓଡିଶାର ପ୍ରତିଷ୍ଠାତା ରୁଦ୍ର ନାରାୟଣ ସାମନ୍ତରାୟ, TCS ଭୁବନେଶ୍ୱର ସିଏସଆର ହେଡ, ପ୍ରିୟବ୍ରତ ରାୟ, ଏଚଆର ହେଡ, ପ୍ରତାପ ଏକକା ଏବଂ ଆଡମିନ ହେଡ, ରାଜେଶ ନାୟାରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶିବିର ରେ ସମୁଦାୟ 250 ୟୁନିଟ୍ ରକ୍ତ ସଫଳତାର ସହିତ ସଂଗ୍ରହ କରାଯାଇଥିଲା, ଏବଂ TCS ର କର୍ମଚାରୀ ମାନେ ସ୍ଵଇଚ୍ଛାରେ ଶିବିରରେ ପହଂଚି ରକ୍ତଦାନ କରିଥିଲେ ଓ ସମାଜ ପ୍ରତି ତାଙ୍କର ଏହି ଅବଦାନ ନିଶ୍ଚୟ ଅନେକ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ।

ଏହି ଅବସରରେ କମିଶନର୍ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଟିସିଏସ୍, ଜୟ ଓଡିଶା ଏବଂ କମିଶନର୍ ପୋଲିସର ମିଳିତ ଉଦ୍ୟମକୁ ଭୂରି ପ୍ରଶଂସା କରିଥିଲେ। ସୁସ୍ଥତା ବୃଦ୍ଧି ତଥା ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବାରେ ଏହି ପଦକ୍ଷେପ ଗୁଡିକର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଜୟ ଓଡିଶା ର ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ ସମସ୍ତ ଦାତାଙ୍କୁ କୃତଜ୍ଞତା ଜଣାଇବା ସହ ସମାଜକୁ ସକରାତ୍ମକ ଭାବରେ ପ୍ରଭାବିତ କରୁଥିବା ପଦକ୍ଷେପକୁ ସୁଗମ କରିବା ପାଇଁ ଫାଉଣ୍ଡେସନର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।

Leave A Comment

All fields marked with an asterisk (*) are required