Search for:
  • Home/
  • ରାଜ୍ୟ/
  • ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ

Spread the love

Loading

ନୂଆ -ଓ” କାର୍ଯ୍ୟକ୍ରମ…

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ

ଭୁବନେଶ୍ୱର, ୨୯.୧୧.୨୦୨୩- ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ଵାରା ନିଆଯାଇଥିବା “ନୂଆ -ଓ” କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଆଜି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି I

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତଥା ରାଜ୍ୟସରକାରଙ୍କ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ସ୍ୱରୂପ ମହାବିଦ୍ୟାଳୟ ପକ୍ଷରୁ ଚଳିତ ନଭେମ୍ବର ୧୫ ରୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଛି I
ଏହି କ୍ରମରେ ଆଜି ମହାବିଦ୍ୟାଳୟ ପରିସରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି I ଆରମ୍ଭ ହୋଇଥିବା ଇନଡୋର ପର୍ଯ୍ୟାୟରେ କ୍ୟାରମ, ବ୍ୟାଡ଼ମିଣ୍ଟନ, ଲୁଡୁ ଆଦି ଖେଳ ରହିଥିବା ବେଳେ ଆଉଟଡୋରରେ କବାଡି, ଖୋ ଖୋ ଅନୁଷ୍ଠିତ ହେବ I ହକି ଖେଳକୁ ଅଧିକ ଗୁରୁତ୍ୱ ଦେବା ସହ ଆଗକୁ କିପରି ଭାବେ ଏହି ଖେଳ ପ୍ରତି ଯୁବପିଢ଼ି ଆକର୍ଷିତ ହେବେ ସେଥିନେଇ ମହାବିଦ୍ୟାଳୟ ପକ୍ଷରୁ ପଦକ୍ଷପ ନିଆଯିବ I

Leave A Comment

All fields marked with an asterisk (*) are required