Search for:
  • Home/
  • ରାଜ୍ୟ/
  • ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ଟିମରେ ସାମିଲ ହେଲେ ଆଉ ୫ ସଦସ୍ୟ

ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ଟିମରେ ସାମିଲ ହେଲେ ଆଉ ୫ ସଦସ୍ୟ

Spread the love

Loading

ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ଟିମରେ ସାମିଲ ହେଲେ ଆଉ ୫ ସଦସ୍ୟ

ଭୁୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା ଟିମରେ ଆଜି ଆଉ ୫ ଜଣ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ସାଧାରଣ ସମ୍ପାଦକ ଓ ୪ ଜଣ ସମ୍ପାଦକ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଆରତ ରଞ୍ଜନ ବିଶ୍ୱାଳ ଦଳର ନୂଆ ସାଧାରଣ ସମ୍ପାଦକ ହୋଇଛନ୍ତି । ସେହିଭଳି ଚିରଞ୍ଜୟ ସାହୁ, ବିଜୟ କୁମାର ବେହେରା, ସୋମିତ ମିତ୍ର ଏବଂ ଜନସନ ମହାପାତ୍ର ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ଏ ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି।

Leave A Comment

All fields marked with an asterisk (*) are required