Search for:

ସୁନ୍ଦରୀ ଓ କଳା ପ୍ରତିଯୋଗିତା ।

Spread the love

Loading

ଜାଗୃତି ଏକାଡେମୀ ପକ୍ଷରୁ ଆୟୋଜିତ ହେବ ରାଜ୍ୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା

୧୫ରେ ଗ୍ରାଣ୍ଡ ଅଡିସନ୍,୧୬ ରେ ଗ୍ରାଣ୍ଡ ଫାଇନାଲ୍

ଭୁବନେଶ୍ୱର:୧୧.୦୭  ଭୁବନେଶ୍ୱରରେ ଆୟୋଜିତ ହେବ ରାଜ୍ୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା। ଆସନ୍ତା ୧୬-୦୭-୨୦୨୩ ଅର୍ଥାତ ରବିବାର ଭୁବନେଶ୍ୱର ର ସତ୍ୟ ନଗର ଦୁର୍ଗାପୂଜା ମଣ୍ଡପ ନିକଟ ଦି ପାର୍କ ପ୍ରିମୀୟମ ଠାରେ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିବାକୁ ଯାଉଛି ଜାଗୃତି ଏକାଡେମୀ। ପ୍ରଥମ ଥର ପାଇଁ ଜାଗୃତି ଏକାଡେମୀ ତରଫରୁ ରାଜଧାନୀ ଠାରେ ଫେସନ୍ ସୋ (ଓଡିଶା ଦି ଏଲିଜେଣ୍ଟ ସିଜନ-୧(୨୦୨୩) ଆୟୋଜିତ ହେବାକୁ ଯାଉଛି। ତେବେ ଏହି କାର୍ଯ୍ୟକ୍ରମରେ ଫେସନ୍ ଶୋ ପ୍ରତି ରୁଚି ରଖୁଥିବା ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିବେ। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜାଗୃତି ଏକାଡେମୀ ର ପ୍ରତିଷ୍ଠାତା ତଥା କାର୍ଯ୍ୟକ୍ରମର ଅୟୋଜକ ରଶ୍ମିତା ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ଆସନ୍ତା ୧୫ ତାରିଖରେ ଗ୍ରାଣ୍ଡ ଅଡିସନ ହେବାକୁ ଥିବା ବେଳେ ୧୬ ରେ ଫେସନ୍ ଶୋ ର ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହେବ। ସେହିପରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ , ଓ କେ ଭି ଇଣ୍ଡଷ୍ଟ୍ରି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ, ବିଏନଟିୱାଇୱାଇ (ଓଡିଶା ସରକାର) ପରାମର୍ଶଦାତା ଦୁର୍ଗା ପ୍ରସାଦ ସାମନ୍ତରାୟ, ରାଜ୍ୟ ସରକାରଙ୍କ ଓବିସି ବ୍ୟାପାର ପରାମର୍ଶଦାତା ପୃଥ୍ବୀରାଜ୍ ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିବେ। ସେହିପରି ଆୟୋଜିତ ଫେସନ୍ ଶୋ ଏବଂ ମୋଡେଲିଂ ରେ କୃତି ପ୍ରତିଯୋଗି ମାନଙ୍କୁ ଆଗାମୀ ଦିନରେ ଦିଲ୍ଲୀ ଏବଂ ମୁମ୍ବାଇ ଠାରେ ଆୟୋଜିତ ହେବାକୁ ଥିବା ଶୋ ରେ ଭାଗ ନେବାକୁ ସୁଯୋଗ ଦିଆଯିବ। ଭୁବନେଶ୍ୱରରେ ଜାଗୃତି ଏକାଡେମୀ ପକ୍ଷରୁ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିବା ବେଳେ ଆଗକୁ ଏଭଳି ଉଦ୍ୟମ ଜାରି ରହିବା ସହ ଫେସନ୍ ଏବଂ ମୋଡେଲିଂ ପ୍ରତି ରୁଚି ରଖୁଥିବା ସମସ୍ତ ବ୍ୟକ୍ତିଙ୍କୁ ଆଗକୁ ଯିବାକୁ ପ୍ରତ୍ସାହିତ କରାଯିବ ବୋଲି କହିଛନ୍ତି ଅୟୋଜକ ରଶ୍ମିତା ପଣ୍ଡା। ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଉଷାରାଣୀ ମହାପାତ୍ର, ରାଇଜିଂ ଷ୍ଟାର୍ ଏକାଡେମୀର ପ୍ରତିଷ୍ଠାତା ସସ୍ମିତା ରାଣୀ ସାହୁ, ଲୀନ ବିଶ୍ୱାଳ ଉପସ୍ଥିତ ରହିଥିଲେ।

Leave A Comment

All fields marked with an asterisk (*) are required