Search for:

ଆଉ ୫ ବର୍ଷ ମାଗଣା ଚାଉଳ।

Spread the love

Loading

ଆଉ ୫ ବର୍ଷ ମାଗଣା ଚାଉଳ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅବଧି ବଢ଼ିଲା

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଏଥିରେ ଲୋକଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ଏହାକୁ ମଞ୍ଜୁର କରିଛି । ଏହି ଯୋଜନାରେ ୮୧ କୋଟି ହିତାଧିକାରୀ ଉପକୃତ ହେବେ । ୨୦୨୮ ଡିସେମ୍ବର ଯାଏଁ ସେମାନେ ମାଗଣା ଚାଉଳ ପାଇବେ ।
ହିତାାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏବଂ ଧାର୍ଯ୍ୟ ଜନସଂଖ୍ୟା ପାଇଁ ଖାଦ୍ୟଶସ୍ୟର ଉପଲବ୍ଧତା, ସୁଲଭତା ଓ ଯୋଗାଣ ଦୃଷ୍ଟିରୁ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ତଥା ରାଜ୍ୟରେ ସମାନତା ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave A Comment

All fields marked with an asterisk (*) are required