Search for:
  • Home/
  • ରାଜ୍ୟ/
  • ବିଶାଳ ଜନସମ୍ପର୍କ ପଦଯାତ୍ରା ସହ ସମାବେଶ ଅନୁଷ୍ଠିତ ହୋଇ ଯାଇଛି l ଶୋଭାଯାତ୍ରା

ବିଶାଳ ଜନସମ୍ପର୍କ ପଦଯାତ୍ରା ସହ ସମାବେଶ ଅନୁଷ୍ଠିତ ହୋଇ ଯାଇଛି l ଶୋଭାଯାତ୍ରା

Spread the love

Loading

ଭୁବନେଶ୍ୱର ତା.30/04/2024 ରିଖ ମଙ୍ଗଳବାର ଅପରାହ୍ନ 5:00ମିନିଟ ସମୟରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ5 ରେ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ସହ ସମାବେଶ ଅନୁଷ୍ଠିତ ହୋଇ ଯାଇଛି l ଶୋଭାଯାତ୍ରା ଚକେଇସିହାଣୀ ଦୁର୍ଗାପୂଜା ପଡ଼ିଆ ଠାରୁ ଆରମ୍ଭ ହୋଇ ଶ୍ରୀରାମ ନଗର କେଶବ ବାବା ମନ୍ଦିର ପର୍ଯ୍ୟନ୍ତ ଯାଇ ସଭା ମଣ୍ଡପ ନିକଟରେ ପହଂଚି ଥିଲା l ଶୋଭାଯାତ୍ରା ବାଟରେ ଚକେଇସିହାଣୀ ଗ୍ରାମ୍ୟ କମିଟି, ଡ଼ି. ଏନ. ୟୁଥ କ୍ଲବ, ଶ୍ରୀରାମ ନଗର ଗ୍ରାମ୍ୟ କମିଟି ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ l ହଜାର ହଜାର ଉପସ୍ଥିତ ସମବେତ ଜନତାଙ୍କୁ ବିଧାୟକ ପ୍ରାର୍ଥୀ ଶ୍ରୀ ମିଶ୍ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିକଶିତ ଭାରତ ଗଠନ ଦିଗରେ ଆମର ସହ ଭାଗିତାର କର୍ତ୍ତବ୍ୟ ହେତୁ ବିଜେପି କୁ ପଦ୍ମଫୁଲ ଚିହ୍ନ ରେ ମୋହର ଦେଇ ଏକ ସଶକ୍ତ ଓ ଦୁର୍ନୀତିମୁକ୍ତ ସରକାର ଗଠନ ଦିଗରେ ସହଯୋଗ କାମନା କରିଥିଲେ l ଉପସ୍ଥିତ ସମାବେଶ ରେ ବିଜେପି ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ଜିଲ୍ଲା ମହିଳା ସମ୍ପାଦିକା ଲିପା ଦାସ,ମହିଳା ମୋର୍ଚ୍ଚା ଉପସଭାପତି ପ୍ରତୀକ୍ଷା ମହାପାତ୍ର, ବାଣୀବିହାର ମଣ୍ଡଳ ମହିଳା ସଭାପତି ଜ୍ୟୋସ୍ନାରାଣୀ ନାୟକ, ଯୁବ ମୋର୍ଚ୍ଚା ସଭାପତି ଶ୍ରୀଧର ସାହୁ ଓ ଅନ୍ୟାନ୍ୟ ନେତୃ ମଣ୍ଡଳ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ ବାଣୀବିହାର ମଣ୍ଡଳ ସଭାପତି ବିଜୟ ରାଉତ ଓ ମଣ୍ଡଳ କର୍ମକର୍ତ୍ତାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା l

Leave A Comment

All fields marked with an asterisk (*) are required