Search for:
  • Home/
  • ରାଜ୍ୟ/
  • ଗ୍ୟାଙ୍ଗ ବାସ୍ତବରେ ୨୧ ମାମଲାରେ ସଂପୃକ୍ତ ଅଛନ୍ତି କି ନାହିଁ, ତାହା କେବଳ ପୋଲିସକୁ ହିଁ ଜଣା ।

ଗ୍ୟାଙ୍ଗ ବାସ୍ତବରେ ୨୧ ମାମଲାରେ ସଂପୃକ୍ତ ଅଛନ୍ତି କି ନାହିଁ, ତାହା କେବଳ ପୋଲିସକୁ ହିଁ ଜଣା ।

Spread the love

Loading

ଭୁବନେଶ୍ୱର:ରାଜଧାନୀ ଓ ଉପକଣ୍ଠରୁ ଘନଘନ ଲୁଟ୍‌ପାଟ କରି ଲୁଟେରା ଗ୍ୟାଙ୍ଗ ପୋଲିସର ନିଦ ହଜାଇ ଦେଇଥିଲା । ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପାଇବା ପରେ ପୋଲିସ ହରଡଘଣାରେ ପଡିଯାଇଥିଲା । ପରେ ସ୍ପେଶାଲ ସ୍କ୍ୱାର୍ଡ ଘଟଣାର ତଦନ୍ତ କରି ଗୋଟିଏ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ତେବେ ଏହି ଗୋଟିଏ ଗ୍ୟାଙ୍ଗକୁ ଧରି ପୋଲିସ ବିଭିନ୍ନ ଥାନାରେ ଥିବା ପ୍ରାୟ ୪୦ରୁ ଉଦ୍ଦ୍ୱର୍ ମାମଲାରୁ ୨୧ଟି ଫାଇଲ ବନ୍ଦ କରିଦେଇଛି । ଅର୍ଥାତ ଏହି ଗ୍ୟାଙ୍ଗ ୨୧ଟି ଲୁଟ ମାମଲାରେ ସଂପୃକ୍ତ ଥିବା ଦର୍ଶାଇ କିଛିଦିନ ପାଇଁ ପୋଲିସ ନିଜ ମୁଣ୍ଡକୁ ହାଲକା କରିଦେଇଛି । ତେବେ ଏହି ଗ୍ୟାଙ୍ଗ ବାସ୍ତବରେ ୨୧ ମାମଲାରେ ସଂପୃକ୍ତ ଅଛନ୍ତି କି ନାହିଁ, ତାହା କେବଳ ପୋଲିସକୁ ହିଁ ଜଣା ।

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରରୁ ଘନଘନ ଚୋରି ଓ ଲୁଟ୍ ପରେ ଏହି ଗ୍ୟାଙ୍ଗକୁ ଧରିବା ଲାଗି ସ୍ପେଶାଲ ସ୍କ୍ୱାର୍ଡକୁ ଦାୟିତ୍ୱ ଦିଆଯାଇଥିଲା । ସ୍ପେଶାଲ ସ୍କ୍ୱାଡ ଘଟଣାର ଦଦନ୍ତ କରୁଥିବା ବେଳେ ଗୋଟିଏ ବଡ ଗ୍ୟାଙ୍ଗ ସମ୍ପର୍କରେ ସୂଚନା ପାଇଥିଲା । ପରେ ଏହି ଗ୍ୟାଙ୍ଗକୁ ଧରିବା ଲାଗି ଉଦ୍ୟମ ଜାରି ରହିଥିଲା । ଦୁଇଦିନ ତଳେ ପୋଲିସ ଗ୍ୟାଙ୍ଗର ଦୁଇଜଣକୁ ଠାବ କରିବାରେ ସକ୍ଷମ ହୋଇଥିଲା । ପରେ ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ମଙ୍ଗଳପୁରର ବିଶ୍ୱଜିତ ଦାସ ଓରଫ ବିଟୁ, ପାରାଦୀପ ଅଞ୍ଚଳର ଶୁଭକାନ୍ତା ବେହେରା ଓରଫ କାଜଲ, ଶହୀଦନଗର କଲରାପୁଟ ବସ୍ତିର ଦୀପଙ୍କର କୁଲୁ, ଲକ୍ଷ୍ମୀସାଗର କଦଳୀଗୋଦାମ ବସ୍ତିର ଗଣେଷ ସହୁ ଓ ନୟାଗଡର ବିପିନ ପୃଷ୍ଟି । ଏମାନଙ୍କ ଠାରୁ ପୋଲିସ ୪୫ ଗ୍ରାମର ସୁନା, ୧୦ଟି ଚେନ୍‌, ୮ଟି ମୋବାଇଲ, ୪୦ ହଜାର ଟଙ୍କା, ବାଇକ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି ।ଏମାନେ ଗତ ୬ମାସ ହେଲା କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଓ ଭୁବନେଶ୍ୱରରେ ଲୁଟପାଟ୍ ଚଳାଇଥିଲେ । ବିଶେଷ କରି ସିଦ୍ଧିଚୋରି, ଡକାୟତି, ଲୁଟ ଓ ଛିନତାଇ ଭଳି ଅପରାଧ ଘଟଣା ଉପକୂଳ ଓଡ଼ିଶା ପୋଲିସର ନିଦ ହଜାଇ ଦେଇଥିଲେ । ବିଟୁ, କାଜଲ, ଗଣେଶ ଓ ବିପିନ ଲୁଟପାଟ କରୁଥିବା ବେଳେ କୁଲୁ ରିସିଭର ଭାବେ କାମ କରୁଥିଲା । ସମସ୍ତ ଲୁଟ ଓ ଚୋରି ଜିନିଷକୁ ନେଇ ସେ ଅତି ସହଜରେ ବିକ୍ରି କରିଦେଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ଏହି ଗ୍ୟାଙ୍ଗ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୬ଟି ମାମଲା ଥିବା ବେଳେ କେନ୍ଦ୍ରାପଡା ଓ ଯାଜପୁରରେ ୫ଟି ମାମଲା ରହିଥିବା ପୋଲିସ କହିଛି । ଅର୍ଥାତ ଜୁନ ୧୭ ତାରିଖରେ ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀବିହାର ଡି/୩୨ରୁ ଏକ ବଡଧରଣର ଚୋରି ହୋଇଥିଲା । ସେଠାରେ ରହୁଥିବା ବମିଖାଲ ଅଞ୍ଚଳର ରୋହିଦ ସିଂଦେଓ ଭଉଣୀଙ୍କ ଘରୁ ଏକ ଲକ୍ଷ ଟଙ୍କା ଓ ସୁନ ଗହଣା ଲୁଟ୍ ହୋଇଥିଲା । ସେହିପରି ଜୁଲାଇ ୧ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଏସପି ସାଗରିକା ନାଥଙ୍କ ବାପା ପ୍ରଦୀପ ନାଥ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଲୁଟ କରିଥିଲେ । ସେମାନେ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନ୍‌କେଲଭସ୍ଥିତ ନିଜ ଘରକୁ ଫେରୁଥିବା ବେଳେ କୋଳଥିଆସ୍ଥିତ ଏକ ନିର୍ଜନ ଅଞ୍ଚଳରେ ଅଟକାଇ ଆକ୍ରମଣ କରି ବାଇକ୍ ଛାଡି ଚମ୍ପଟ ମାରିଥିଲେ । ସେହିପରି ଗତ ୩ ତାରିଖ ଦିନ ଡାକ୍ତର ଶରତ କୁମାର ପାଇକରାୟଙ୍କ ଘୁ ଦିନ ଦ୍ୱିପ୍ରହରରେ ତାଲା ଭାଙ୍ଗି ସର୍ବସ୍ୱ ଲୁଟି ନେଇଥିଲେ । ଲୁଟେରାମାନେ ତାଙ୍କ ଘରୁ ୫ଟି ଆଲମାରୀରୁ ନଗଦ ଟଙ୍କା ସହ ୩ ଟି ହାର, ୪ଟି ମୁଦି, ୬ଟି କାନ ଫୁଲ, ସୁନା ଚୁଡି ଓ ମୋତି ଆଦି ଲୁଟି ନେଇଥିଲେ ।

Leave A Comment

All fields marked with an asterisk (*) are required