Search for:
  • Home/
  • ରାଜ୍ୟ/
  • ବିଧାୟକ ଡ. ସୂର୍ଯ୍ୟନାରାୟଣ ପାତ୍ର ଆଉ ନାହାନ୍ତି ।

ବିଧାୟକ ଡ. ସୂର୍ଯ୍ୟନାରାୟଣ ପାତ୍ର ଆଉ ନାହାନ୍ତି ।

Spread the love

Loading

ଭୁବନେଶ୍ବର : ଓଡ଼ିଶା ରାଜନୀତିର ଅନ୍ୟତମ ଜଣାଶୁଣା, ଟାଣୁଆ ତଥା ଅଣକଂଗ୍ରେସ ରାଜନୀତିର ଜଣେ ଆଗଧାଡ଼ିର ନେତା ତଥା ୭ ଥରର ବିଧାୟକ ଡ. ସୂର୍ଯ୍ୟନାରାୟଣ ପାତ୍ର ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶନିବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ରାଜଶ୍ରୀ ପାତ୍ର, ଦୁଇ ପୁଅ ଓ ଝିଅ ଉପସ୍ଥିତ ଥିଲେ । ସ୍ୱର୍ଗତଃ ପାତ୍ର ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ । ତେବେ ଶନିବାର ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଥିଲା । ତାଙ୍କୁ ସଙ୍ଗେସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ସେ ଆଜି ସନ୍ଧ୍ୟା ୭ଟା ୩୧ ମିନିଟ ସମୟରେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଗତି ପାଇଁ ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛୁ।

ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ଶୋକ

ସୂର୍ଯ୍ୟ ନାରାୟଣ ପାତ୍ର ଥିଲେ,ଆମ ପରିବାରର ପରମ ମିତ୍ର। ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି,ବାଚସ୍ପତି ପଦର ଦାୟିତ୍ୱ ସମ୍ପାଦନ କରି ବିଧାନସଭାର ଗରିମା ବୃଦ୍ଧି କରିଛନ୍ତି। ଅମର ଆତ୍ମାର ସଦଗତି କାମନା କରୁଛି। ଭଗବାନ ତାଙ୍କର ପରିବାରବର୍ଗଙ୍କୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଶୋାକ

ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କର ବିୟୋଗ ବିଜୁ ଜନତା ଦଳ ତଥା ଗଞ୍ଜାମ ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି । ଓଡିଶା, ବିଶେଷ ଭାବେ ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ତାଙ୍କର ଅବଦାନ ସ୍ମରଣୀୟ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି।

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଶୋକ

ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ରାଜନୀତିକୁ ନେଇ ଅଙ୍ଗିକାରବଦ୍ଧତା ଏବଂ ବିଭିନ୍ନ ବିଭାଗରେ ତାଙ୍କର କାର୍ଯ୍ୟ ଦକ୍ଷତା ସର୍ବଦା ଚିର ସ୍ମରଣୀୟ ହୋଇ ରହିବ । ସେ ଜଣେ ଦକ୍ଷ ତଥା ସାଙ୍ଗଠନିକ ଦକ୍ଷତା ସମ୍ପର୍ଣ୍ଣ ରାଜନେତା । ୨୦୧୯ ରେ ସେ ବିଧାନସଭାର ବାଚସ୍ପତି ପଦ ସମ୍ଭାଳିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ଜଣେ ବରିଷ୍ଠ ତଥା ବିଚକ୍ଷଣ ରାଜନେତାଙ୍କୁ ହରାଇଛି । ରାଜ୍ୟ ରାଜନୀତି ପାଇଁ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ଶୋକସନ୍ତପ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ।

ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ଶୋକ

ଓଡ଼ିଶା ବିଧାନସଭା ର ପୂର୍ବତନ ବାଚସ୍ପତି ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ଜନନେତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସଦସ୍ୟ ଥିବା ତଥା ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳ ରେ ସଦସ୍ୟ ଥିବା ତଥା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଆଉ ଇହଧାମରେ ନାହାନ୍ତି ଶୁଣି ମୁଁ ଦୁଃଖିତ । ଜନତା ଦଳ ଗଠନ ହେବା ପରେ ଆମେ ମାନେ ଯେଉଁ କେତେଜଣ ଅଗ୍ରଣୀ ଭୂମିକା ନେଇଥିଲୁ ସ୍ବର୍ଗତ ପାତ୍ର ସେଥିରେ ସହଯୋଗୀ ଥିଲେ ଓ ବିଜୁ ଜନତା ଦଳ ଗଠନ ର ପ୍ରତିଷ୍ଠିତ ସଦସ୍ୟ ଥିଲେ । ମୁଁ ତାଙ୍କୁ ବଡ଼ ଭାଇ ଭଳି ସମ୍ମାନ କରେ ସେ ବି ମୋତେ ଆଦର କରନ୍ତି । ଦିଗ ପହଣ୍ଡି ଓ ମହନାର ତଥା ଗଞ୍ଜାମ ଜିଲ୍ଲାର ଅଗ୍ରଗତି ପାଇଁ ତାଙ୍କର ଅବଦାନ ପ୍ରଶଂସନୀ॥ ତାଙ୍କର ବିୟୋଗ ରେ ମୋର ଗଭୀର ଶୋକ ଓ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭଗବାନ ଏହି ଦାରୁଣ ଦୁଃଖ ସହିବାରେ ସାମର୍ଥ ଦିଅନ୍ତୁ ଏତିକି ପ୍ରାର୍ଥନା ।

Leave A Comment

All fields marked with an asterisk (*) are required