Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ 14, ନୀଳାଦ୍ରି ବିହାର ଠାରେ.ହଜାର ହଜାର କର୍ମୀଙ୍କ ବିଶାଳ ଶୋଭାଯାତ୍ରା

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ 14, ନୀଳାଦ୍ରି ବିହାର ଠାରେ.ହଜାର ହଜାର କର୍ମୀଙ୍କ ବିଶାଳ ଶୋଭାଯାତ୍ରା

Spread the love

Loading

ଭୁବନେଶ୍ୱର ତା.28/୦୪/୨୦୨୪ ତାରିଖ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ 14, ନୀଳାଦ୍ରି ବିହାର ଠାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି l ହଜାର ହଜାର କର୍ମୀଙ୍କ ବିଶାଳ ଶୋଭାଯାତ୍ରା ରେ ଖୋଲା ଜିପରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଙ୍କୁ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଠାରୁ ନେଇ ପଣ୍ଡା ପାର୍କ ଠାରେ ପହଞ୍ଚାଇ ଥିଲେ ପ୍ରାର୍ଥୀ ଙ୍କ ସହ ଚନ୍ଦ୍ରଶେଖରପୁର ମଣ୍ଡଳ ନୂତନ ସଭାପତି ନଗେନ କୁମାର ବିଷୋୟୀ, ୱାର୍ଡ ନଂ.7ର କର୍ପୋରେଟର ଯଶୋଧାରା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ l ସେଠାରେ ପ୍ରାର୍ଥୀ ଶ୍ରୀ ମିଶ୍ର ଉପସ୍ଥିତ ବସ୍ତିବାସିନ୍ଦା ର କର୍ମକର୍ତ୍ତା, ସାଧାରଣ ଜନତା, ମହିଳା, ଯୁବବର୍ଗ, ବୁଦ୍ଧିଜୀବୀ ମାନଙ୍କୁ ବିକଶିତ ଭାରତ ଗଠନ ଦିଗରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଂଚାଇବା ସହ ପଦ୍ମଫୁଲ ଚିହ୍ନରେ ମୋହର ଦେଇ ଡବଲ ଇଂଜିନ ସରକାର ଗଠନ ଦିଗରେ ସହାୟକ ହେବା ପାଇଁ ନିବେଦନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ବିଶିଷ୍ଠ ସମାଜସେବୀ ତଥା ଜଣାଶୁଣା ନାରୀନେତ୍ରୀ ରଶ୍ମିରେଖା ଜେନା (ରୋଜି )ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇ ଯାଇଛି l

Leave A Comment

All fields marked with an asterisk (*) are required