Search for:
  • Home/
  • ରାଜ୍ୟ/
  • ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ ଓ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ପୁନର୍ବିକାଶ ପ୍ରଗତିର ସମୀକ୍ଷା

ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ ଓ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ପୁନର୍ବିକାଶ ପ୍ରଗତିର ସମୀକ୍ଷା

Spread the love

Loading

ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ ଓ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ପୁନର୍ବିକାଶ ପ୍ରଗତିର ସମୀକ୍ଷା |

ଭୁବନେଶ୍ୱର:ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ମହେଶ କୁମାର ବେହେରା ଆଜି କଟକ ଓ ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ନୀରିକ୍ଷଣ କରି ରେଳ ଷ୍ଟେସନରେ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି |

ନୀରିକ୍ଷଣ ସମୟରେ ମହାପ୍ରବନ୍ଧକ ରେଳ ଅଧିକାରୀମାନଙ୍କୁ ନିରାପଦ ତଥା ସୁଗମ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ଆବଶ୍ୟକ ସତର୍କତା ଅବଲମ୍ବନ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି | ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଯାତ୍ରୀଙ୍କ ସୁବିଧା ଠିକ୍ ସମୟରେ ସମାପ୍ତ କରିବା ପାଇଁ ଗୁରୁତ୍ୱ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣର ପ୍ରତିବଦ୍ଧତାକୁ ସାକାର କରିବାକୁ ଶ୍ରୀ ବେହେରା କହିଛନ୍ତି |

ଭୁବନେଶ୍ୱର ଓ କଟକ ଷ୍ଟେସନଗୁଡ଼ିକୁ ବିଶ୍ୱ ସ୍ତରୀୟ ଯାତ୍ରୀ ସୁବିଧା ସହିତ ସହରର ଆକର୍ଷଣର କେନ୍ଦ୍ରରେ ପରିଣତ କରିବାର ଦୃଷ୍ଟିକୋଣକୁ ସାକାର କରାଇବାପାଇଁ ଏବଂ ଯାତ୍ରୀମାନଙ୍କ ପାଇଁ ଯାତ୍ରା ଅଭିଜ୍ଞତା ବୃଦ୍ଧି କରାଇବା ପାଇଁ ଏହି ପୁନର୍ବିକାଶ କାର୍ଯ୍ୟ ଅଭିଳାଷା ରଖିଛି | କଟକ ଏବଂ ଭୁବନେଶ୍ୱର ରେଳ ଷ୍ଟେସନର ଉଭୟ ପାର୍ଶ୍ୱ ପ୍ରବେଶ ପଥ ଏବଂ ଚଳପ୍ରଚଳ ଅଞ୍ଚଳ ସହିତ ପୁନର୍ବିକାଶ କାର୍ଯ୍ୟ ଅଗ୍ରଗତିର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପ୍ରଦର୍ଶନ ସମ୍ବନ୍ଧରେ ଶ୍ରୀ ବେହେରାଙ୍କ ଦ୍ୱାରା ନିରୀକ୍ଷଣ କରାଯାଇଅଛି |

ପୁନର୍ବିକାଶ କାର୍ଯ୍ୟରେ ପ୍ରବେଶ ପଥ ଗୁଡିକ ସହିତ ଦୁଇ / ତିନ / ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ପାଇବା ସହିତ ପ୍ରଶସ୍ତ ଆପ୍ରୋଚ୍ ରୋଡ୍ ରହିବ | ଏହା ସହିତ ଯାତ୍ରୀମାନଙ୍କ ପାଇଁ ଏୟାର କନକୋର୍ସ, ଫୁଟ ଓଭର ବ୍ରିଜ, ଯାତ୍ରୀ ଘୋଷଣା ପ୍ରଣାଳୀ, ଫୁଡ ସ୍ଟଲ, ଦିବ୍ୟାଙ୍ଗଜନ ସୁବିଧା, ବ୍ୟାଗେଜ ସ୍କlନର, ରିତା୍ୟାରିଙ୍ଗ ରୁମ, ସିସିଟିଭି ଇତ୍ୟାଦି ସୁବିଧା ଉପଲବ୍ଧ l ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଶ୍ରୀ ଏ ଜି ଶ୍ରୀନିବାସଙ୍କ ନେତୃତ୍ୱରେ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଏହି ନିରୀକ୍ଷଣ ସମୟରେ ଉପସ୍ଥିତ ଥିଲେ |

Leave A Comment

All fields marked with an asterisk (*) are required