Search for:
  • Home/
  • ଅପରାଧ/
  • ପୁଲିସ କର୍ମଚାରୀଙ୍କ ଅବସର ଗ୍ରହଣ।

ପୁଲିସ କର୍ମଚାରୀଙ୍କ ଅବସର ଗ୍ରହଣ।

Spread the love

Loading

ପୁଲିସ କର୍ମଚାରୀଙ୍କ ଅବସର ଗ୍ରହଣ

ଭୁବନେଶ୍ୱର:ଆଜି ତା.୩୧.୦୭.୨୦୨୩ ରିଖରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାରେ ନିୟୋଜିତ ମୋଟ ୪ଜଣ ପୁଲିସ୍ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ପୁଲିସ୍ ଚାକିରିରୁ ଅବସର ଗ୍ରହଣ କରିଥିବା ୩ଜଣ କନଷ୍ଟେବଲ୍, ଏବଂ ଜଣେ ଡ୍ରାଇଭର ନିଜ ଚାକିରିକାଳ ମଧ୍ୟରେ ସର୍ବଦା କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ବିଭାଗ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛି ।
ଭୁବନେଶ୍ବର ରିଜର୍ଭ ଅଫିସରେ କାର୍ଯ୍ୟରତ ଥିବା କନଷ୍ଟେବଲ୍ ଶ୍ରୀ ସୁରେଶ କୁମାର କରଣ ୧୯୬୩ ମସିହାରେ ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୮୫ ମସିହାରେ ପୁଲିସ୍ ବିଭାଗରେ ଯୋଗଦାନ କରିବା ସହିତ ଏହି ବିଭାଗକୁ ଦୀର୍ଘ ୩୭ ବର୍ଷରୁ ଉର୍ଦ୍ଧ୍ଵ କାଳ ପର୍ଯ୍ୟନ୍ତ ସୂଚାରୁ ରୂପେ ସେବା ପ୍ରଦାନ କରିଆସିଛନ୍ତି । ସେହିଭଳି ୧୯୬୩ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମଲାଭ କରିଥିବା ଶ୍ରୀ ସତ୍ୟବ୍ରତ ବଳିଆରସିଂହ, ୧୯୮୩ ମସିହାରେ ପୁଲିସ ବିଭାଗରେ ଯୋଗଦାନ କରି ଦୀର୍ଘ ୩୯ ବର୍ଷରୁ ଅଧିକ କାଳ ପର୍ଯ୍ୟନ୍ତ ପୁଲିସ ବିଭାଗ ଲାଗି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସିଛନ୍ତି । ଅବସର ନେବା ସମୟରେ ସେ ତମାଣ୍ଡୋ ଥାନାରେ କାର୍ଯ୍ୟରତ ଥିଲେ । କନଷ୍ଟେବଲ୍ ଶ୍ରୀ ରବୀନ୍ଦ୍ର କୁମାର ପାଟସାଣୀ ୧୯୬୩ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୮୬ ମସିହାରେ ପୁଲିସ୍ ବିଭାଗରେ ଚାକିରୀ କରିବାର ସୁଯୋଗ ପାଇ ପ୍ରାୟ ୩୬ ବର୍ଷରୁ ଉର୍ଦ୍ଧ୍ଵ ସମୟ ଅବଧି ପର୍ଯ୍ୟନ୍ତ ନିଜର ସେବା ସୂଚାରୁ ରୂପେ ସମ୍ପାଦନ କରିଆସିଛନ୍ତି । ଚାକିରି ଜୀବନର ଶେଷ ସମୟରେ ସେ ଭରତପୁର ଥାନାରେ କାର୍ଯ୍ୟରତ ଥିଲେ । ସେହିପରି ଶ୍ରୀ ଲିଙ୍ଗରାଜ ସେଠୀ, ଗଞ୍ଜାମ ଜିଲ୍ଲାରେ ୧୯୬୫ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୯୦ ମସିହାରେ ଜଣେ ଡ୍ରାଇଭର ଭାବେ ପୁଲିସ ବିଭାଗରେ ଚାକିରୀ ଜୀବନ ଆରମ୍ଭ କରିବା ସହିତ ଦୀର୍ଘ ୩୨ ବର୍ଷରୁ ଅଧିକ କାଳ ପର୍ଯ୍ୟନ୍ତ ପୁଲିସ ବିଭାଗ ଲାଗି ନିରନ୍ତର ସେବା ଯୋଗାଇ ଆସିଛନ୍ତି । ଚାକିରି ଜୀବନରୁ ଅବସର ନେବା ସମୟରେ ସେ ରିଜର୍ଭ ଅଫିସରେ ନିଯକ୍ତ ଥିଲେ ।

Leave A Comment

All fields marked with an asterisk (*) are required